ଯୁଦ୍ଧବେଳେ ଋଷ ରାଷ୍ଟ୍ରପତି ପୁଟିନ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ବିଶ୍ଵାସଘାତକଙ୍କ ପାଇଁ ଋଷରେ କୌଣସି ସ୍ଥାନ ନାହିଁ । ଧରାହେଲେ ମୃ ତ୍ୟୁ ଦ ଣ୍ଡ ଦିଆଯିବ ବୋଲି ଚେତାଇ ଦେଲେ ପୁଟିନ । ଋଷରେ ରହି ଋଷ ବିରୋଧରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ମୃ ତ୍ୟୁଦଣ୍ଡ ଦିଆଯିବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରୋକ୍ଷରେ କହିଛନ୍ତି । ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ବେଳେ ଏମିତି ଏକ ମନ୍ତବ୍ୟକୁ ନେଇ ଏବେ ପୁଣି ଥରେ ସାରା ବିଶ୍ବରେ ପୁଟିନଙ୍କ ଚର୍ଚ୍ଚା ।

ତେବେ କାହାକୁ ଏବଂ କାହିଁକି ପୁଟିନ ଏମିତି ମନ୍ତବ୍ୟ ଦେଇଛନ୍ତି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ପୁଟିନଙ୍କ ଏଭଳି ଚେତାବନୀକୁ ନେଇ ଋଷରେ ହଇଚଇ । ଯୁଦ୍ଧ ବେଳେ ଯେଉଁମାନେ ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ମିତ୍ରମାନଙ୍କ ପାଇଁ କାମ କରୁଛନ୍ତି ସେମାନଙ୍କୁ ମସ୍କୋ କେବେବି କ୍ଷମା କରିବ ନାହିଁ ବୋଲି ପୁଟିନ କହିଛନ୍ତି । ଏହା ଶୀଘ୍ର ପୁଟିନ କହିଛନ୍ତି ଖୁବ ଶୀଘ୍ର ଋଷକୁ ଅପଦାର୍ଥ ଓ ବିଶ୍ବାସଘାତକ ମୁକ୍ତ କରାଯିବ ।
ଏମାନେ ରହିଲେ ଦେଶ ପାଇଁ ପରବର୍ତ୍ତୀ ସମୟରେ ବଡ ବିପଦ ହେବ ବୋଲି କହିଛନ୍ତି ପୁଟିନ । କେବଳ ଏତିକି ନୁହେଁ ବରଂ ଯେଉଁମାନେ ଋଷିଆରେ ରହି ତା’ର ପଦକ୍ଷେପକୁ ସମାଲୋଚନା କରୁଛନ୍ତି ସେମାନଙ୍କୁ ପୁଟିନ କହିଛନ୍ତି ଆମେ ଦେଶ ପାଇଁ ଚିନ୍ତିତ ଆଉ କାମ କରୁଛୁ । ଯେଉଁମାନେ ବିଶ୍ବାସରେ ବିଷ ଦେଇଛନ୍ତି ସେମାନଙ୍କୁ ଗଳାରୁ ଖଙ୍କାର କାଢିବା ପରି ଆମେ ବାହାର କରିଦେବୁ ।

ବର୍ତ୍ତମାନ ସମୟରେ ଯୁଦ୍ଧରେ ଆମେ ଆମର ହଜାର ହଜାର ସୈନ୍ୟଙ୍କୁ ହରାଇଛୁ । ୟୁକ୍ରେନ ବିରୋଧରେ ଋଷିଆ ଯେଉଁ ପଦକ୍ଷେପ ନେଇଛି ତାହା ସଠିକ ବୋଲି ଦୋହରାଇଛନ୍ତି ପୁଟିନ । ଆଉ ପୁଟିନଙ୍କ ଏହି ମନ୍ତବ୍ୟ ପୁରା ବିଶ୍ଵର ନଜରରେ ରହିଛି । ଏହାରି ମଧ୍ୟରେ ୨୨ଦିନରେ ପହଞ୍ଚିଛି ଋଷିଆ- ୟୁକ୍ରେନ ଯୁଦ୍ଧ । ଏବେବି ରାଜଧାନୀ କିଭ ଦଖଲ କରିବା ଲାଗି ଋଷର ପ୍ରୟାସ ଜାରି ରହିଛି । କିଭ ଉପକଣ୍ଠରେ ଋଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି ।
ଅଧିକରୁ ଅଧିକ ବେସାମରିକ ବିଲଡିଙ୍ଗକୁ ଋଷ ସେନା ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି । ସେହିଭଳି ଖାରକିଭ ଓ ଜାପରଜିଆରେ ବଡ ଧରଣର ବିସ୍ଫୋରଣ ହେଉଛି । ଏସବୁ ମଧ୍ୟରେ ବିଶ୍ବାସଘାତକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଟିନ କହିଛନ୍ତି । ଅକାମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।