ବ୍ଲଡ଼ କ୍ୟାନ୍ସର ହେବା ପୂର୍ବରୁ ଶରୀର ଦେଇଥାଏ ଏହି ସବୁ ସଙ୍କେତ, କେବେବି ନେବେ ନାହିଁ ହାଲ୍କାରେ

ଆଜିର ଦୁନିଆରେ ସବୁ ମଣିଷ ପଇସା ରୋଜଗାର କରିବାରେ ଦିନରାତି ଏକ କରି ଦେଉଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ରୁହନ୍ତି କି ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ଭୁଲିଯାଆନ୍ତି । ଏହା ଫଳରେ ଆସନ୍ତା ଦିନରେ ତାଙ୍କୁ କିଛି ନା କିଛି ରୋଗର ଶିକାର ହେବାକୁ ପଡିଥାଏ ଓ ମେଡ଼ିସିନର ସେବନ କରିବାକୁ ପଡିଥାଏ । ବର୍ତ୍ତମାନର ସମୟରେ ଦୁନିଆରେ ସବୁଠୁ ଅଧିକ ଲୋକମାନେ ଗୋଟିଏ ରୋଗ ପାଇଁ ଚିନ୍ତିତ ଅଛନ୍ତି ସେହି ରୋଗଟି ହେଉଛି ବ୍ଲଡ଼ କ୍ୟାନ୍ସର ।

ଏହି ରୋଗଟି ଧୀରେ ଧୀରେ ବଢିବାରେ ଲାଗିଛି । ଏହାର ମୂଳ କାରଣ ହେଉଛି ଯେତେବେଳେ ଏହି ରୋଗର ଲକ୍ଷଣ କାହାକୁ ଜଣାପଡେ ସେ ଏହାକୁ ହାଲ୍କାରେ ନେଇଥାଏ । ଯାହାଫଳରେ ଏହା ବଢି ଯାଇ ଏକ ଗମ୍ଭୀର ରୋଗରେ ପରିଣତ ହୋଇଥାଏ, ଯାହାର କୌଣସି ଚିକିତ୍ସା ହୋଇପାରେ ନାହିଁ । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ବ୍ଲଡ଼ କ୍ୟାନ୍ସରର ଆରମ୍ଭରେ ହେଉଥିବା ଲକ୍ଷଣ ଗୁଡିକ ବିଷୟରେ କହିବୁ । ଏହାକୁ ଆପଣ ଜାଣିବା ନିହାତି ଦରକାର, ଏହାକୁ ଜାଣିଲେ ଆପଣ ସମୟ ଥାଇ ଏହାର ଚିକିତ୍ସା କରିପାରିବେ ।

ବ୍ଲଡ଼ କ୍ୟାନ୍ସରର ଆରମ୍ଭ ହେବା ଲକ୍ଷଣ ହେଉଛି ସର୍ବ ପ୍ରଥମେ ଶରୀରରେ ଜ୍ଵର ହେବା । ଯଦି ଆପଣଙ୍କୁ ଅଳ୍ପ କିଛି କାମ କରିବା ଦ୍ଵାରା ଦୁର୍ବଳ ଅନୁଭବ ହେଉଛି, ସବୁଦିନ ଶରୀରରେ ଜ୍ଵର ରହୁଛି, ତାହେଲେ ଆପଣ ଜାଣିବେ ଏହି ସବୁ ଲକ୍ଷଣ ହେଉଛି କ୍ୟାନ୍ସରର ଲକ୍ଷଣ ।

ବହୁତ ଥର ଆପଣ ଦେଖିଥିବେ ଆମ ଶରୀରର କିଛି ଅଂଶରେ ହଠାତ ରକ୍ତ ବାହାରିଥାଏ, ଯେମିତିକି ନାକ, ମୁହଁ ଆଦି ସ୍ଥାନରେ । ବହୁତ ଲୋକ ଏହାକୁ ହାଲ୍କାରେ ନେଇଥାନ୍ତି, କିନ୍ତୁ ଏହା ମଧ୍ୟ ବ୍ଲଡ଼ କ୍ୟାନ୍ସର ଆରମ୍ଭ ହେଉଥିବାର ଏକ ଲକ୍ଷଣ ।

ଯଦି ଅଳ୍ପ ଖାଦ୍ୟ ଖାଇ ମଧ୍ୟ ପେଟ ଭର୍ତ୍ତି ହେବା ଭଳି ଲାଗିବା, ଭୋକ ନ ଲାଗିବା ଆଦି ଅନୁଭବ ହେବା ଆଦି ଲକ୍ଷଣ ଦେଖା ଦେଲେ ତୁରନ୍ତ ପାଖରେ ଥିବା ଡାକ୍ତରଙ୍କୁ ଦେଖାନ୍ତୁ ।

ଗରମ ଦିନରେ ଝାଳ ବାହାରିବାଟା ହେଉଛି ସାଧାରଣ କଥା, କିନ୍ତୁ ଥଣ୍ଡା ଦିନରେ ଯଦି ଆପଣଙ୍କର ଝାଳ ବାହାରୁଛି ତାହେଲେ ଜାଣନ୍ତୁ ଏହା କ୍ୟାନ୍ସରର ସଙ୍କେତ ।

ଏମିତି ଛୋଟ ଛୋଟ ରୋଗ ତଥା ପାଟିରେ ଘା’ ହେବା, ସ୍କିନରେ କୁଣ୍ଡିଆ ହେବା, ଗଳା ଖରାପ ହେବା ବା ମୁଣ୍ଡ ବିନ୍ଧିବା ଆଦି ରୋଗକୁ ହାଲ୍କା ରେ ନେବେ ନାହିଁ । ଶୀଘ୍ର ଯାଇ ଡାକ୍ତର ଖାନାରେ ଏହାର ଚେକଅପ୍ କରାନ୍ତୁ ।

ଏହି ସବୁ ସଙ୍କେତ ଅନୁଭବ ହେଲେ ଏହାକୁ ହାଲ୍କାରେ ନେବେ ନାହିଁ, ତୁରନ୍ତ ଯାଇ ଡାକ୍ତର ଖାନାରେ ଏହାର ଚେକଅପ୍ କରାନ୍ତୁ । ଯଦି ଏହାର ମାତ୍ରା ବଢିଯାଏ ତେବେ ଆପଣଙ୍କୁ କ୍ୟାନ୍ସର ଭଳି ମାରାତ୍ମକ ରୋଗର ସମ୍ମୁଖୀନ ହେବାକୁ ପଡିପାରେ ।