ବଡ ଖବର – #MeToo: ବିଗ ବସ୍ ର ପୂର୍ବ ପ୍ରତିଯୋଗୀ ସଲମାନ ଖାନ୍ ଙ୍କ ଉପରେ ଲଗାଇଲେ ରେପ୍ ର ଆରୋପ

ବିଗ ବସ୍ ର ପୂର୍ବ ପ୍ରତିଯୋଗୀ ସଲମାନ ଖାନ୍ ଙ୍କ ଉପରେ ଲଗାଇଲେ ରେପ୍ ର ଆରୋପ

ଏବେ କିଛି ଦିନ ହେବ ବଲୀଉଡରେ #MeTooର ଚର୍ଚ୍ଚା ବହୁତ ଯୋରରେ ଚାଲିଛି । କେତେ ଗୁଡିଏ ନାମିଦାମି ଲୋକଙ୍କ ଉପରେ ମଧ୍ୟ ବହୁତ ବଡ ବଡ ଆରୋପ ଲଗା ଯାଇଛି । ଅଭିନେତ୍ରୀ ମାନେ ନିଜ ସହ ହୋଇଥିବା ଯୌନ ଶୋଷଣ ଉପରେ ଆଶ୍ଚର୍ଯ୍ୟ କର କଥା ସବୁ ସାମ୍ନାକୁ ଆଣୁଛନ୍ତି । ନାନା ପାଟେକର, ସୁଭାଷ ଘାଇ, ଆଲୋକ ନାଥ, ପିୟୁଷ ମିଶ୍ରା ଆଦି ବଡ ବଡ ନା ଏଥିରେ ସାମିଲ ଅଛି । #MeTooର ଏହି ଅଭିଯାନ ରେ ଗୋଟେ ପରେ ଗୋଟେ ଅଭିନେତାଙ୍କ ନାମ ବାହାରକୁ ଆସୁଛି ।

ଷ୍ଟାର ଓ ନିର୍ମାତା ନିର୍ଦେଷକ ଙ୍କ ପରେ ଏବେ ସୁପର ଷ୍ଟାର ସଲମାନ ଖାନ୍ ଙ୍କ ନାମ ସାମ୍ନାକୁ ଆସିଛି ।

ବିଗ୍ ବସ୍ ରେ ରହି ସାରିଥିବା ଏକ୍ସ ପ୍ରତିଯୋଗୀ ମଡେଲ ପୂଜା ମିଶ୍ର ସଲମାନ ଏବଂ ତାଙ୍କ ଭାଇ ସୋହେଲ ଓ ଅରବାଜ ଙ୍କ ଉପରେ ରେପ୍ ର ଆରୋପ ଲଗାଇଛନ୍ତି । କେବଳ ଏହାହିଁ ନୁହେଁ ପୂଜା ଅଭିନେତାରୁ ରାଜନେତା ବନିଥିବା ଶତ୍ରୁଘ୍ନ ସିହ୍ନାଙ୍କ ଉପରେ କଳା ଯାଦୁ କରି ତାଙ୍କର ଯୌନ ଶୋଷଣ କରିବାର ଆରୋପ ଲଗାଇଛନ୍ତି ।

ଇନଷ୍ଟାଗ୍ରାମରେ କେତେ ଗୁଡିଏ ଭିଡିଓ ଶେୟାର କରି ପୂଜା ସଲମାନ ଙ୍କ ପରିବାର ଉପରେ ଏହି ଆରୋପ କରି ଛନ୍ତି । ପୂଜା କହିଲେ ସଲମାନ, ଅରବାଜ, ଏବଂ ସୋହେଲ ବହୁତ ଥର ବେହୋଶ ଅବସ୍ଥାରେ ତାଙ୍କର ରେପ୍ କରି ଛନ୍ତି ।

ଦିନକୁ ଦିନ ଏହି #MeToo ରେ ନୁଆ ନୂଆ ଖବର ସାମନାକୁ ଆସୁଛି । ଏହା ସହିତ ବଡ ବଡ କଳାକାରଙ୍କ ନାମ ଯୋଡିବାରେ ଲାଗିଛି। ଦେଖାଯାଉ ଆଗାମୀ ଦିନରେ କାହା ନାମ ସାମନାକୁ ଆସୁଛି।

ଏମିତି ନୂଆ ନୂଆ ଖବର ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ H9