ଦେଖନ୍ତୁ ଭିଡିଓ – ଶାନଦାର ବିଜୟ ପରେ ଆନ୍ଦ୍ରେ ରସେଲ କେମିତି ପାଳନ କରିଲେ ନିଜର ଜନ୍ମଦିନ

ନିଜର ୩୧ତମ ଜନ୍ମଦିନରେ ହିଁ ଆନ୍ଦ୍ରେ ରସେଲ ୪୦ ଟି ବଳରେ ୮୦ ରନ କରି ଗୋଟିଏ ଭଲ ପାରି ଖେଳି ଥିଲେ । ତାଙ୍କର ଭଲ ପ୍ରଦର୍ଶନ ଯୋଗୁ କୋଲକାତାର ଟିମ ଏହି ମ୍ୟାଚକୁ ଜିତି ପାରିଛି । ଆନ୍ଦ୍ରେ ରସେଲଙ୍କର ବୋଲିଙ୍ଗ ବି ବହୁତ ଭଲ କରିଥିଲେ ଏବଂ ଆରମ୍ଭରୁ ହିଁ ସେ ମୁମ୍ବାଇର ଦୁଇଟି ମହତ୍ଵପୂର୍ଣ ୱିକେଟ ନେଇଥିଲେ । ମ୍ୟାଚ ପରେ ରସେଲ କେକେଆର ର ସ୍ପେଶଲ ଫୈନ ହର୍ଷୁଲ ଗୋଏନକା ସହିତ ଜନ୍ମଦିନ ପାଳନ କରିଛନ୍ତି । ହର୍ଷୁଲ ସେରେବ୍ରଲ ପାଲ୍ସୀ ର ରୋଗୀ ଅଟନ୍ତି ।

ଡ୍ରେସିଂଗ ରୂମକୁ ଯିବା ପୂର୍ବରୁ ରସେଲ ପ୍ରଥମେ ହର୍ଷୁଲଙ୍କ ସହ ହାତ ମିଶାଇଲେ ଏବଂ ତାଙ୍କ ସହିତ ଫଟୋ ଉଠାଇଲେ । ଏହା ପରେ ରସେଲ ଡ୍ରେସିଂଗ ରୂମରେ ପଶିବା ମାତ୍ରେ ହିଁ ସେଲିବ୍ରେଶନ ଆରମ୍ଭ ହୋଇଯାଇଥିଲା । ତାଙ୍କର ସାଥି ସୁନୀଲ ନରେନ ଏବଂ କ୍ୟାପଟେନ ଦିନେଶ କାର୍ତିକ ତାଙ୍କୁ କେକ ଖୁଆଇଲେ ଏବଂ ଖେଳାଳିମାନେ ମସ୍ତି କରି ରସେଲଙ୍କର ମୁଣ୍ଡରୁ ଆରମ୍ଭ କରି ଚେହେରା ପର୍ଯ୍ୟନ୍ତ ସବୁଆଡେ କେକେ ଲାଗଇଦେଲେ ।

https://twitter.com/i/status/1122581814806241282

ମ୍ୟାଚ ସମୟରେ ଈଡନ ଗାର୍ଡଂସରେ ରସେଲଙ୍କର ପତ୍ନୀ ଜୈସିମ ଲୋରା ବି ଉପସ୍ଥିତ ଥିଲେ । କହିଦେଉଛୁ ଯେ ରସେଲ ଏହି ଆଇପିଏଲରେ ଲଗାତର ଫର୍ମରେ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୨ ଟି ମ୍ୟାଚରେ ୪୮୬ ରନ କରି ସାରିଛନ୍ତି । ୱେଷ୍ଟ ଇଣ୍ଡିଜର ଅଲ ରାଉଣ୍ଡର କାରଣରୁ ପ୍ରାୟତଃ ମ୍ୟାଚରେ କେକେଆରକୁ ବିଜୟ ମିଳିଛି । କୋଲକାତାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଟି ମ୍ୟାଚରେ ବିଜୟ ହାସଲ ହୋଇଛି । ଯେଉଁଥିରେ ୪ ଟି ମ୍ୟାଚରେ ରସେଲ ପ୍ଲେୟର ଅଫ ଦ ମ୍ୟାଚ ରହିଥିଲେ ।