ପ୍ରାତଃକାଳରେ ଉଠି ନାଭିରେ ଲଗାନ୍ତୁ ଏହି ଜିନିଷ, କରଜରୁ ମୁକ୍ତ ହେବା ସହ ହେବ ଧନବର୍ଷା

ନାଭି ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଟେ । ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ, ତା ପେଟରେ ଥିବା ପିଲାକୁ ନାଭି ଦ୍ଵାରା ପୋଷଣ ମିଳିଥାଏ । ଆଜି ଆମେ ଆପଣଙ୍କୁ ନାଭି ସହ ଜଡିତ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ ଆପଣ କଲେ ଗୋଟେ ଦିନ ମଧ୍ୟରେ ଏହାର ପ୍ରଭାବ ଦେଖିପାରିବେ । ପ୍ରାତଃକାଳରେ ଉଠି ନାଭିରେ ଯଦି ଏହି ଜିନିଷ ଲଗାଇବେ ତେବେ ଆପଣଙ୍କ ସବୁ ମନୋକାମନା ପୂର୍ଣ୍ଣ ହେବା ସହ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ସାଧାରଣତଃ ସବୁ ମଣିଷଙ୍କ ଜୀବନରେ ଗୁରୁ ଗ୍ରହର ପ୍ରଭାବ ରହିଥାଏ । ଯେଉଁ ଲୋକମାନଙ୍କ ଜାତକରେ ଗୁରୁ ଗ୍ରହ ଶକ୍ତିଶାଳୀ ହୋଇଥାଏ ସେମାନେ ତାଙ୍କ ଜୀବନରେ କମ କଷ୍ଟରେ ସଫଳତା ହାସଲ, ଧନ ଲାଭ ଓ ସୁଖମୟ ଜୀବନ ଯାପନ କରିଥାନ୍ତି । କିନ୍ତୁ ଯେଉଁମାନଙ୍କ ଜୀବନରେ ଗୁରୁ ଗ୍ରହର ପ୍ରଭାବ ଦୁର୍ବଳ ହୋଇଥାଏ, ସେମାନଙ୍କୁ ବହୁତ କଷ୍ଟ କରିବାକୁ ପଡିଥାଏ ଓ ସଫଳତା ମଧ୍ୟ ବହୁତ କଷ୍ଟରେ ହାସଲ ହୋଇଥାଏ ।

ଏହି ଲୋକମାନେ ଯେତେ ଧନ ଲାଭ କଲେ ମଧ୍ୟ ତାଙ୍କର ସବୁ ଧନ ଅଯଥା ଖର୍ଚ୍ଚ ହୋଇଥାଏ । ତେଣୁ ଏହି ଗୁରୁ ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଆପଣଙ୍କୁ ପ୍ରାତଃକାଳରେ ନିଜ ନାଭିରେ ଏକ ଜିନିଷ ଲଗାଇବାକୁ ପଡିବ । ତେଣୁ ଗୁରୁ ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଆପଣ ନିଜ ନାଭିରେ ଶୁଖିଲା ହଳଦୀର ତିଳକ ଲଗାନ୍ତୁ ।

ଯେଉଁ ଲୋକମାନଙ୍କର ବିବାହହୋଇପାରୁ ନାହିଁ ବା ତାଙ୍କର ବୈବାହିକ ଜୀବନରେ ସମସ୍ୟା ହେଉଛି ତେବେ ସେମାନଙ୍କ ଜାତକରେ ଶୁକ୍ର ଗ୍ରହ ଦୁର୍ବଳ ଅଛନ୍ତି । ଏହି ଲୋକମାନେ ପ୍ରାତଃକାଳରେ ଉଠି ଗାଧୋଇବା ପରେ ନାଭିରେ ଚନ୍ଦନର ଅତର ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କ ବିବାହ ହେବା ସହ ଆପଣଙ୍କର ବୈବାହିକ ଜୀବନ ସୁଖମୟ ରହିବ । ଧ୍ୟାନ ରଖିବେ କି ଆପଣ କେବଳ ଅସଲି ଚନ୍ଦନ ଅତର ବ୍ୟବହାର କରିବେ । ଏହା ଦ୍ଵାରା ମଧ୍ୟ ଆପଣଙ୍କୁ ଧନଲାଭ ହୋଇଥାଏ ।

ଏହି ଦୁଇଟି ଉପାୟକୁ ଭଲ ଭାବରେ ବ୍ୟବହାର କରି ଦେଖନ୍ତୁ । ଗୋଟେ ଦିନ ମଧ୍ୟରେ ଆପଣଙ୍କୁ ଏହାର ପ୍ରଭାବ ନଜର ଆସିବ । ତେଣୁ ଆପଣ ଜୀବନରେ ସଫଳତା, ଧନ ଲାଭ ଓ ନିଜ ପାରିବାରିକ ଜୀବନ ସୁଖମୟ କରିବାକୁ ଚାହୁଁଛନ୍ତି ତେବେ ଏହି ଉପାୟକୁ ଭଲ ଭାବରେ କରନ୍ତୁ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।