ହରସିଦ୍ଧି ମାଙ୍କର ଚମତ୍କାରୀ ମନ୍ଦିର, ଯେଉଁଠି ୨ ହଜାର ବର୍ଷ ହେବ ଜଳୁଛି ଅଖଣ୍ଡ ଜ୍ୟୋତି, ଜାଣନ୍ତୁ ଏହି ଚମତ୍କାର ବିଷୟରେ

ମଧ୍ୟପ୍ରଦେଶ ରାଜ୍ୟରେ ଏକ ଏମିତି ମନ୍ଦିର ଅଛି ଯେଉଁଠି ଗୋଟିଏ ଜ୍ୟୋତି ହଜାର ବର୍ଷ ହେବ ଜଳୁଛି ଏବଂ ଏହି ଜ୍ୟୋତି ଥରେ ବି ଲିଭି ନାହିଁ । ଏହି ଚମତ୍କାରୀ ଜ୍ୟୋତିକୁ ଦେଖିବା ପାଇଁ ଲୋକମାନେ ଦୂର ଦୂରରୁ ଆସନ୍ତି ଏବଂ ଖାସ କରି ନବରାତ୍ରି ସମୟରେ ଏହି ମନ୍ଦିରରେ ଭକ୍ତ ମାନଙ୍କର ସଂଖ୍ୟା ଅଧିକ ହୋଇଥାଏ । ଏହି ମନ୍ଦିର ହରସିଦ୍ଧି ମାଙ୍କର ଅଟେ । ଏହି ମନ୍ଦିର ମଧ୍ୟପ୍ରଦେଶର ଆଗର ମାଲବା ଜିଲ୍ଲାର କିଛି କିଲୋ ମିଟର ଦୂରରେ ସ୍ଥିତ ବୀଜାନଗରୀରେ ଅଟେ ।

କଣ ଖାସ ଅଛି ଏହି ମନ୍ଦିରରେ

ମା ହରସିଦ୍ଧିଙ୍କର ମନ୍ଦିରରେ ଜଳୁଥିବା ଜ୍ୟୋତି ୨ ହଜାର ବର୍ଷ ହେବ ଲଗାତାର ଜଳୁଛି ଏବଂ ଏହି ଜ୍ୟୋତି ପବନ ହେଲେ ବି ଲିଭି ନଥାଏ । ଏହି ଜ୍ୟୋତି ତେଲ ଦ୍ଵାରା ଜଳିଥାଏ ଏବଂ ଏହି ଜ୍ୟୋତିକୁ ଜାଳିବା ପାଇଁ ସବୁ ମାସରେ ଦେଢ କୁଇଣ୍ଟାଲ ତେଲ ଲାଗିଥାଏ । ଏହା ଛଡା ଏଠି ଆସୁଥିବା ଭକ୍ତଙ୍କର ମାନନ୍ତି କି ଏହି ମନ୍ଦିରରେ ବିଭିନ୍ନ ପ୍ରକାରର ଚମତ୍କାର ବି ଦେଖିବାକୁ ମିଳିଥାଏ ।

ମାତାଙ୍କର ୩ଟି ରୂପ ଦେଖାଯାଏ

ଏହି ମନ୍ଦିରରେ ଭକ୍ତମାନଙ୍କୁ ମାତାଙ୍କର ୩ ରୂପ ଦର୍ଶନ ହୋଇଥାଏ । ଏହି ମନ୍ଦିରରେ ମାଙ୍କର ମୂର୍ତି ସକାଳେ ପିଲାବେଳର ରୂପ ଦେଖାଯାଏ ଏବଂ ଦ୍ଵିପହର ସମୟରେ ଯୌବନର । ଏବଂ ସନ୍ଧ୍ୟାରେ ସମୟରେ ମାଙ୍କର ମୂର୍ତି ବୁଦ୍ଧ ରୂପରେ ଦେଖାଯାଏ ।

ମନ୍ଦିରର ସହିତ ଜଡିତ କାହାଣୀ

ଉଜ୍ଜୈନର ରାଜା ବିକ୍ରମାଦିତ୍ୟଙ୍କ ଭଳି ତାଙ୍କର ଭଣଜା ବିଜୟସିଂହ ବି ମା ହରସିଦ୍ଧିଙ୍କର ବହୁତ ବଡ ଭକ୍ତ ଥିଲେ ଏବଂ ସବୁଦିନ ସେ ଉଜ୍ଜୈନରେ ସ୍ଥିତ ଏହି ମନ୍ଦିରକୁ ଯାଉଥିଲେ । ଏବଂ ମାଙ୍କର ଦର୍ଶନ କରିବା ପରେ ହିଁ ସେ ଭୋଜନ ସେବନ କରୁଥିଲେ । ଦିନେ ମା ତାଙ୍କର ସ୍ଵପ୍ନରେ ଆସି କହିଲ କି ବୀଜାନଗରୀରେ ତାଙ୍କର ଏକ ମନ୍ଦିର ତିଆରି କରି ଦିଅନ୍ତୁ । ଏବଂ ଏହି ମନ୍ଦିରର କବାଟ ପୂର୍ବ ଦିଗରେ ହିଁ ରଖିବେ ।

ଏହି ମନ୍ଦିରର ନିର୍ମାଣ କରିବା ପରେ ପୁଣି ଥରେ ମା ରାଜାଙ୍କର ସ୍ଵପ୍ନକୁ ଆସି କହିଲେ କି ସେ ଏହି ମନ୍ଦିରରେ ବିରାଜମାନ ହୋଇ ଯାଇଛନ୍ତି । ଏହା ସହିତ କହିଲେ କି ସେ ମନ୍ଦିରର କବାଟ ପୂର୍ବ ଦିଗ ଜାଗାରେ ପଶ୍ଚିମ ଦିଗରେ କରିଦେଇଛନ୍ତି , ଏହା ପରେ ରାଜା ସେହି ଜାଗାରେ ଯାଇ ଦେଖିଲେ ସେହି କଥା ପୁରା ସତ ଅଟେ ।

ତିଆରି କରାଯାଏ ସ୍ୱସ୍ତିକ

ଯେଉଁ ଲୋକମାନଙ୍କର ମନୋକାମନା ହୋଇଥାଏ ତେବେ ସେହି ଲୋକମାନେ ଏହି ମନ୍ଦିରରେ ଆସି ଗୋବରରେ ଏକ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତି ଏବଂ ଏହି ସ୍ୱସ୍ତିକକୁ ଓଲଟା ତିଆରି କରାଯାଏ । ଏହା ପରେ ଯାହାର ମନୋକାମନା ପୁରା ହୋଇଥାଏ ସେମାନେ ଏହି ମନ୍ଦିରକୁ ଆସି ପୁଣି ସିଧା ସ୍ୱସ୍ତିକ ଚିହ୍ନ କରିଥାନ୍ତି । ନବରାତ୍ରି ଦିନ ଏହି ମନ୍ଦିରରେ ଘଟ ସ୍ଥାପନା କରାଯାଏ, ଏହା ପରେ ମନ୍ଦିରରେ ଅଷ୍ଟମୀ ପର୍ଯ୍ୟନ୍ତ କୌଣସି ନଡିଆ ଭଙ୍ଗା ଯାଏ ନାହିଁ । ଏହି ମନ୍ଦିର କେତେ ପ୍ରସିଦ୍ଧ ଅଟେ ଏହି କଥାର ଅନ୍ଦାଜ ଆପଣ ଏହି କଥାରୁ ଲଗାଇ ସାରିଥିବେ ।

ଆଶାକରୁଛୁ ଆମର ଏହି ଆଧ୍ୟାତ୍ମିକ ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ଶେୟର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ଆଧ୍ୟାତ୍ମିକ ଲେଖା ପାଇଁ ପେଜକୁ ଲାଇକ କରନ୍ତୁ ।