ଏଠି ବିନା ଦୋକାନୀରେ ଚାଲିଥାଏ ଦୋକାନ, ଗ୍ରାହକ ନେଇଥାନ୍ତି ଏମିତି ଜିନିଷ

ହିବାକୁ ଗଲେ ଆପଣ ଯେତେବେଳ ଘରୁ ବାହାରକୁ କୌଣସି ଜିନିଷ ଆଣିବାକୁ ଯାଆନ୍ତି ତେବେ ଆପଣ କୌଣସି ବି ଦୋକାନକୁ ଯାଇଥାନ୍ତି, ସେଠି ଆପଣ ଦୋକାନୀକୁ ଟଙ୍କା ଦିଅନ୍ତି ଓ ଦୋକାନୀ ଆପଣଙ୍କୁ ଜିନିଷ ଦେଇଥାଏ । କିନ୍ତୁ ଆମେ ଆପଣଙ୍କୁ ଆଜି ଏକ ଏମିତି ସ୍ଥାନ ବିଷୟରେ କହିବୁ ଯାହାକି ଭାରତରେ ହିଁ ଅବସ୍ଥିତ, ଯେଉଁଠି ବିନା ଦୋକାନୀରେ ଦୋକାନ ଚାଲି ଥାଏ ଓ ଜିନିଷ ସବୁ ବିକ୍ରି ବି ହୋଇଯାଏ ଓ ଟଙ୍କା ବି ମିଳିଯାଏ ।

କହିବାକୁ ଗଲେ ସେହି ଦୋକାନରୁ ଜିନିଷ କ୍ରୟ କରୁଥିବା ଗ୍ରାହକ ସେହି ଦୋକାନରୁ ନିଜ ମନ ପସନ୍ଦର ଜିନିଷ ନେଇ ଥାଏ ଓ ତାହାର ମୂଲ୍ୟ ସେହି ଦୋକାନରେ ଥିବା ଏକ ପାତ୍ରରେ ରଖିଦିଏ । କହିବାକୁ ଗଲେ ମିଜୋରାମରେ ଏକ ସ୍ଥାନରେ ଏହିଭଳି ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ, କିନ୍ତୁ ଏହା ସତ ଅଟେ । ମିଜୋରାମର ରାଜଧାନୀ ଆଇଜୋଲରୁ କିଛି ଦୂରରେ ସ୍ଥିତ ସେଲିଂଗ ସହରରେ ସ୍ଥାନୀୟ ସମୁଦାୟ ଏହିଭଳି ଅଦ୍ଭୁତ ଓ ଭିନ୍ନ ପରମ୍ପରାର ପାଳନ କରିଥାନ୍ତି । ଯେଉଁଥିରେ ବିନା ଦୋକାନୀରେ ଦୋକାନ ଚାଲିଥାଏ ।

କହିବାକୁ ଗଲେ ‘ମାଇ ହାଉସ ଇଣ୍ଡିଆ’ ନାମକ ଟ୍ୱିଟର ହ୍ୟାଣ୍ଡଲରେ ଏହି ସ୍ଥାନରେ ଚାଲୁଥିବା ଏହିଭଳି କିଛି ଦୋକାନର ଫଟୋକୁ ପୋସ୍ଟ କରା ଯାଇ ଥିଲା । ଯେଉଁଥିରେ ଲେଖା ହୋଇ ଥିଲା କି ଏଠି ଦୋକାନୀ ନିଜ ନିଜର ଦୋକାନ ଖୋଲିଥାନ୍ତି ଓ ସେଠି ଟଙ୍କା ରଖିବା ପାଇଁ ଏକ ଡବା ରଖି ଦିଅନ୍ତି । ଏହା ପରେ ଗ୍ରାହକ ଜିନିଷ ନେଇ ଜିନିଷର ମୂଲ୍ୟ ସେହି ଡବାରେ ରଖି ଦେଇ ଚାଲି ଯାଆନ୍ତି । କହିବାକୁ ଗଲେ ଏହି ସବୁ ଦୋକାନ ବିଶ୍ଵାସର ସିଦ୍ଧାନ୍ତରେ ଚାଲିଥାଏ ।

ଏହାକୁ ‘ନଗହା ଲୋ ଡାବର ସଂସ୍କୃତି’ କୁହଯାଏ । ଏହି ପରମ୍ପରା ଅନୁସାରେ ଦୋକାନୀର ଉପସ୍ଥିତିରେ ଦୋକାନ ଖୋଲାଯାଏ । ପ୍ରାୟତଃ ଏହି ପରମ୍ପରାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଯାହାକି ବହୁତ ଭାଇରାଲ ବି ହୋଇଥାଏ । କହିବାକୁ ଗଲେ ଏହି ଟ୍ୱୀଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଏହାକୁ ପସନ୍ଦ ବି କରୁଛନ୍ତି ଓ ନିଜର ରାୟ ବି ଦେଉଛନ୍ତି । ଜଣେ ୟୁଜର ଲେଖିଲେ କି ଭାରତକୁ ବିଭିନ୍ନତାରେ ଏକତାର ଦେଶ ବୋଧେ ଏହି କାରଣରୁ କୁହାଯାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।