ବିରାଟ କୋହଲି 49 ତମ ଶତକ ରୁ ବଞ୍ଚିତ ହେଲେ ମଧ୍ୟ ସଚିନ ତେନ୍ଦୁଲକର ଙ୍କ ଆଉ ଏକ ରେକର୍ଡ କୁ ଭାଙ୍ଗି ଦେଇଛନ୍ତି…

ଶତକ କରି ପାରିଲେନି ବିରାଟ କୋହଲି । ମାତ୍ର 88 ରନ ରେ ଆଉଟ ହୋଇଗଲେ । କିନ୍ତୁ ସଚିନ ତେନ୍ଦୁଲକର ଙ୍କ ରେକର୍ଡ ଭାଙ୍ଗି ଦେଲେ । ହଁ ଦର୍ଶକ ବନ୍ଧୁ ଟିମ ଇଣ୍ଡିଆର ରନ ମେସିନ ବିରାଟ କୋହଲି ଆଉ ଗୋଟେ ଶତକ ହାସଲ କରିଥିକଲେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଙ୍କ ସର୍ବାଧିକ ଦିନିକିଆ ରେକର୍ଡ ଯାହା ସମକକ୍ଷ ହୋଇଥାନ୍ତେ ।

କାରଣ 49 ତୀ ଶତକ ସହ ବିଶ୍ଵକପ କ୍ରିକେଟର ସର୍ବାଧିକ ଦିନିକିଆ ଶତକ ହାସଲକାରୀ ଭାବେ ଶୀର୍ଷ ରେ ଅଛନ୍ତି ସଚିନ ତେନ୍ଦୁଲକର । ଆଉ ଏବେ 48 ଟି ଶତକ ସହ ଦ୍ଵିତୀୟ ସ୍ଥାନରେ ଅଛନ୍ତି ବିରାଟ କୋହଲି । ଏଣୁ ଏ ସବୁ ଭାରତୀୟଙ୍କ ସହ କ୍ରିକେଟ ପ୍ରେମୀ ମଧ୍ୟ ଚାହିଁ ରହିଛନ୍ତି ବିରାଟ ଙ୍କ 49 ତମ ଶତକ କୁ । ଚଳିତ ବିଶ୍ଵକପରେ ନିୟୁଜଲ୍ୟାଣ୍ଡ ବିପକ୍ଷ ମ୍ଯାଚରେ ଅଳ୍ପକେ ଶତକ ରୁ ବଞ୍ଚିତ ହୋଇଛନ୍ତି କୋହଲି ।

ଗତ କାଲି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ ରେ ଖେଳା ଯାଇଥିବା ଶ୍ରେଲଙ୍କା ବିପକ୍ଷ ମ୍ଯାଚରେ ବିରାଟ ସଚିନଙ୍କ ସର୍ବାଧିକ ଦିନିକିଆ ଶତକ ରେକର୍ଡର ସମକକ୍ଷ ହେବେ ବୋଲି ସମସ୍ତେ ଆଶା କରିଥିଲେ । ନିଜର ଦମଦାର ବ୍ୟାଟିଂ କରି ଶତକ ଆଡକୁ ଅଗ୍ରସର ହେଉଥିଲେ କୋହଲି । କିନ୍ତୁ 88 ରନ କରି ଆଉଟ ହୋଇଥିବା ବେଳେ ନିଜର 49 ତମ ଶତକ ରୁ ବଞ୍ଚିଟ ହୋଇଛନ୍ତି ବିରାଟ ।

ସଚିନଙ୍କ ଦିନିକିଆ ଶତକ ରେକର୍ଡ ସହ ସମକକ୍ଷ ହୋଇପାରି ନ ଥିଲେ ମଧ୍ୟ ଆଉ ଏକ ରେକର୍ଡ ବିରାଟ ଭାଙ୍ଗି ଦେଇଛନ୍ତି । ଆଉ ଏହି ରେକର୍ଡ ହେଉଛି ଅଷ୍ଟମ ଥର ପାଇଁ ଗୋଟେ କ୍ଯାଲେଣ୍ଡର ବର୍ଷ ରେ 1000 ରନ ପୂରଣ କରିଛନ୍ତି ବିରାଟ । ଆଉ ଏହି ମାମଲାରେ ସେ ସଚିନଙ୍କୁ ପଚରେ ପକାଇ ଦେଇଛନ୍ତି । ସଚିନ 1994, 1996। 1997, 2000 ଓ 2007 ବର୍ଷରେ ଦିନିକିଆ ମ୍ଯାଚରେ 1000ରୁ ଅଧିକ ରନ କରିଥିଲେ ।

କିନ୍ତୁ ବିରାଟ 2011, 2012, 2013, 2014, 2017, 2018, 2019 ଓ 2023 ରେ ଦିନିକିଆ ମ୍ଯାଚରେ 10000 ବା ଅଧିକ ରନ କରିଛନ୍ତି । ଚଳିତ ବର୍ଷ କୋହଲି 23ଟି ଦିନିକିଆ ଖେଳି 20ଋ ଇନିଙ୍ଗ୍ସରୁ 1054 ରନ କରିଛନ୍ତି । ଏଥିରେ ତାଙ୍କର 4ଟି ଶତକ ଓ 6ଟି ଅର୍ଦ୍ଧ ଶତକ ରହିଥିବା ବେଳେ ଅପରାଜିତ 166 ରନ ର ଶ୍ରେଷ୍ଠ ଇନିଙ୍ଗ୍ସ ମଧ୍ୟ ରହିଛି ।

ତେବେ ବିରାଟ କୋହଲି ଶତକ ହାସଲ ନ କରି ପାରିଥିଲେ ମଧ୍ୟ ସେ ବେସ ଖୁସି ଅଛନ୍ତି । ଆଗକୁ ବିରାଟ ନିଜର ପ୍ରଦର୍ଶନ ଭଲ କରିବେ ସବୁ କ୍ରିକେଟ ପ୍ରେମୀ ମାନେ ଆଶା ବାନ୍ଧିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।