ଜାଣନ୍ତୁ ବିବାହିତା ମହିଳାମାନେ କେଉଁ ଦିନ ବାଳ ଧୋଇବେ ଓ କେଉଁ ଦିନ ଧୋଇବେ ନାହିଁ, ବର୍ଜିତ ଦିନର ଉପାୟ ସହିତ

ଭାରତରେ ବିବାହିତା ମହିଳାମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଏ ମାନେ ଘରର ସୁଖ ସମୃଦ୍ଧି ବିବାହିତା ମହିଳାମାନଙ୍କ ଉପରେ ହିଁ ନିର୍ଭର କରିଥାଏ । ଏମିତିରେ କେଉଁ ଦିନରେ ମହିଳାମାନେ ଚୁଟି ଧୋଇବା ଉଚିତ ଓ କେଉଁ ଦିନରେ ଚୁଟି ଧୋଇବା ଉଚିତ ନୁହେଁ ଏହା ତିଥି ଓ ଦିନ ଗୁଡିକ ଉପରେ ବି ନିର୍ଭର ହୋଇଥାଏ । ପ୍ରଥମେ କହିଦେଉଛୁ ତିଥି ବିଷୟରେ । ଅମାବସ୍ୟା, ଏକାଦଶୀ, ପୁର୍ଣ୍ଣିମା ଦିନରେ ଚୁଟି ଧୋଇବା ଉଚିତ ନୁହେଁ ।

ଜ୍ୟୋତିଷଙ୍କ ଅନୁସାରେ ଏହି ଦିନ ଗୁଡିକରେ ଚନ୍ଦ୍ର ଉଚ୍ଚ କିମ୍ବା ନିଚ୍ଛ ସ୍ଥିତିରେ ରହିଥାନ୍ତି । ଜ୍ୟୋତିଷଙ୍କ ଅନୁସାରେ ଚନ୍ଦ୍ରମା ମସ୍ତିଷ୍କକୁ ପ୍ରଭାବିତ କରିଥାନ୍ତି । ଦ୍ଵିତୀୟ କଥା ହେଉଛି ଆମର ହିନ୍ଦୁ ତିଥି ଅନୁସାରେ ହିଁ ବ୍ରତ ଓ ଉତ୍ସବ ପାଳନ କରାଯାଏ । ଏହା ଏକ ଶୁଭ ଦିନ ଅଟେ । ସେଥିପାଇଁ ଏହି ଦିନ ଗୁଡିକର ପୂର୍ବ ଦିନ ହିଁ ଚୁଟି ଧୋଇବା ଉଚିତ । କିନ୍ତୁ କେବେ ବି ସେହି ଶୁଭ ଦିନ ଗୁଡିକରେ ଚୁଟି ଧୋଇବେ ନାହିଁ ।

ବର୍ତ୍ତମାନ ଜାଣିବା କେଉଁ ବାର ଗୁଡିକରେ ଚୁଟି ଧୋଇବା ନାହିଁ ଓ କେଉଁ ବାରରେ ଚୁଟି ଧୋଇବା ଉଚିତ । ଏହି କଥାର ଧ୍ୟାନ ରଖନ୍ତୁ କି ଯଦି ଆପଣ କୌଣସି ବାର ଅନୁସାରେ ବ୍ରତ ରଖୁଛନ୍ତି ତେବେ ସେହି ଦିନରେ କେବେ ବି ଚୁଟି ଧୁଅନ୍ତୁ ନାହିଁ । ତାହାର ପୂର୍ବ ଦିନ ହିଁ ନିଜର ଚୁଟି ଧୋଇ ଦିଅନ୍ତୁ । ରବିବାର ଦିନ ଚୁଟି ଧୋଇ ପାରିବେ । କିନ୍ତୁ ଯଦି ଆପଣ ରବିବାର ଦିନ ବ୍ରତ ରଖୁଛନ୍ତି ଓ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରୁଛନ୍ତି ତେବେ ସେହି ଦିନ ଚୁଟି ଧୁଅନ୍ତୁ ନାହିଁ ।

କିନ୍ତୁ ଯଦି ଆପଣ ବ୍ରତ ରଖିଛନ୍ତି ଓ କିଛି କାରଣ ବଶତଃ ଆପଣଙ୍କୁ ଚୁଟି ଧୋଇବାକୁ ପଡିବ ତେବେ ନିଜର ଦୋଷକୁ କାଟିବା ପାଇଁ ଏହି ଉପାୟ କରନ୍ତୁ । ଆପଣ ପ୍ରଥମେ କିଛି ମନ୍ଦାର ଫୁଲ ନେଇ ତାହାକୁ ହାତରେ ରଗଡନ୍ତୁ ଓ ଯେଉଁ ରସ ବାହାରୁଛି ତାହାକୁ ନିଜ ଚୁଟିରେ ଲଗାଇ ଦିଅନ୍ତି । ଏହା ପରେ ଆପଣ ନିର ଚୁଟିକୁ ଧୋଇ ପାରିବେ ।

ସୋମବାରରେ ଚୁଟି ଧୋଇ ପାରିବେ । କିନ୍ତୁ ଯେଉଁ ମହିଳାମାନେ ସେହିଦିନ ବ୍ରତ ରଖିଛନ୍ତି ତେବେ ସେମାନେ ସେଦିନ ଚୁଟି ଧୁଅନ୍ତୁ ନାହିଁ । କିନ୍ତୁ  ଯଦି କିଛି କାରଣ ବଶତଃ ସୋମବାର ଦିନ ବ୍ରତ ରଖି ଚୁଟି ଧୋଇବାକୁ ପଡୁଛି ତେବେ ଏହାର ଦୋଷରୁ ବଞ୍ଚିବା ପାଇଁ ପଳାସ ଫୁଲକୁ ନିଜ ହାତରେ ରଗଡି ପୁଣି ତାହାକୁ ନିଜ ଚୁଟିରେ ଲଗାଇ ଚୁଟି ଧୋଇ ଦିଅନ୍ତୁ ।

ଉପରୋକ୍ତ କାରଣ ହିସାବରେ ଆପଣ ସବୁ ବାରରେ ଏହିଭଳି କିଛି ଉପାୟ କରିପାରିବେ । ମଙ୍ଗଳବାର ଦିନ ଅଁଳା ପାଉଡର କିମ୍ବା ତାହାର ରସକୁ ଚୁଟିରେ ଲଗାଇ ଚୁଟି ଧୋଇ ଦିଅନ୍ତୁ । ବୁଧବାର ଦିନ ତୁଳସୀ ୫ -୬ ଟି ପତ୍ର ନିଅନ୍ତୁ ତାହାର ରସକୁ ନିଜ ଚୁଟିରେ ଲଗାଇ ଦିଅନ୍ତୁ । ଗୁରୁବାର ଦିନ କୌଣସି ବି ମହିଳାକୁ ଚୁଟି ଧୋଇବା ଉଚିତ ନୁହେଁ ।

କିନ୍ତୁ ଯଦି ଆପଣ ଏହିଭଳି କରୁଛନ୍ତି ତେବେ ହଳଦୀ ଓ ବେସନର ଏକ ମିଶ୍ରଣ ତିଆରି କରି ତାହାକୁ ନିଜ ଚୁଟିରେ ଲଗାଇବା ପରେ ନିଜ ଚୁଟିକୁ ଧୋଇ ଦିଅନ୍ତୁ । ଶୁକ୍ରବାର ଦିନ ପ୍ରଥମେ ନିଜ ଚୁଟିରେ ଅଳ୍ପ ଦହି ଲଗାନ୍ତୁ ପୁଣି ଚୁଟିକୁ ଧୋଇ ଦିଅନ୍ତୁ । ଶନିବାର ଦିନ କଞ୍ଚା କ୍ଷୀର ଲଗାନ୍ତୁ ପୁଣି ନିଜ ଚୁଟିକୁ ଧୋଇ ଦିଅନ୍ତୁ । ଏହି ସବୁ ଉପାୟ କରି ଆପଣ ନିଜର ବ୍ରତ ଦିନ ଗୁଡିକରେ ବି ଚୁଟିକୁ ଧୋଇଲେ ମଧ୍ୟ ଆପଣଙ୍କୁ କିଛି ଦୋଷ ଲାଗିବ ନାହିଁ ।