ଗାଡି ଉପରେ ‘ବିକାଶ ୱେଡ୍ସ ନିଶା’ ଲେଖି ବରଯାତ୍ରୀ ହେଲେ ଆୟକର ବିଭାଗରର ୨୫୦ ଅଧିକାରୀ, ଫିଲ୍ମ ଅନ୍ଦାଜରେ ମାରିଲେ ରେଡ, ଦେଖନ୍ତୁ କେମିତି

ବାହାଘର ସିଜିନରେ ଫୁଲରେ ସଜା ହୋଇଥିବା ଗାଡି ଦେଖିବା ସାଧାରଣ କଥା ଅଟେ । ସଜା ହୋଇଥିବା ଗାଡିରେ ପ୍ରାୟତଃ ବରଯାତ୍ରୀ ଆସିଥାନ୍ତି । ଏହି ଗାଡିକୁ ଦେଖି ଲୋକମାନେ ଜାଣି ପାରନ୍ତି କି କାହାର ବାହାଘର ଅଛି । ଏହା ଛଡା ବରଯାତ୍ରୀ ମାନଙ୍କର ଗାଡିରେ ବର ଏବଂ କନ୍ୟାର ନାମର ଷ୍ଟିକର ବି ଲଗା ହୋଇଥାଏ । କିନ୍ତୁ ଏହି ଗାଡିରେ ଯଦି ଆୟକର ବିଭାଗର ଲୋକ ଥିବେ ତ ? ତେବେ ଚାଲନ୍ତୁ ଜାଣିବା ପୁରା ଘଟଣା ଟି କଣ ?

ମଧ୍ୟପ୍ରଦେଶର ମଂଦସୌର ଜିଲ୍ଲାରେ ସଜା ହୋଇଥିବା ଗାଡି ଆସିଲା । ଗାଡିର କାଚରେ ବର ଏବଂ କନ୍ୟାର ନାମର ଷ୍ଟିକର ବି ଲଗା ହୋଇଥିଲା । ଯେଉଁଥିରେ ବିକାଶ ଏବଂ ନିଶା ଲେଖା ହୋଇଥିଲା । ଏବଂ ଏହି ଗାଡି ଯେତେବେଳେ ଜିଲ୍ଲାରେ ଆସିଲା ତେବେ ଲାଗିଲା କି କାହାର ବାହାଘର ଅଛି । ଗାଡି ବହୁତ ଜଲ୍ଦି ଯାଉଥିଲା କିନ୍ତୁ କିଛି ସମୟ ପରେ ଗାଡି ଅଳ୍ପ ସମୟ ପାଇଁ ରହିଗଲା । ପୁଣି ଚାଲିବାକୁ ଲାଗିଲା ।

କିନ୍ତୁ ବର୍ତ୍ତମାନ ଗାଡି ଏମିତି ଜାଗାରେ ଯାଇ ରହିଲା ଯେଉଁଠି ନାହିଁ କାହାର ବାହାଘର ଥିଲା ଏବଂ ନା ହିଁ କାହାର ବରଯାତ୍ରୀ ଆସିବାର ଥିଲା, ଏମିତିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ବରଯାତ୍ରୀ ହୋଇ ଆସିଲେ ଆୟକର ବିଭାଗ

ବରଯାତ୍ରୀ ହୋଇ ମଂଦସୌର ଜିଲ୍ଲାରେ ୨୦୫ ଆୟକାର ଅଧିକାରୀ ଆସିଲେ । ଏହି ଅଧିକାରୀମାନେ କାହାର ବାହାଘରକୁ ଆସି ନଥିଲେ, ଏମାନେ ରେଡ ମାରିବାକୁ ଆସିଥିଲେ । ଆୟକର ବିଭାଗର ୨୫୦ ଅଧିକାରୀ ଅମୃତ ରିଫାଇନରୀର ସଂଚାଲକ ମନୋହରଙ୍କ ନିବାସରେ ପହଞ୍ଚିଲେ ।

ପହଞ୍ଚିବା ମାତ୍ରେ ହିଁ କରିଦେଲେ ଛାନବୀନ

ମନୋହରଙ୍କର ଘରେ ପହଞ୍ଚି କିଛି ନ କହି ନିଜର ଛାନବୀନ ଆରମ୍ଭ କରିଦେଲେ । ଯେତେବେଳେ ପର୍ଯ୍ୟନ୍ତ ସେମାନେ ଜାଣି ପାରିବେ କି ଏମାନେ କିଏ ଅଟନ୍ତି, ସେତେବେଳେ ପର୍ଯ୍ୟନ୍ତ ଏମାନେ ନିଜର ଛାନବୀନ ଆରମ୍ଭ କରି ଦେଇଥିଲେ । ମାମଲା ସାମନାକୁ ଆସିବା ପରେ ହିଁ ସମସ୍ତେ ଆୟକର ବିଭାଗଙ୍କର ପ୍ରଶଂସା କରିବାକୁ ଲାଗିଲେ । ତାଙ୍କର ଏହା କରିବା ପଛର କାରଣ, କାହକୁ ବି ଜଣା ନ ପଡୁ କି ତାଙ୍କ ଘରେ ରେଡ ମାରିବା ପାଇଁ ସେମାନେ ଯାଉଛନ୍ତି । ଅଧିକାରୀଙ୍କର ଏହି ଯୋଜନା ସଫଳ ହେଲା ।

ରେଡରେ କଣ ମିଳିଲା ଆୟକର ବିଭାଗକୁ

ଆୟକାର ବିଭାଗକୁ ରେଡ ସମୟରେ କଣ ମିଳିଛି ଏହି ବିଷୟରେ କିଛି ସୂଚନା ଏ ପର୍ଯ୍ୟନ୍ତ ମିଳି ନାହିଁ । କିନ୍ତୁ ଆୟକର ବିଭାଗର ଅଧିକାରୀମାନଙ୍କର ଆଶଙ୍କା ଏହା ଅଟେ କି ଏଠି କୋଟି କୋଟି ଟଙ୍କାର ଟାକ୍ସ ଚୋରୀ ହେଉଛି । ଯେଉଁ କାରଣରୁ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଛାନବୀନ କରୁଛନ୍ତି ।

ପୋଷ୍ଟଟିକୁ ଶେୟାର କରନ୍ତୁ । ଆଗକୁ ଅପଡେଟ ପାଇବା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।