Vastu Shastra- ଯଦି ଆପଣ ବି ବିଛଣା ଉପରେ ବସି ଖାଉଛନ୍ତି ତେବେ ହୋଇଯାନ୍ତୁ ସାବଧାନ ! ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ବ୍ୟକ୍ତି ତାର ଜୀବନରେ ବଞ୍ଚିବା କୁ ଯେପରି ଖାଦ୍ୟ ଆବଶ୍ୟକ ହୋଇଥାଏ ଠିକ ସେହିପରି ଭଲ ସ୍ୱାସ୍ଥ୍ୟ ପାଇଁ ଠିକ ସମୟରେ ଶୋଇବା ଆବଶ୍ୟକ ହୋଇଥାଏ । ବ୍ୟକ୍ତି ଜୀବନରେ ସବୁଦିନ ନିଜର ସବୁ କାର୍ଯ୍ୟ ସାରି ଥକି ଯାଇ ଯେତେବେଳେ ଘରକୁ ଫେରିଥାଏ ତାକୁ ସେହି ସମୟରେ ତାକୁ ବିଶ୍ରାମ ଆବାସିକ ହୋଇଥାଏ ଓ ସେ ସୁଖ ନିଦ୍ରା ଯାଇଥାଏ । କିନ୍ତୁ ମନୁଷ୍ୟ ବିଛଣାକୁ ଯାଇ ଏପରି କିଛି ଭୁଲ କରିବେ ଯାହାଦ୍ଵାର କି ତାକୁ ଜୀବନ ସାରା ବହୁତ ସମସ୍ୟା ସମୁଖୀନ ହେବାକୁ ପଡିଥାଏ । ଏମିତିରେ ତାକୁ ଦାରିଦ୍ର୍ୟତାର ସାମନା କରିବାକୁ ପଡିଥାଏ । ଏଥିପାଇଁ ବିଛଣାକୁ ଯାଇ ଏହିପରି କିଛି ଭୁଲ କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଭୁଲ ଗୁଡିକ କଣ ଅଟେ ।

୧ – ଆପଣଙ୍କୁ ଯଦି ଖଟତଳେ ଅଇଁଠା ବାସନ ରଖିବାର ଅଭ୍ୟାସ ଅଛି ତ ତାକୁ ଆଜିଠାରୁ ଛାଡି ଦିଅନ୍ତୁ । ଏମିତି କରିବା ଦ୍ଵାରା ରାହୁ କେତୁ ଓ ଶନି ଦେବଙ୍କ ଆକ୍ରୋଶର ସାମନା କରିବାକୁ ହୋଇଥାଏ । ବ୍ୟକ୍ତିର ସବୁ ଗ୍ରହର ଖରାପ ପ୍ରଭାବ ବୃଦ୍ଧି ହୋଇଥାଏ । ଯାହାଫଳରେ କି ତାକୁ ଦାରିଦ୍ର୍ୟତାର ସାମନା କରିବାକୁ ହୋଇଥାଏ ।

୨ – ବ୍ୟକ୍ତିକୁ ବିଛଣାରେ ବ କ୍ଷତ ଉପରେ ନିଜ ସହିତ କୌଣସି ପଶୁକୁ ସାଙ୍ଗରେ ନେଇ ଶୋଇବା ଉଚିତ ନୁହେଁ । ଏହାଦ୍ବାରା ଅଶୁଭତ୍ଵ ବୃଦ୍ଧି ହୋଇଥାଏ । ଏହା ସହ ଆପଣଙ୍କୁ ବହୁତ ବଡ ରୋଗର ସାମନା କରିବାକୁ ପଡିଥାଏ । ଏଥିପାଇଁ ଆପଣଙ୍କ ଠାରୁ ପଶୁକୁ ଅଲଗା କରି ଶୁଆଇବା ଆବଶ୍ୟକ ।

୩ – ଯେଉଁ ଲୋକମାନେ ବାହାରୁ ଆସି ନିଜର ଜୋତା ଚପଲ ଓ ମୋଜା ଆଦିକୁ ଖଟ ତଳେ ବା ବିଛଣା ତଳେ ରଖି ଦିଅନ୍ତି ସେମାନଙ୍କର  ଶତ୍ରୁ ବୃଦ୍ଧି ହୋଇଥାଏ । ଏବଂ ତାଙ୍କୁ ଶନି ଆକ୍ରୋଶର ସାମନା କରିବାକୁ ହୋଇଥାଏ । ଏହାଦ୍ବାରା ଜୀବନରେ ସେମାନେ ବହୁତ ହଇରାଣ ହୋଇଥାନ୍ତି । କୌଣସି କାର୍ଯ୍ୟ ଠିକ ଭାବରେ ହୁଏ ନାହିଁ । ତାଙ୍କ ନିଜର ଚାକିରି ଚାଲିଯିବାର ସମ୍ଭାବନା ଥାଏ ।

୪ – ବେଳେବେଳେ କିଛି ଲୋକମାନଙ୍କର ଅଭ୍ୟାସ ଥାଏ କି ବିଛଣାରେ ବସି ଖାଦ୍ୟ ଖାଇବା । କିଛି ଲୋକ ସକାଳ ସମୟରେ ଚାହା ପିଇଥାନ୍ତି । ସକାଳର ଜଳଖିଆ ଖାଇଥାନ୍ତି ଓ ସନ୍ଧ୍ୟା ବେଳର ଖାଇବା କ୍ଷତ ଉପରେ ବା ବିଛଣାରେ ବସି ଖାଇଥାନ୍ତି । ଏହା ଦ୍ଵାରା ତାଙ୍କର କୁଣ୍ଡଳୀରେ ଅଶୁଭ ଯୋଗ ହୋଇଥାଏ ଓ ରାହୁ କେତୁ ଶନିଙ୍କର ଖରାପ ଦୃଷ୍ଟି ପଡିଥାଏ ଯାହା ଫଳରେ ତାଙ୍କୁ ଦାରିଦ୍ର୍ୟତାର ସାମନା କରିବାକୁ ପଡିଥାଏ । ଏବଂ ଶତ୍ରୁ ଭୟ ବୃଦ୍ଧି ହୋଇଥାଏ ।

୫ – ଯଦି ଆପଣଙ୍କ ବିଛଣା ଅନ୍ୟ କେହି ବ୍ୟବହାର କରନ୍ତି ତ ଆପଣଙ୍କୁ ଦୋଷ ଲାଗିଥାଏ । ଅନ୍ୟ ବ୍ୟକ୍ତିର ଥିବା ଦୋଷ ଆପଣଙ୍କ ଉପରେ ପଡିପାରେ । ଏହାଫଳରେ ଆପଣ ଗରିବ ହୋଇଥାନ୍ତି । ଯଦି ଆପଣଙ୍କର ବିଛଣା ଏପଟ ସେପଟ ହୋଇ ପଡିଥାଏ ତ ଆପଣଙ୍କ ଉପରେ ରାହୁ କେତୁଙ୍କର ଖରାପ ପ୍ରଭାବ ପଡିଥାଏ । ଏମିତିରେ ଶନି ଦେବ ଯାହା ଉପରେ ପ୍ରସନ୍ନ ହୋଇଯାନ୍ତି ତାକୁ କୌଣସି ସମସ୍ୟାର ସମୁଖୀନ ହେବାକୁ ପଡିନ୍ଥାଏ । କିନ୍ତୁ ଶନି ଦେବ ଖରାପ ଲୋକମାନଙ୍କ ପାଇଁ ଖରାପ ଓ ଭଲ ଲୋକମାନଙ୍କ ପାଇଁ ଭଲ  ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।