ବିବାହିତା ମହିଳା ମାନେ କେବେ ବି ଅନ୍ୟକୁ ଦିଅନ୍ତୁ ନାହିଁ ଏହି 4 ଟି ଜିନିଷ, ନଚେତ ସ୍ବାମୀଙ୍କ ଉପରକୁ ମାଡିଆସେ ବିପଦ

ଜଣେ ଝିଅ ଅନ୍ୟଘରକୁ ବିବାହ ହୋଇ ଯିବାପରେ ତ’ ଜୀବନ ସଂପୂର୍ଣ୍ଣ ଭାବେ ବଦଳି ଯାଇଥାଏ । ସେ ଅନେକ ନୂଆ ନୂଆ ସମ୍ପର୍କରେ ଯୋଡି ହୋଇଥାଏ ଓ ସମସ୍ତଙ୍କ ମନ ରଖି ଜୀବନ କାଟିବାକୁ ପଡିଥାଏ । ତେବେ କିଛି ଜିନିଷ ରହିଛି ଯାହା ବିବାହିତା ମହିଳା କେବେବି ଅନ୍ୟ ସ୍ତ୍ରୀ ଲୋକଙ୍କୁ ଦେବା ଉଚିତ ନୁହେଁ । ଏହା ତାଙ୍କ ସ୍ବାମୀଙ୍କ ପାଇଁ ଅତ୍ୟନ୍ତ ଅମଙ୍ଗଳକାରୀ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ଜିନିଷ ସବୁ ଯାହା ବିବାହିତା ମହିଳା ଭୁଲରେ ବି କାହାକୁ ଦେବା ଉଚିତ ନୁହେଁ ।

ପ୍ରଥମ ଜିନିଷଟି ହେଉଛି ନିଜେ ଲଗାଉଥିବା ସିନ୍ଦୂର । ଏହା ହେଉଛି ଜଣେ ବିବାହିତା ମହିଳାଙ୍କର ପ୍ରଥମ ଗହଣା । ତେଣୁ ଏହା କେବେବି କାହା ସହ ଶେୟାର କରିବା ଉଚିତ ନୁହେଁ । ଆପଣ ଯେତେବେଳେ ବି ସିନ୍ଦୂର ଲଗାଉଛନ୍ତି ଏକୁଟିଆ କିମ୍ବା ଓଢଣା ପକାଇ ଲଗାନ୍ତୁ । ନଚେତ ଏଥିରେ କାହାର ନଜର ଲାଗି ଯାଇ ପାରେ । ବିଶେଷ କରି ଅନ୍ୟ ଜଣେ ବିବାହିତା ନାରୀଙ୍କୁ ନିଜ ସିନ୍ଦୂର କେବେବି ଲଗାଇବାକୁ ଦିଅନ୍ତୁ ନାହିଁ ।

ଦ୍ଵିତୀୟରେ ହେଉଛି କଜଳ । କଜଳ ଲଗାଇବା ଦ୍ଵାରା ମହିଳା ମାନେ ଅତ୍ୟନ୍ତ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯାନ୍ତି । କିନ୍ତୁ ଅନେକ ସମୟରେ ଜାଣତରେ ହେଉ ବା ଅଜାଣତରେ ହେଉ ମହିଳା ମାନେ ନିଜ କଜଳ ଅନ୍ୟକୁ ଲଗାଇବାକୁ ଦେଇଥାନ୍ତି । କିନ୍ତୁ ଏପରି କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା କମିଯାଏ । ସେଥିପାଇଁ କେବେ ହେଲେ ନିଜ କଜଳକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ ।

ତୃତୀୟରେ ହେଉଛି ମଥାର ବିନ୍ଦି । ମହିଳାମାନେ ନିଜ ମଥାର ବିନ୍ଦି କାଢି କରି ଅନ୍ୟ ଜଣେ ମହିଳାଙ୍କୁ ଦେବା ଅଶୁଭ ବୋଲି ମାନା ଯାଇଥାଏ । ଏଥିରେ ଉକ୍ତ ମହିଳାଙ୍କର ଅଶୁଭ ହେବା ସହ ତାଙ୍କ ସ୍ବାମୀଙ୍କ ଉପରେ ମଧ୍ୟ ସଙ୍କଟ ମାଡି ଆସିଥାଏ । ତେଣୁ କୌଣସି ପରିସ୍ଥିତିରେ କେହି ମାଗିଲେ ମଧ୍ୟ ଆପଣ ନିଜ ମଥାର ବିନ୍ଦି କାଢିକି କେବେବି କାହାକୁ ଦିଅନ୍ତୁ ନାହିଁ ।

ଚତୁର୍ଥରେ ହେଉଛି ଚୁଡି ଏବଂ ପାଉଁଝି । ହିନ୍ଦୁ ଧର୍ମରେ ବିବାହିତା ମହିଳା ମାନେ ହାତରେ ଚୁଡି ଓ ପାଦରେ ପାଉଁଝି ଧାରଣ କରିବାର ନିୟମ ରହିଛି । କିନ୍ତୁ ବେଳେବେଳେ କିଛି ସ୍ତ୍ରୀ ଲୋକ ନିଜ ଶାଢୀର ରଙ୍ଗକୁ ମ୍ଯାଚ କରିବା ଚୁଡି ଅନ୍ୟମାନଙ୍କ ଠାରୁ ଆଣି ପିନ୍ଧିଥାନ୍ତି । କିନ୍ତୁ ଯଦି ଅନ୍ୟ କେହି ବିବାହିତା ମହିଳା ଆପଣଙ୍କୁ ଚୁଡି କିମ୍ବା ପାଉଁଝି ମାଗନ୍ତି ତେବେ କେବେବି ତାଙ୍କୁ ଦିଅନ୍ତୁ ନାହିଁ ।

ଏପରି କରିବା ଦ୍ଵାରା ଆପଣଙ୍କ ପ୍ରତି ସ୍ବାମୀଙ୍କ ଭଲପାଇବା କମି ଯାଇଥାଏ ଓ ବୈବାହିକ ସମ୍ପର୍କରେ ବାଧା ଉତ୍ପନ୍ନ ହୋଇଥାଏ । ତେଣୁ ବିବାହିତା ମହିଳା ମାନେ କେବେ ହେଲେ ଅନ୍ୟ ଜଣେ ସ୍ତ୍ରୀ ଲୋକଙ୍କ ସହ ଏହି ଚାରୋଟି ଜିନିଷ ଶେୟାର କରନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।