ACF Soumya Ranjan ଡେଥ ମିଷ୍ଟ୍ରି- ସାଇଣ୍ଟିଫିକ ଟିମ୍ ହାତରେ ଲାଗିଲା ବିଦ୍ୟାଙ୍କ ହାତ ଲେଖା ଚିଠି, କିଛି ଏମିତି ଲେଖା ଅଛି ସେଥିରେ ଜାଣି ଉଡିଯିବ ଆପଣଙ୍କ ହୋସ

ACFO ସୌମ୍ଯ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଉ ଏକ ବଡ ଖୁଲସା ହୋଇଛି । ସୌମ୍ଯଙ୍କ ମୃତ୍ୟୁ ଏକ ଷଡଯନ୍ତ୍ର ଜନିତ ହତ୍ୟା ବୋଲି ତାଙ୍କ ପରିବାର ଲୋକେ କହୁଥିବା ବେଳେ ବିଦ୍ୟା ମଧ୍ୟ ସ୍ବାମୀଙ୍କ ବିରୁଦ୍ଧରେ ପରକ୍ରିୟା ପ୍ରୀତି ଭଳି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ।

ସେପଟେ ସୌମ୍ୟଙ୍କ ପରିବାର ପୋଲିସର ତଦନ୍ତରେ ସନ୍ତୁଷ୍ଟ ନାହିଁ । ସେଥିପାଇଁ ସୌମ୍ଯଙ୍କ ମୃତ୍ୟୁ ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ସୌମ୍ୟଙ୍କ ମୃତ୍ୟୁରେ ପତ୍ନୀ ବିଦ୍ୟାଭାରତୀ ଓ DFO ଙ୍କ ଭୂମିକା ସନ୍ଦେହ ଘେରରେ ଥିବା ବେଳେ, ବର୍ତ୍ତମାନ ସାଇଣ୍ଟିଫିକ ଟିମ୍ ହାତରେ ଲାଗିଛି ଏକ ଚିଠି । ଏହି ଚିଠିକୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ନିଜେ ଲେଖିଥିବା ଜଣା ପଡିଛି ।

“ପୃଥିବୀରେ ମୁଁ ତୁମକୁ ସବୁଠୁ ଅଧିକ ଘୃଣା କରେ । ହେ ପ୍ରଭୁ ସବୁ ଭୁଲକୁ କ୍ଷମା କର, ମୋ ଜୀବନକୁ ନଷ୍ଟ ହେବାକୁ ଦିଅ ନାହିଁ । କେମିତି ଆଉ ତିନି ଦିନ କଟିବ ! ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବି” ବୋଲି ଚିଠିରେ ଲେଖିଛନ୍ତି ବିଦ୍ୟା ।

ସେ ଆହୁରି ମଧ୍ୟ ଲେଖିଛନ୍ତି, “ମୁଁ ଏ ଲୋକକୁ ସବୁଠୁ ଅଧିକ ଘୃଣା କରେ । ମୋ ନାମକୁ ଏ ଲୋକ ସହ ଯୋଡିବାକୁ ମୋତେ ଖରାପ ଲାଗୁଛି । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନ ନଷ୍ଟ କରିଦିଏ ! ପ୍ଳିଜ ମୋତେ କ୍ଷମା କରି ଦିଅ । ଜୀବନ ସାରା ପାଇଁ କଷ୍ଟ ଦେଖି ପାରିବି ନାହିଁ । ମୁଁ କେବେ କାହାର ଖ୍ଯାତି କରିନି କି କେବେ କାହାର ଖ୍ଯାତି ଚାହିଁ ନାହିଁ । ”

ଏହି ଚିଠିକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୌମ୍ଯ ରଞ୍ଜନଙ୍କ ସହ ତାଙ୍କର ଝଗଡା ହେଲେ ନିଜ ମନର ଦୁଃଖ ଓ କୋହକୁ ସେ ଏପରି ଲେଖି ଦେଇଥିଲେ ଏବଂ ସେ ସବୁର କିଛି ମୂଲ୍ୟ ନାହିଁ ବୋଲି ଏବେ କହୁଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ।

ତେବେ ଏହି ଚିଠିକୁ ପଢୀ ଆପଣଙ୍କୁ କଣ ଲାଗୁଛି, ଆମକୁ ନିଶ୍ଚୟ କମେଣ୍ଟ କରି ଜଣାଇବେ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।