ବୁଧ କରିଲେ ମିଥୁନ ରାଶିରେ ପ୍ରବେଶ, କେଉଁ ରାଶିଙ୍କୁ ମିଳିବ ଲାଭ ! କାହକୁ ହେବ ଅସୁବିଧା ! ଜାଣନ୍ତୁ

ଜ୍ୟୋତିଷୀଙ୍କ ଅନୁସାରେ ବ୍ରହ୍ମାଂଡରେ ଗ୍ରହମାନଙ୍କର ସ୍ଥିତି ଲଗାତାର ଚେଞ୍ଜେସ ହୋଇଥାଏ । ଯଦି କୌଣସି ଗ୍ରହ ରାଶିରେ ପ୍ରବେଶ କରିଥାଏ ତେବେ ଏହି କାରଣରୁ ସମସ୍ତ ୧୨ଟି ରାଶି ପ୍ରଭାବିତ ହୋଇଥାଏ । ଗ୍ରହ ମାନଙ୍କର ଏହି ଗତି ପରିବର୍ତ୍ତନ କାରଣରୁ ବ୍ୟକ୍ତିର ଜୀବନରେ ବହୁତ ହିଁ ସୁବିଧା ଅସୁବିଧା ଦେଖିବାକୁ ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବିଦ୍ୟା ଓ ବୁଦ୍ଧିର କାରକ କୁହାଯାଏ ।

ବୁଧ ମିଥୁନ ରାଶିରେ ପ୍ରବେଶ କରି ନେଇଛନ୍ତି । ଏହି କାରଣରୁ ୧୨ଟି ରାଶି ପ୍ରଭାବିତ ହେବେ । ଆଜି ଆମେ ଆପଣଙ୍କୁ ଏହି ପୋସ୍ଟ ମାଧ୍ୟମରେ ବୁଧ ରାଶିର ପରିବର୍ତ୍ତନ ଆପଣଙ୍କ ରାଶି ଉପରେ କଣ ପ୍ରଭାବ ପଡିବ ତାହା ବିଷୟରେ ସୂଚନା ଦେବୁ । ଆସନ୍ତୁ ଜାଣିବା ବୁଧ ଗ୍ରହର ମିଥୁନ ରାଶିରେ ପ୍ରବେଶ ଦ୍ଵାରା କେଉଁ ରାଶିମାଙ୍କ ପାଇଁ ହେବ ଲାଭଦାୟକ ।

ମେଷ ରାଶି

Image courtesy: Google

ମେଷ ରାଶିର ଲୋକମାନଏନକେଆର ଜାତକରେ ବୁଧ ଗ୍ରହ ତୃତୀୟ ଭାଗରେ ପ୍ରବେଶ କରିଛି । ଯେଉଁ କାରଣରୁ ଶତୃଙ୍କ ସହିତ ମୁକାବିଲା କରିପାରିବେ । ସମସ୍ତ କାର୍ଯ୍ୟର ସମସ୍ୟା ସମାଧାନ ହୋଇଯିବ । କୌଣସି ଅଚିହ୍ନା ବ୍ୟକ୍ତି ସାହାଯ୍ୟ କରିବେ ।

ବୃଷ ରାଶି

Image courtesy: Google

ବୃଷ ରାଶିର ଲୋକମାନଙ୍କର ଜାତକରେ ବୁଧ ଗ୍ରହ ଦ୍ଵିତୀୟ ଭାଗରେ ଗୋଚର କରିଛି । ଯେଉଁ କାରଣରୁ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହେବେ ।

ସିଂହ ରାଶି

Image courtesy: Google

ସିଂହ ରାଶିର ଲୋକମାନଙ୍କର ଜାତକରେ ବୁଧ ଗ୍ରହ ୧୧ ତମରେ ଗୋଚର କରିଛି । ଯେଉଁ କାରଣରୁ ସୁଖ ସମୃଦ୍ଧି ବୃଦ୍ଧି ହେବ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବାକିଥିବା ଅର୍ଥ ପ୍ରାପ୍ତି ହେବ ।

କନ୍ୟା ରାଶି

Image courtesy: Google

କନ୍ୟା ରାଶିର ଲୋକମାନଙ୍କର ଜାତକରେ ବୁଧ ଗ୍ରହ ୧୦ମ ଭାଗରେ ପ୍ରବେଶ କରିଛି । ଯେଉଁ କାରଣରୁ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ସ୍ୱାସ୍ଥ୍ୟ ସ୍ଥିତି ମଧ୍ୟମ ରହିବ ।

ତୁଳା ରାଶି

Image courtesy: Google

ତୁଳା ରାଶିର ଲୋକମାନଙ୍କର ଜାତକରେ ବୁଧ ଗ୍ରହ ନବମ ସ୍ଥାନରେ ଗୋଚର କରିଛି । ଯେଉଁ କାରଣରୁ ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ । ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ ।

ମୀନ ରାଶି

Image courtesy: Google

ମୀନ ରାଶି ଲୋକମାନଙ୍କ ଜାତକରେ ବୁଧ ଗ୍ରହ ଚତୁର୍ଥ ଭାଗରେ ଗୋଚର କରିଛି । ଯେଉଁ କାରଣରୁ ପ୍ରେମ-ପ୍ରସଙ୍ଗରେ ଭୁଲ୍ ବୁଝାମଣାର ନିରାକରଣ ହେବ । ମିତ୍ରଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ । ସ୍ଵାସ୍ଥ୍ୟରେ ଉନ୍ନତି ହେବ ।

ଆସନ୍ତୁ ଜାଣିବା ଅନ୍ୟ ରାଶିମାନଙ୍କର କେମିତି ରହିବ ଅବସ୍ଥା

ମିଥୁନ ରାଶି

Image courtesy: Google

ମିଥୁନ ରାଶିର ଲୋକମାନଙ୍କର ଜାତକରେ ବୁଧ ଗ୍ରହ ପ୍ରଥମ ଭାଗରେ ଗୋଚର କରିଛି । ଯେଉଁ କାରଣରୁ କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ କୋପ ବଢ଼ିବ । ସ୍ଥାନାନ୍ତରଣ ପାଇଁ ଚେଷ୍ଟା କଲେ ବିଫଳ ହେବେ ।

କର୍କଟ ରାଶି

Image courtesy: Google

କର୍କଟ ରାଶିର ଲୋକମାନଙ୍କର ଜାତକରେ ବୁଧ ଗ୍ରହ ଦ୍ଵାଦଶ ଭାଗରେ ଗୋଚର କରିଛି । ଯେଉଁ କାରଣରୁ ଆପଣ ବାଦ-ବିବାଦଠାରୁ ଦୂରେଇ ରହିବା ଉଚିତ୍ । ସନ୍ତାନଙ୍କ ଚିନ୍ତାରେ ଚିନ୍ତିତ ରହିବେ । ପାରିବାରିକ ସମ୍ବନ୍ଧରେ ଅସୁବିଧା ଆସିପାରେ ।

ବିଛା ରାଶି

Image courtesy: Google

ବିଛା ରାଶି ଲୋକମାନଙ୍କର ଜାତକରେ ବୁଧ ଗ୍ରହ ଅଷ୍ଟମ ଭାଗରେ ଗୋଚର କରିଛି । ସେଥିପାଇଁ ସରକାରୀ କର୍ମଚାରୀମାନେ ଷଡଯନ୍ତ୍ରରେ ପଡ଼ି ପାରନ୍ତି । ବ୍ୟବସାୟରେ ପରିଶ୍ରମର ଫଳ ମିଳିବ ନାହିଁ । ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଦେଖା ଦେବ ।

ଧନୁ ରାଶି

Image courtesy: Google

ଧନୁ ରାଶିର ଲୋକମାନଙ୍କର ଜାତକରେ ବୁଧ ଗ୍ରହ ସପ୍ତମ ଭାଗରେ ଗୋଚର କରିଛି । ସେଥିପାଇଁ କୌଣସି ଅଶୁଭ ସମାଚାର ଶୁଣି ଦୁଖୀ ହୋଇଯିବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବା ନା ହିଁ । ଏହା ସହ ପାରିବାରିକ ସୁଖ-ଶାନ୍ତି ବି ମିଳିବ ନାହିଁ ।

ମକର ରାଶି

Image courtesy: Google

ମକର ରାଶିର ଲୋକମାନଙ୍କର ଜାତକରେ ବୁଧ ଗ୍ରହ ଷଷ୍ଠ ସ୍ଥାନରେ ଗୋଚର କରିଛି । ଯେଉଁ କାରଣରୁ କୌଣସି ବରିଷ୍ଠ ରାଜନେତାଙ୍କ ଠାରୁ ଆପଣଙ୍କୁ ଧୋଖା ମିଳିପାରେ । ଯଶ କୀର୍ତ୍ତିରେ ଅବନ୍ନୋତି ହୋଇପାରେ ।

କୁମ୍ଭ ରାଶି

Image courtesy: Google

କୁମ୍ଭ ରାହସିର ଲୋକମାନଙ୍କର ଜାତକରେ ବୁଧ ଗ୍ରହ ପଞ୍ଚମ ସ୍ଥାନରେ ଗୋଚର କରିଛି । ଯେଉଁ କାରଣରୁ ବ୍ୟବସାୟରେ ଭାଗୀଦାରମାନଙ୍କ ସହ ମତାନ୍ତର ସୃଷ୍ଟି ହେବ । ପରିବାରର କେତେକ ସମସ୍ୟା ନେଇ, ମାନସିକ ପୀଡ଼ା ଅନୁଭବ କରିବେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।