ଘର ଆଗରେ ଧାରଣା ଦେଲା ବୋହୂ ଆଉ ସେପଟେ ଆତ୍ମହତ୍ୟା କଲେ ଶାଶୁ । ଲୋକଲଜ୍ଜାକୁ ଡରି ଫିନାଇଲ ପିଇ ଜୀବନ ହାରିଦେଲେ । ଗଞ୍ଜାମ NAC ର ମଧ୍ୟ ଖଣ୍ଡସାହିରେ ଘଟିଯାଇଛି ଏହିଭଳି ଅଭାବନୀୟ ଘଟଣା । ଘରୋଇ କଳିରୁ କିଛିଦିନ ହେବ ବୋହୂ ଯାଇ ବାପଘରେ ରହୁଥିଲେ । କୋର୍ଟରେ କେସ୍ ଚାଲିଥିବା ସତ୍ତ୍ୱେ ବୋହୂ ଶାଶୁଘର ଆଗରେ ଧାରଣା ଦେଇଥିଲେ । ବୋହୂ ଘରଆଗରେ ଧାରଣା ଦେଲା ବୋଲି ଶାଶୁ ଫିନାଇଲ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଶାଶୁଙ୍କ ନାମ ହେଉଛି ସୁଷମା ପଣ୍ଡା ।
୨୦୨୦ ତାଙ୍କ ପୁଅର ବିବାହ ହୋଇଥିଲା । ହେଲେ ବ୍ଯ୍ବହାର ମାତ୍ର ୧୦ ଦିନ ପରେ ପତ୍ନୀଙ୍କ ସହ ତାଙ୍କର କଳହ ଆରମ୍ଭ ହୋଇ ଯାଇଥିଲା । ଏହାପରେ ତାଙ୍କ ପତ୍ନୀ ତନ୍ମୟୀ ନିଜ ବାପଘରକୁ ଚାଲି ଯାଇଥିଲେ । ଏପରିକି ତନ୍ମୟୀ ମହିଳା ଥାନାରେ ସ୍ଵାମୀଙ୍କ ନାଁରେ ଅଭଯୋଗ କରିଥିଲେ । ଆଉ ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି । ମିଇଥିବା ସୂଚନା ମୁତାବକ ସେମାଙ୍କ ପାରିବାରିକ ସମସ୍ଯାର ସମାଧାନ ହୋଇ ପାରି ନଥିବା ବେଳେ ଶନିବାର ଦିନ ତନ୍ମୟୀ ଆସି ଶାଶୁଘରେ ପହଞ୍ଚିଥିଲେ ।
ତାଙ୍କ ସହ ତାଙ୍କ ଆଈ ମଧ୍ୟ ଆସିଥିଲେ । ଆଈଙ୍କ ସହ ତନ୍ମୟୀ ଶାଶୁଘର ପିଣ୍ଡାରେ ଧାରଣାରେ ବସିଥିଲେ । ଏହାପରେ ଆଜି ସକାଳେ ତନ୍ମୟୀଙ୍କ ଶାଶୁ ସୁଷମା ପଣ୍ଡା ଫିନାଇଲ ପିଇ ଦେଇଥିଲେ । ଯାହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ଆଉ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ବହୁ ଆସି ଘର ବାହାରେ ବସିବା ପରେ ସୁଷମା ବହୁତ ଚିନ୍ତିତ ହୋଇ ପଡିଥିଲେ ଓ ମାନସିକ ଚାପରେ ଇଆଡୁ ସିଆଡୁ ଗପୁଥିଲେ । ଲୋକଲଜ୍ଜା ହେଉଛି ଇଜ୍ଜତ ଗଲା ବୋଲି ସେ ଖାଲି କହି ହେଉଥିଲେ । ତାଙ୍କ ସ୍ଵାମୀ ଓ ବଡ ପୁଅ ତାଙ୍କୁ ବୁଝାସୁଝା କରିଥିଲେ ଓ ସମସ୍ତେ ଖାଇ ସାରି ଶୋଇବାକୁ ଯାଇଥିଲେ । ସେତିକି ବେଳେ ପାଇଖାନାକୁ ଯାଇ ଟଏଲେଟ ଏସିଡ ପିଇ ଦେଇଥିଲେ ସୁଷମା ଓ ସାଙ୍ଗେ ସାଙ୍ଗେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ।
ଯାହାପରେ ତାଙ୍କୁ ପରିବାର ଲୋକେ ମେଡିକାଲ ନେଇଥିଲେ । ହେଲେ ସେଠାରେ ଆଉ ବଞ୍ଚି ପାରି ନଥିଲେ ସୁଷମା । ଯାହାପରେ ତନ୍ମୟୀ ଧାରଣା ଦେବା ଯୋଗୁଁ ସୁଷମା ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।