BMC ଏଡେ କାଙ୍ଗାଳିଆ ଦୁଇ ଯା ଙ୍କ ଠାରୁ ୫ ହଜାର ଫାଇନ କାଟୁଛି-Sura Routray

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ଦୁଇ ଯା ନେହା ଓ ରଶ୍ମିତା ଙ୍କ ଖାଦ୍ୟ ପ୍ରସ୍ତୁତି କୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଦୁଇ ଯା ମିଶି ଭୁବନେଶ୍ଵର ସହର ରେ ଲୋକ ମାନଙ୍କୁ ସୁଖାଦ୍ୟ ଦେଉଛନ୍ତି । ଖାଦ୍ୟ ଖାଇବାକୁ ଯେତିକି ଟେଷ୍ଟି ମୂଲ୍ୟ କମ ବହୁତ କମ ରହିଛି । ଯାହା ପାଇଁ ରାଜ ରାସ୍ତା ରେ ଲୋକ ମାନଙ୍କର ଗହଳି ଦେଖିବାକୁ ମିଳିଛି । ଯାହା ପାଇଁ ଅନ୍ୟ ଯାତ୍ରୀ ମାନେ ଯାତାୟାତ କରିବାରେ ଅସୁବିଧାର ସମୁଖିନ୍ନ ହେଉଛନ୍ତି ।

ଆଉ ଏହାରି ମଧ୍ୟରେ କାର ଖାନାର ନେହା ଓ ରଶ୍ମିତା ଙ୍କର ଖାଦ୍ୟ ବ୍ୟବସାୟକୁ ନେଇ ବିଏମସୀ ଫାଇନ କାଟିଛି । ଯାହା ପାଇଁ ଅନେକ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ ବଡ ନେତା ମାନେ ଏହାର ବିରୋଧ କରିଛନ୍ତି । ଆଉ ଏହାରି ମଧ୍ୟରେ ଜଟଣୀ ବିଧାୟକ ସୁର ରାଉତରାୟ ଯିଏ କି ନିଜର ଭାଷଣ ପାଇଁ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ସେ ଏହି ଖବରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଆସନ୍ତୁ ଜାଣିବା ସୁର ରାଉତରାୟ କଣ ବୟାନ ଦେଇଛନ୍ତି । ସୁର ଭାଇ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ଯେ “ବିଏମସୀ ଯେଉଁଠୁ ଆଦାୟ କରିବା କଥା କରିପାରୁ ନାହାନ୍ତି ।  ନିରୀହ ଲୋକଙ୍କ ଉପରେ ବିଏମସୀ ତାର ପ୍ରଭାବ ବିସ୍ତାର କରୁଛି । ବିଏମସୀ କୁ ଲଜ୍ୟା ଲାଗୁନି ଯେଉଁଠି ଦୁଇ ବୋହୂ ଆସି ଭଲ ଖାଦ୍ୟ ଦେଉଥିଲେ ଆଉ ଦୁଇ ପଇସା ରୋଜଗାର କରୁଥିଲେ । ତାଙ୍କୁ ବନ୍ଦ କରି ଦେଲ ।

5000 ଫାଇନ କାଟି ଦେଲ । ଦୁଇ ବୋହୂ ଇଞ୍ଜିନିୟରିଙ୍ଗ ପଢିଛନ୍ତି । ଭୁବନେଶ୍ଵର ସହର ରେ ସୁଖାଦ୍ୟ ଦେଉଛନ୍ତି । ହଜାର ହଜାର ଲୋକ ଲାଇନ କରି ଖାଉଛନ୍ତି । ବିଏମସୀ ବାଲା ଏମିତି ହେଉଛ ତାଙ୍କ ପାଖକୁ ଯାଇ 5000 ଫାଇନ କରିଛ । ଏ ନାରିଙ୍କ ପ୍ରତି ତୁମର ସହଯୋଗ ଏମିତି ତୁମେ ସାହାର୍ଯ୍ୟ କରୁଛ । ଦୁଇ ଜଣ ନାରୀ ଆସିକି ସୁଖାଦ୍ୟ ଲୋକଙ୍କୁ ଦେଉଥିଲେ ଯାହା ପାଇଁ ଲୋକ ଲାଇନ ଲଗାଇ ଖାଉଥିଲେ ।

କାଙ୍ଗାଳ ମୁନିସିପାଲିଟି ତାଙ୍କ ଠାରୁ 5000 ଫାଇନ କାତିଛ । ରାସ୍ତା କଡ ରେ ଯେତେ ସବୁ ଦୋକାନ ଅଛି ସେମାନଙ୍କର କଣ ଲାଇସେନ୍ସ ଅଛି । ବରା ଘୁଗୁନି, ଗୁପଚୁପ ବିକ୍ରି କରୁଥିବା ଓ ମାଛ ମାଂସ ବିକ୍ରି କରୁଥିବା ଦୋକାନୀଙ୍କର କଣ ଲାଇସେନ୍ସ ଅଛି କାହିଁ ସେମାନଙ୍କର ଫାଇନ କାଟୁ ନାହିଁ ବିଏମସୀ । ଦୁଇ ଜଣ ଭଦ୍ର ମହିଳା ଘରୁ ବାହାରି ଲୋକଙ୍କୁ ସାହାର୍ଯ୍ୟ କରୁଥିଲେ ତାଙ୍କ ଠାରୁ ବିଏମସୀ ଫାଇନ ଆଦାୟ କରି ଓଃ ବିରାଟ କାମ କରିଛନ୍ତି” । ତେବେ ଏଭଳି କିଛି ସୁର ରାଉତରାୟ ବିଏମସୀ କୁ ବିରୋଧ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।