ବିବାହିତା ମହିଳା ମାନେ ଭୁଲ୍ ମଧ୍ୟ ନିଜର ଏହି 5 ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ !

ବିବାହ ପରେ ମହିଳାମାନଙ୍କୁ ଅନେକ ନୂଆ ଲୋକଙ୍କ ସହ ରହିବାକୁ ପଡିଥାଏ ଯେପରିକି ଶାଶୁ, ନଣନ୍ଦ, ଜା ଏହିପରି ଅନେକ ସମ୍ପର୍କ ଯାହା ଦ୍ଵାରା ତାଙ୍କୁ ନିଜର ଅନେକ  ଜିନିଷ ଦେବାକୁ ପଡିଥାଏ । କିନ୍ତୁ କିଛି ଏପରି ଜିନିଷ ଥାଏ ଯାହାକୁ କୌଣସି ବି ବିବାହିତା ମହିଳା ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ ।

ଏପରି କରିବା ଦ୍ଵାରା ତାଙ୍କର ସ୍ଵାମୀଙ୍କ ସହ ସମ୍ପର୍କ ଖରାପ ହୋଇଥାଏ ଓ ସ୍ଵାମୀଙ୍କ ଉପରେ ବିପଦ ଆସିପାରେ । ଏଣୁ ଭୁଲ ରେ ମଧ୍ୟ ବିବାହିତା ମହିଳାମାନେ ନିଜର ଏହି ୫ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ । ତେବେ କଣ ସେହି ୫ଟି ଜିନିଷ ଚାଲନ୍ତୁ ଜାଣିବା ।

୧. ସିନ୍ଦୁର

ସିନ୍ଦୁର ହେଉଛି ବିବାହିତା ମହିଳାର ଗହଣା ଭଳି । କିନ୍ତୁ ବହୁତ ଲୋକ ଜାଣି ନ ଥାନ୍ତି ଓ ନିଜର ସିନ୍ଦୁର ଫରୁଆ ଅନ୍ୟମାନଙ୍କୁ ଦେଇ ଦିଅନ୍ତି । କିନ୍ତୁ ମନେ ରଖିବେ ନିଜର ସିନ୍ଦୁର ଫରୁଆକୁ ଅନ୍ୟ ମହିଳାଙ୍କୁ ଦିଅନ୍ତୁ ନାହିଁ ।

ଆଉ ଗୋଟିଏ କଥା ମନେ ରଖିବେ କି ସର୍ବଦା ସିନ୍ଦୁର ଏକୁଟିଆ ଲଗାନ୍ତୁ ଅର୍ଥାତ ଯେତେବେଳେ ଲୋକ ପାଖରେ ନ ଥିବେ ଲଗାନ୍ତୁ ନତୁବା ମୁହଁରେ ଓଢଣା ଦେଇ ଲଗାନ୍ତୁ । ଖୋଲା ରେ ସିନ୍ଦୁର ଲଗାଇବା ଦ୍ଵାରା ସ୍ୱାମୀଙ୍କ ଉପରେ ବିପଦ ଆସିପାରେ ।

୨. କଜଳ

ସବୁବେଳେ ମହିଳାମାନେ ନିଜର ସାଙ୍ଗମାନଙ୍କ ସହ ବା ନଣନ୍ଦମାନଙ୍କ ସହ କଜଳ ସେୟାର କରିଥାନ୍ତି । କିନ୍ତୁ ଏପରି କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ତାଙ୍କ ସ୍ୱାମୀଙ୍କ ସହ ଭଲ ପାଇବା କମି ଯାଇଥାଏ ଓ ଘରେ କଳହ ଲାଗି ରହେ । ତେଣୁ ଭୁଲ ରେ ମଧ୍ୟ ଅନ୍ୟ କାହାକୁ କଜଳ ଦିଅନ୍ତୁ ନାହିଁ ।

୩. ମେହେନ୍ଦି

ଆପଣ ଯେତେବେଳେ ନୂଆ ମେହେନ୍ଦି ଆଣୁଥିବେ ତେବେ ନିଜର ସାଙ୍ଗ କିମ୍ବା ନଣନ୍ଦଙ୍କୁ ଦେଉଥିବେ । କିନ୍ତୁ କେବେହେଲେ ମେହେନ୍ଦି କୁ ଅନ୍ୟ କାହା ସହ ସେୟାର କରନ୍ତୁ ନାହିଁ । ଏମିତି କରିବା ଦ୍ଵାରା ଆପଣଙ୍କ ସ୍ଵାମୀଙ୍କର ଆପଣଙ୍କ ପ୍ରତି ଥିବା ସ୍ନେହ ଓ ପ୍ରେମକୁ ଅନ୍ୟ ଲୋକଙ୍କ ନଜର ଲାଗିଯାଏ ।

୪. ବିନ୍ଦି

ଆପଣମାନେ ଦେଖିଥିବେ ଯେବେ କେହି ଖାଲି ମଥାରେ ଥାଆନ୍ତି ତେବେ ଅନ୍ୟ କେହି ନିଜର ବିନ୍ଦିକୁ ତାଙ୍କୁ ଦେଇ ଦେଇଥାନ୍ତି । କିନ୍ତୁ ଏପରି କରିବା ଅଶୁଭ ହୋଇଥାଏ ଓ କୁହାଯାଏ କି ଏପରି କରିବା ଦ୍ଵାରା ନିଜର ସ୍ୱାମୀଙ୍କ ଆୟୁଷ କମିଯାଏ ।

୫. ହାତର ଚୁଡି

ହାତର ଚୁଡିକୁ କାହା ସହ ସେୟାର କରିବା ଉଚିତ ନୁହେଁ । ଏପରିକି ଯେଉଁ ଚୁଡି ନିଜକୁ ପସନ୍ଦ ଆସିଥାଏ ସେହି ଚୁଡିକୁ ମଧ୍ୟ କାହାକୁ ଦେବା ଅଶୁଭ ହୋଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।