ନିର୍ବସ୍ତ୍ର ହୋଇ କରନ୍ତୁ ନାହିଁ ଏହି 3 ଟି କାମ

କହିବାକୁ ଗଲେ ସମୟର ପରିବର୍ତ୍ତନ ସହିତ ଲୋକମାନଙ୍କର ଜୀବନଶୈଳୀ ବି ପରିବର୍ତ୍ତନ ହୋଇ ଯାଇଛି । ଯଦି ବର୍ତ୍ତମାନ ସମୟର କଥା କହିବା ତେବେ ଏହି ଆଧୁନିକ ଯୁଗରେ ଉଭୟ ପୁରୁଷ ଓ ମହିଳା ମାନେ ଏହିଭଳି ସବୁ ପୋଷାକ ପିନ୍ଧୁଛନ୍ତି ଯାହା ଦେଖିବା ପାଇଁ ବହୁତ ଲଜ୍ୟାକର ହୋଇଥାଏ । ଏହା ସହିତ ଏହା ଆମର ସମାଜର ପ୍ରଥାକୁ ବି ନଷ୍ଟ କରୁଛି । କହିବାକୁ ଗଲେ ବର୍ତ୍ତମାନ ସମୟରେ ସମସ୍ତେ ନୂଆ ନୂଆ ଷ୍ଟାଇଲର ଡ୍ରେସ ପିନ୍ଧି ନିଜକୁ ଚର୍ଚିତ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରିଥାନ୍ତି ।

ଏମିତିରେ ଏହି ସବୁ ଡ୍ରେସକୁ ଦେଖିବା ପରେ କେତେକ ଲୋକମାନେ ସେହି ବ୍ୟକ୍ତିଙ୍କର ଚର୍ଚା ବି କରନ୍ତି ଓ ତାଙ୍କର ବ୍ୟକ୍ତିତ୍ବ ବିଷୟରେ ବି ଜାଣି ଯାଆନ୍ତି । କିନ୍ତୁ ଯଦି ଆପଣ ଏହିଭଳି ପୋଷାକ ପିନ୍ଧୁଛନ୍ତି ତେବେ ଆପଣ ନିଜେ ହିଁ ନିଜର ଅସମ୍ମାନ କରୁଛନ୍ତି ।

ମଣିଷ ପାଖରେ ବିବେକ ଥିଲେ ମଧ୍ୟ ସେ କିଛି ଷ୍ଟାଇଲିସ ଡ୍ରେସ ପିନ୍ଧିଥାଏ ଯାହାକି ନିର୍ବସ୍ତ୍ର ସଙ୍ଗେ ସମାନ ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ୩ ଟି କାମ ବିଷୟରେ କହିବୁ ଯାହାକୁ ଆପଣ ନିର୍ବସ୍ତ୍ର ହୋଇ ଅର୍ଥାତ କୌଣସି ବି କପଡା ଧାରଣ ନ କରି କେବେ ବି କରନ୍ତୁ ନାହିଁ । ନଚେତ ଆପଣଙ୍କର ହିଁ କ୍ଷତି ହୋଇଥାଏ ।

ସ୍ନାନ କରିବା ଅନୁଚିତ

ଆମର ହିନ୍ଦୁ ଧର୍ମ ଅନୁସାରେ ନିର୍ବସ୍ତ୍ର ହୋଇ ଗାଧୋଇବା ଅନୁଚିତ ଅଟେ । ଶାସ୍ତ୍ର ଓ ପୁରାଣରେ ବି କୁହାଯାଇଛି କି ନିର୍ବସ୍ତ୍ର ହୋଇ ସ୍ନାନ କରନ୍ତୁ ନାହିଁ । ସ୍ନାନ କରିବା ସମୟରେ ଶରୀରରେ ଗୋଟିଏ କପଡା ରହିବା ଉଚିତ । ଏମିତିରେ ଯଦି କୌଣସି ନାରୀ ନିର୍ବସ୍ତ୍ର ହୋଇ ସ୍ନାନ କରୁଛନ୍ତି ତେବେ ତାଙ୍କର ଶରୀରରୁ ବାହାରୁଥିବା ପାଣି ଦେବତାମାନଙ୍କର ଅପମାନ କରିଥାଏ । ଏହା ସହିତ ଇଷ୍ଟ ଦେବତାଙ୍କ ଉପରେ ପ୍ରଭାବ ବି ପକାଇ ଥାଏ ।

ଏହା ସହିତ ନିର୍ବସ୍ତ୍ର ହୋଇ ସ୍ନାନ କରିବା ଦ୍ଵାରା ପିତୃ ପୁରୁଷମାନେ ଅସନ୍ତୁଷ୍ଟ ହୋଇ ଯାଆନ୍ତି । ଏହା ସହିତ ବ୍ୟକ୍ତିର ତେଜ, ବଳ, ଧନ ଓ ସୁଖ ନଷ୍ଟ ହୋଇଯାଏ । ଏହିଭଳି କରିବା ଦ୍ଵାରା ବ୍ୟକ୍ତିର ଘରେ ସବୁବେଳେ ଅଶାନ୍ତି ଲାଗି ରହିବା ସହିତ ବ୍ୟକ୍ତିର ମାନ ସମ୍ମାନ ହାନି ହୋଇଥାଏ । ଘରର ଉନ୍ନତିରେ ବାଧା ଆସିଥାଏ । ସେଥିପାଇଁ ନିର୍ବସ୍ତ୍ର ହୋଇ ସ୍ନାନ କରନ୍ତୁ ନାହିଁ ।

ଶୋଇବା ଅନୁଚିତ

ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ ନିର୍ବସ୍ତ୍ର ହୋଇ ଶୋଇବା ଦ୍ଵାରା ଆମକୁ ବହୁତ କ୍ଷତି ପହଞ୍ଚି ଥାଏ । ଏହିଭଳି ଶୋଇବା ଦ୍ଵାରା ଆମର ପିତୃ ପୁରୁଷଙ୍କର ଅପମାନ ହୋଇଥାଏ ବୋଲି କୁହାଯାଏ । ଯଦି ଆପଣ ନିର୍ବସ୍ତ୍ର ହୋଇ ଶୋଇଛନ୍ତି ତେବେ ଆପଣଙ୍କ ଉପରେ କିଛି ଖରାପ ଶକ୍ତିର ପ୍ରଭାବ ବି ପଡିପାରେ । ସେଥିପାଇଁ ଶୋଇବା ସମୟରେ ଶରୀରରେ ବସ୍ତ୍ର ରହିବା ଉଚିତ ।

ପୂଜା ଅର୍ଚନା ଅନୁଚିତ

ପ୍ରାୟତଃ ନାରୀମାନେ ସ୍ନାନ କରି ସାରିବା ପରେ ନିର୍ବସ୍ତ୍ର ହୋଇ ଅର୍ଥାତ ଓଦା ହୋଇଥବା ଲୁଗା ପିନ୍ଧି ତୁଲସୀ ଗଛରେ ପାଣି ଦେଇଥାନ୍ତି । ଯାହାକି ଭୁଲ ଅଟେ । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଏହା ଆପଣଙ୍କର ପରିବାର ଉପେରେ ନକାରାତ୍ମକ ପ୍ରଭାବ ପକାଇ ଥାଏ । ସେଥିପାଇଁ ସ୍ନାନ କରି ସାରିବା ପରେ ଭଲ ଲୁଗା ପିନ୍ଧିବା ପରେ ହିଁ ପୂଜା ଅର୍ଚନା କରନ୍ତୁ । ଏହି ସବୁ ନିୟମ ପାଳନ ଯଦି କରୁଛନ୍ତି ତେବେ ଆପଣ ଓ ଆପଣଙ୍କର ପରିବାର ସବୁବେଳେ ଖୁସିରେ ରହିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।