ଆସନ୍ତା ଅକ୍ଟୋବର, ନଭେମ୍ବର ମାସରେ ଭାରତରେ ଦିନିକିଆ ବିଶ୍ଵକପ ଆୟୋଜିତ ହେବାକୁ ଯାଉଥିବା ବେଳେ କ୍ରିକେଟ ପ୍ରେମୀଙ୍କ ମନରେ ଏହାକୁ ନେଇ ଉତ୍ସାହ ଭରିରହିଛି । ଖାସ କରି ଭାରତ ଏବଂ ପାକିସ୍ତାନ ମ୍ଯାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖିବାକୁ ମିଳିଥାଏ । ବିଶ୍ଵକପରେ 10ଟି ଟିମ୍ ମଧ୍ୟରେ 48ଟି ମ୍ଯାଚ ଖେଳାଯିବାକୁ ଥିବାବେଳେ ଭାରତ ଏବଂ ପାକିସ୍ତାନ ମ୍ଯାଚ ଉପରେ ସମସ୍ତଙ୍କ ନଜର ରହିଛି ।

ବିଶ୍ଵକପ ପାଇଁ BCCI 12ଟି ଭେନ୍ୟୁ ସ୍ଥିର କରିଛି ଏବଂ ପ୍ରତି ଭେନ୍ୟୁରେ ଚାରୋଟି ଲେଖାଏଁ ମ୍ଯାଚ ଖେଳାଯିବ । ପାକିସ୍ତାନ ବିଶ୍ଵକପରେ ଭାଗ ନେବ କି ନାହିଁ ଏହାକୁ ନେଇ ପୂର୍ବରୁ ସଂଶୟ ରହିଥିଲା । କିନ୍ତୁ ଏହା ଏକ ଆଇସିସି ଉଭେଣ୍ଟ ହୋଇଥିବାରୁ ଏଥିରେ ଖେଳିବାରେ କୌଣସି ଆପତ୍ତି ନାହିଁ ବୋଲି ପିସିବି ଚେୟାରମ୍ୟାନ ନଜନ ସେଟି ସ୍ପଷ୍ଟ କରିଛନ୍ତି । ବିଶ୍ଵକପରେ ପାକିସ୍ତାନ କେଉଁ ଭେନ୍ୟୁରେ ଖେଳିବ ତାହା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନକୁ ପସନ୍ଦ ମୁତାବକ ଭେନ୍ୟୁ ମିଳି ନପାରେ ।
ପାକିସ୍ତାନ ଟିମ୍ ର ସୁରକ୍ଷାକୁ ଦୃଷ୍ଟିରେ ରଖି ବିସିସିଆଇ କିଛି ନିର୍ଦ୍ଦିଷ୍ଟ ଭେନ୍ୟୁରେ ହିଁ ପାକିସ୍ତାନକୁ ଖେଳାଇପାରେ । ଚଳିତ ବିଶ୍ଵକପର ଲିଗ୍ ପର୍ଯ୍ୟାୟରେ 9ଟି ଲେଖାଏଁ ମ୍ଯାଚ ଖେଳିବେ ପ୍ରତ୍ଯେକ ଟିମ୍ । ତେଣୁ ବିସିସିଆଇ ଦିଲ୍ଲୀକୁ ପାକିସ୍ତାନ ଟିମ୍ ର ବେସ୍ ପଏଣ୍ଟ କରିପାରେ ବୋଲି କୁହାଯାଉଛି । ଦିଲ୍ଲୀର ନିକଟବର୍ତ୍ତୀ ଷ୍ଟାଡିୟମ ମାନଙ୍କରେ ପାକିସ୍ତାନକୁ ସମସ୍ତ ମ୍ଯାଚ ଖେଳିବାକୁ ପଡିବ । ସେହିପରି ଏଥର ପାକିସ୍ତାନ ଏସିଆ କପ୍ ଖେଳାଯିବାକୁ ଥିବାବେଳେ ଭାରତ ପାକିସ୍ତାନ ଯିବନାହିଁ ବୋଲି ସ୍ପଷ୍ଟ କରିଥିଲା ।

ଏହାପରେ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ଵକପ ଖେଳିବାକୁ ଭାରତ ଆସିବନି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ନ୍ୟୁଟ୍ରାଲ ଭେନ୍ୟୁରେ ବିଶ୍ଵକପ ଖେଳାଯିବା ନେଇ ଘୋଷଣା ହେବା ପରେ ଏସିଆ କଫ୍ରେ ଖେଳିବାକୁ ବିସିସିଆଇ ରାଜି ହୋଇଥିଲା । ସମାନ ଫର୍ମୁଲାରେ ପାକିସ୍ତାନ ମଧ୍ୟ ବିଶ୍ଵକପ ଖେଳିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସୂଚନା ରହିଛି କି, ପିସିବି ଆଇସିସିକୁ ସେମିତି କୌଣସି ନିର୍ଦ୍ଦିଷ୍ଟ ଭେନ୍ୟୁ ବାବଦରେ ପ୍ରସ୍ତାବ ଦେଇନାହିଁ ।
ମୁମ୍ବାଇ ଏବଂ ଅହମଦାବାଦ ଷ୍ଟାଡିୟମରେ ନକଆଉଟ ମ୍ଯାଚ ଖେଳାଯିବାକୁ ଥିବାବେଳେ ଏଠାରେ ଭାରତ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଦେଖା ଦେଇ ନପାରେ । 2011 ଏବଂ 2016 ରେ ଉଭୟ ଟିମ୍ କଲିକତାର ଇଡେନ ଗାର୍ଡେନରେ ଖେଳିଥିଲେ । ତେବେ ଦିଲ୍ଲୀ ବ୍ଯତୀତ ଇଡେନ ଗାର୍ଡେନରେ ଖେଳିବା ପାଇଁ ପାକିସ୍ତାନକୁ ସୁଯୋଗ ମିଳିପାରେ ବୋଲି ଅନୁମାନ କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।