ନଭେମ୍ବର ୧ ରୁ ଚୁଲି ମୁଣ୍ଡରୁ ଆରମ୍ଭ କରି ବୁଲିବା ପର୍ଯ୍ୟନ୍ତ ସବୁଥିରେ ହେବ ବଡ ପରିବର୍ତ୍ତନ, ଦେଖି ନିଅନ୍ତୁ ଆପଣଙ୍କ ନିତିଦିନିଆ ଜୀବନ ଉପରେ ଏହାର କଣ ରହିବ ପ୍ରଭାବ

କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ନଭେମ୍ବର ମାସ । ପ୍ରତି ମାସ ଭଳି ଏହି ମାସରେ ମଧ୍ୟ ଆପଣଙ୍କ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ପ୍ରଥମତଃ ଆସନ୍ତା ମାସରୁ ରୋଷେଇ ଗ୍ଯାସ ସିଲିଣ୍ଡର ଦାମ୍ ରେ ବଡ ପରିବର୍ତ୍ତନ ଆସିପାରେ। ଏଲପିଜି ଗ୍ଯାସ ସିଲିଣ୍ଡର ବିକ୍ରିରେ ଖ୍ଯାତି ହେଉଥିବା ଯୋଗୁଁ ଦାମ୍ ବୃଦ୍ଧି କରାଯିବା ନେଇ ଆଶଙ୍କା କରାଯାଉଛି । ଏହାସହ ଗ୍ଯାସ ସିଲିଣ୍ଡର ଡେଲିଭେରି ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ କରାଯିବ ।

ଗ୍ଯାସ ଡେଲିଭେରି ସମୟରେ ଗ୍ରାହକଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ପଠାଯିବ ଓ ଡେଲିଭେରି ବୟଙ୍କୁ ଆପଣଙ୍କୁ ଉକ୍ତ ଓଟିପି ଶେୟାର କରିବାକୁ ହେବ । ଦ୍ବିତୀୟରେ ହେଉଛି ବ୍ଯାଙ୍କ କାରବାର ତଥା ଟଙ୍କା ଜମା କରିବାରୁ ଠାରୁ ନେଇ ଉଠାଇବା ପର୍ଯ୍ୟନ୍ତ ସବୁଥିରେ ଏବେ ଚାର୍ଜ ଲାଗିପାରେ । ବ୍ଯାଙ୍କ ଅଫ ବରୋଦାର ନୂଆ ନିୟମ ଅନୁଯାୟୀ ସାରା ଦେଶରେ ଆସନ୍ତା ମାସ ଠାରୁ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଟ୍ରାନ୍ସାକ୍ସନ ଉପରେ ଆପଣଙ୍କୁ ଚାର୍ଜ ଲାଗିପାରେ ।

ଏହାସହିତ ନଭେମ୍ବର ମାସ ଠାରୁ ଲୋନ ଖାତା ପାଇଁ ଏଣିକି ଆପଣଙ୍କୁ ୧୫୦ ଟଙ୍କା ଲେଖାଏଁ ଦେବାକୁ ହେବ ଓ ଖାତାଧାରୀ ଜମା ଉପରେ ତିନି ଥର ମାଗଣା ସେବା ପାଇ ପାରିବେ । ଯଦି ଚତୁର୍ଥ ଥର ଗ୍ରାହକ ଟଙ୍କା ଜମା କରନ୍ତି ତେବେ ତାଙ୍କୁ ୪୦ ଟଙ୍କା ଚାର୍ଜ ଦେବାକୁ ପଡିବ । କିନ୍ତୁ ଜନଧନରେ ଆକାଉଣ୍ଟ ଧାରୀଙ୍କୁ ଟଙ୍କା ଜମା ବେଳେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । କିନ୍ତୁ ଉଠାଇବା ବେଳେ ୧୦୦ ଟଙ୍କା ଦେବାକୁ ହେବ । ତୃତୀୟରେ ଭାରତୀୟ ରେଳବାଇ ପକ୍ଷରୁ କାଲି ଠାରୁ ଟ୍ରେନ ଟାଇମ ଟେବୁଲରେ ବଡ ପରିବର୍ତ୍ତନ ହେବାକୁ ଯାଉଛି ।

ଫଳରେ ୧୩୦୦୦ ଯାତ୍ରୀବାହୀ ଓ ୭୦୦୦ ମାଲବାହୀ ଟ୍ରେନର ସମୟ ବଦଳି ଯାଇପାରେ । ଏପରିକି ଦେଶରେ ଚାଲୁଥିବା ପ୍ରାୟ ୩୦ଟି ରାଜଧାନୀ ଟ୍ରେନର ସମୟ ମଧ୍ୟ ନଭେମ୍ବର ୧ ରୁ ବଦଳିବାକୁ ଯାଉଛି । ସେହିଅପରି ନଭେମ୍ବର ୧ ରୁ କିଛି ଆଇଫୋନ ଓ ଆଣ୍ଡ୍ରୋଏଡ ଫୋନରେ କାମ କରିବ ନାହିଁ ହ୍ଵାଟ୍ସଆପ୍ । କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ ନଭେମ୍ବରରୁ ଫେସବୁକ ମାଲିକାନାରେ ଥିବା ନିର୍ଦ୍ଧିଷ୍ଟ କେତେକେ ଫୋନରେ ହ୍ଵାଟ୍ସଆପ୍ କାମ କରିବା ବନ୍ଦ ହୋଇଯିବ ।

ନଭେମ୍ବର ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତରେ ଆନ୍ତର୍ଜାତୀୟ ବୈବସାୟିକ ବିମାନ ଚଳାଚଳ ବନ୍ଦ ରହିବ । କିଛି ନିର୍ଦ୍ଧିଷ୍ଟ ମାର୍ଗରେ ଅନୁମୋଦନ ପ୍ରାପ୍ତ ବିମାନ କେବଳ ଚଳାଚଳ କରିବ । ଯାତ୍ରୀବାହୀ ବିମାନ ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଆନ୍ତର୍ଜାତୀୟ କାର୍ଗୋ ବିମାନ ସେବାକୁ ଏଥିରୁ ବାଦ ଦିଆଯାଇଛି । ନଭେମ୍ବର ୧ ରୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର । ଅନ୍ୟମାନେ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । କିନ୍ତୁ ଏସଓପି ଅନୁସାରେ ହେବ ମହାପ୍ରଭୁଙ୍କ ଦର୍ଶନ ।

ଆସନ୍ତା କାଲି ଠାରୁ ଭୋଟର ତାଲିକାରେ ସଂଶୋଧନ ଆରମ୍ଭ ହେବ । ୨୦୨୨ ଜାନୁୟାରୀ ସୁଦ୍ଧା ଆପଣଙ୍କୁ ୧୮ ବର୍ଷ ହେଉଥିଲେ ଏଥିରେ ସାମିଲ ହୋଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।