ବିଟ ର ସେବନ ଆପଣଙ୍କ ବନେଇଦେବ ପୁରା ପୁରି ସୁସ୍ଥ, ଜାଣନ୍ତୁ ଏହାର ୪ ଟି ଫାଇଦା ଓ ଖାଇବାର ସଠିକ ତରିକା

ବିଟ କୁ ଆପଣ ସବୁବେଳେ ସାଲଟ ରେ ଦେଖିଥିବେ, କିଛି ଲୋକ ଏହାକୁ ମୂଳା ପିଆଜ ଭଳି ଖାଦ୍ୟ ସହିତ ଖାଆନ୍ତି ଓ କିଛି ଲୋକ ଏହାର ଜୁସ ପିଇବାକୁ ପସନ୍ଦ କରିଥାନ୍ତି । ବିଟ କୁ ନିଜର ଡାଏଟ ରେ ସାମିଲ କରିବା ବହୁତ ଲାଭକାରୀ ହୋଇଥାଏ । ବିଟ ଆପଣଙ୍କ ଶରୀରରେ ରକ୍ତର ଅଭାବ ହେବାକୁ ଦିଏ ନାହିଁ ଓ ତା ସହିତ ଆପଣଙ୍କ ସୁଗାର ଲେଭଲ କୁ କଣ୍ଟ୍ରୋଲ ରେ ରଖିଥାଏ ।

ବିଟ ରେ ସୋଡିୟମ ପୋଟାସିୟମ, ପସଫରସ ଭଳି ବହୁତ ଗୁଣକାରୀ ତତ୍ତ୍ଵ ଥାଏ ଯିଏ ଆପଣଙ୍କ ଶରୀରକୁ ଶକ୍ତି ଦେଇଥାଏ । ଆମେ ଆପଣଙ୍କୁ ଜଣାଇବୁ ବିଟ ର ସେବନ କରି ଆପଣ କେଉଁ କେଉଁ ରୋଗରୁ ଦୂରେଇ ରହି ପାରିବେ ।

ଏନିମିଆ

ଏନିମିଆ ଅର୍ଥାତ ରକ୍ତହୀନତା । ଶରୀରରେ ରକ୍ତ ପର୍ଯ୍ୟାପ୍ତ ମାତ୍ରାରେ ରହିବା ନିହାତି ଆବଶ୍ୟକ । ଯଦି ଆପଣଙ୍କର ରକ୍ତ ହୀନତା ଅଛି ତେବେ ବିଟ ର ଜୁଷ ପିଇବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ବିଟ ରେ ଆଇରନ, ଭିଟାମିନ ଓ ମିନେରାଲ ଥାଏ ଯିଏ ଶରୀରରେ ରକ୍ତକୁ ବଢାଇଥାଏ ଓ ତାକୁ ସଫା ମଧ୍ୟ ରଖିଥାଏ । ମହିଳା ମାନଙ୍କୁ ବିଟ ଅଧିକ ଖାଇବା ଆବଶ୍ୟକ କାରଣ ତାଙ୍କ ମଧ୍ୟରେ ରକ୍ତହୀନତା ନ ହେଉ ।

ଖରାପ କୋଲେଷ୍ଟ୍ରୋଲ କୁ ଦୂର କରିଥାଏ

ଆମ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରୋଲ ଥାଏ ଗୁଡ କୋଲେଷ୍ଟ୍ରୋଲ ଓ ବ୍ୟାଡ କୋଲେଷ୍ଟ୍ରୋଲ । ଖରାପ କୋଲେଷ୍ଟ୍ରୋଲ ଆମ ଶରୀରରେ ନ ରହିବା ଆବଶ୍ୟକ । ଏହାକୁ ହଟାଇବା ପାଇଁ ବିଟ ର ସେବନ ଅତ୍ୟନ୍ତ ଭଲ ହୋଇଥାଏ । ବିଟ ରେ ଫାଇବର, ଫ୍ଲେବୋନୋଏଡ୍ସ ଓ ବେଟାସାୟାମିନ ବହୁତ ମାତ୍ରାରେ ମିଳିଥାଏ ଓ ଏହା ଏଲଡ଼ିଏଲ କୋଲେଷ୍ଟ୍ରୋଲ କୁ କମ କରିବାରେ ସାହାର୍ଯ୍ୟ କରିଥାଏ ।

ବ୍ଲଡ ସୁଗାର ଲେଭଲ କମ କରିଥାଏ

ବିଟ ରେ ନାଇଟ୍ରେଟ ର ମାତ୍ରା ଅଧିକ ଥାଏ ଏଥିପାଇଁ ଏହାକୁ ଖାଇବା ଦ୍ଵାରା ନାଇଟ୍ରାଇଟ୍ସ ଓ ଗ୍ୟାସ ନାଇଟ୍ରିକ ଏସିଡ ରେ ବଦଳି ଯାଇଥାଏ । ଏହି ଦୁଇଟି ଯାକ ଜିନିଷ ଆମ ଧମନୀକୁ ପ୍ରଖର କରିଥାଏ । ଏଥିରୁ ଶରୀରରେ ସୁଗାର ଲେଭଲ ମାତ୍ରା ଅଧିକ ବଢି ନଥାଏ ।

କବ୍ଜ ରୁ ଆରମ ଦେଇଥାଏ

ଯେବେ ମଣିଷର ପୁରା ପେଟ ସଫା ରହିଥାଏ ତେବେ ତା ଶରୀର ଆକ୍ଟିଭ ରହିଥାଏ । ଏଥି କାରଣରୁ ବିଟ ର ସେବନ ଆପଣଙ୍କୁ ଆକ୍ଟିଭ ରଖିବାରେ ସାହାର୍ଯ୍ୟ କରିବ । ବିଟ ପେଟର ଔଷଧ ଭଳି କାମ କରିଥାଏ ଓ ଏହାକୁ ଖାଇବା ଦ୍ଵାରା ଗ୍ୟାସ ର ସମସ୍ୟା ହୋଇ ନଥାଏ ଓ ପେଟ ବି ସଫା ରହିଥାଏ । ବିଟ ରେ କ୍ୟାଲୋରି ବହୁତ କମ ଥାଏ ଓ ଆଣ୍ଟିଅକ୍ସିଡେଣ୍ଟ ଓ ଫାଇବର ଅଧିକ ମାତ୍ରାରେ ଥାଏ, ଏଥିରୁ ଆପଣ ନିଜର ଓଜନ ବି କମ କରି ପାରନ୍ତି ।

ବିଟ ର ସେବନ କରି ଆପଣମାନେ ଏହି ସବୁ ଫାଇଦା ପାଇ ପାରିବେ । ଏହି ପୋଷ୍ଟ ଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଏମିତି ନୂଆ ନୂଆ ସ୍ୱାସ୍ଥ୍ୟ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।