ବିବାହର ଏତ ବର୍ଷ ପରେ ଈଶା ଦେଓଲ ଶେୟାର କଲେ ବିଦାଇ ସମୟର ଭିଡିଓ, ବହୁତ କାନ୍ଦି ଥିଲେ ଧର୍ମେନ୍ଦ୍ର, ଆଉ ହେମାମାଳିନୀ…

ଲକଡାଉନ କାରଣରୁ ନିଜ ଘରେ ରହି ବଲୀଉଡ ଷ୍ଟାରମାନେ ନିଜର ପୁରୁଣା ଦିନକୁ ମନେ ପକାଉଛନ୍ତି । ଏମିତିରେ ସମସ୍ତେ ନିଜର ପୁରୁଣା ଦିନର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ଏହି ବଲୀଉଡ ସେଲେବ୍ରିଟୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଅଭିନେତ୍ରୀ ଈଶା ଦେଓଲ । ଯିଏକି ନିଜର କିଛି ପୁରୁଣା ଫଟୋ ଶେୟାର କରିଛନ୍ତି । ଈଶା ଦେଓଲଙ୍କୁ ବର୍ତ୍ତମାନ ନିଜର ପୁରୁଣା ଦିନ କଥା ବହୁତ ମନେ ପଡୁଛି ।

ବର୍ତ୍ତମାନ ହିଁ ଈଶା ଦେଓଲ ନିଜର ଅଫିଶିୟଲ ଇଂସ୍ଟାଗ୍ରାମ ପେଜରେ ନିଜ ବିବାହର କିଛି ପୁରୁଣା ଭିଡିଓ ଶେୟାର କରିଛନ୍ତି । ବଲୀଉଡର ଅଭିନେତ୍ରୀ ରହି ସାରିଥିବା ଈଶା ଦେଓଲ ବର୍ତ୍ତମାନ ସମୟରେ ବଡ ପରଦାରୁ ଦୂରେଇ ଯାଇଛନ୍ତି କିନ୍ତୁ ସୋସିଆଲ ମିଡିଆରେ ବହୁତ ଆକ୍ଟିବ ଅଛନ୍ତି । ଈଶା ଦେଓଲ ବର୍ତ୍ତମାନ ଦିନରେ ନିଜର କିଛି ନୂଆ ଓ ପୁରୁଣା ଭିଡିଓ ଶେୟାର କରୁଛନ୍ତି । ବର୍ତ୍ତମାନ ଈଶା ଦେଓଲ ନିଜ ବିବାହର ଏକ ଭିଡିଓ ଶେୟାର କରିଛନ୍ତି ।

ଯେଉଁଥିରେ ତାଙ୍କର ବିଦାଇର ପରମ୍ପରା କରା ଯାଉଛି । ଈଶା ଦେଓଲଙ୍କ ଦ୍ଵାରା ଶେୟାର କରାଯାଇଥିବା ଏହି ଭିଡୋକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିବ । ଈଶା ଦେଓଲଙ୍କ ବିବାହ ପରେ ବିଦାଇ ବାଲା ଏହି ଭିଡଓରେ ଆପଣଙ୍କୁ ପୁରା ପରିବାର ଭାବୁକ ହେଉଥିବାର ନଜର ଆସିବ । ଭିଡିଓରେ ଈଶା ଦେଓଲ କନ୍ୟା ରୂପରେ ନଜର ଆସୁଛନ୍ତି । ଈଶା ଦେଓଲ ନାଲି ରଙ୍ଗର ଶାଢୀ ଓ ସୁନାର ଗହଣା ପିନ୍ଧିବାର ନଜର ଆସୁଛନ୍ତି ଓ ସେ ବିଦାଇ ପାଇଁ ବିପ୍ରସ୍ତୁତ ଅଛନ୍ତି ।

କନ୍ୟା ହୋଇ ଥିବା ଈଶା ଦେଓଲ ବହୁତ ସୁନ୍ଦର ଲାଗୁଛନ୍ତି । ଭିଡିଓରେ ହେମା ମାଳିନୀ, ଧର୍ମେନ୍ଦ୍ର ଓ ଈଶା ଦେଓଲ ଭଉଣୀ ଅହାନା ବି ନଜର ଆସୁଛନ୍ତି । ଆଖିରେ ଲୁହ ଆସିଥିବା ଈଶା ଦେଓଲ ନିଜର ଭାବନାକୁ କାବୁ ରଖିବାକୁ ଚେଷ୍ଟା କରୁଛନ୍ତି । ଏମିତିରେ ପ୍ରଥମେ ଈଶା ଦେଓଲ ହସୁଛନ୍ତି । କିନ୍ତୁ ପରେ ସେ ପିତା ଧର୍ମେନ୍ଦ୍ରଙ୍କୁ ଆଲିଙ୍ଗନ କରି ନେଉଛନ୍ତି ଓ ଏହା ପରେ ଦୁଇ ଜଣ କାନ୍ଦୁଛନ୍ତି । ଈଶା ଦେଓଲ ନିଜର ମା ହେମା ମାଳିନୀଙ୍କୁ ବି ଆଲିଙ୍ଗନ କରିବା ସମୟରେ ବହୁତ ଭାବୁକ ନଜର ଆସୁଛନ୍ତି ।

ଈଶା ଦେଓଲଙ୍କ ବିଦାଇ ହେଉଥିବା ସମୟରେ ତାଙ୍କାର ମାତା ପିତା ହେମା ମାଳିନୀ ଓ ଧର୍ମେନ୍ଦ୍ର ବହୁତ ଭାବୁକ ନଜର ଆସୁଛନ୍ତି । ଭିଡିଓରେ ଈଶା ଦେଓଲଙ୍କ ଭଉଣୀ ଅହାନା ବି କାନ୍ଦୁ ଥିବାର ନଜର ଆସୁଛନ୍ତି । ଏହା ପରେ ସମସ୍ତେ ହସି ହସି ଈଶା ଦେଓଲଙ୍କୁ ବିଦାଇ କରୁଛନ୍ତି । ଏହି ଭିଡିଓରେ ନିଜ ଝିଅ ପ୍ରତି ଥିବା ଧର୍ମେନ୍ଦ୍ରଙ୍କ ଭଲ ପାଇବା ନଜର ଆସୁଛି । ନିଜର ଝିଅର ବିଦାଇରେ ସେ ନିଜର ଲୁହକୁ ଅଟକାଇ ପାରୁ ନାହାନ୍ତି । ପୁରା ଭିଡିଓରେ ଧର୍ମେନ୍ଦ୍ର କେବଳ କାନ୍ଦୁଥିବାର ନଜର ଆସୁଛନ୍ତି ।

 

View this post on Instagram

 

#memoriesforlife Thanks & best wishes to u my dear @badalrajacompany ! U are fantastic at his job 👍🏼 ♥️🧿

A post shared by Esha Deol (@imeshadeol) on

ଆପଣଙ୍କୁ କହିଦେଉଛୁ କି ଈଶା ଦେଓଲଙ୍କ ବିବାହ ବିଜନେସମ୍ୟାନ ଭରତ ତଖ୍ତାନୀଙ୍କ ସହ ୨୦୧୨ରେ ହୋଇଥିଲା । ବିବାହ ପରେ ଦୁଇ ଜଣଙ୍କ ଦୁଇଟି ଝିଅ ମିରାୟା ଓ ରାଧ୍ୟା ଅଛନ୍ତି । ଈଶା ଦେଓଲ ୨୦୦୩ରେ ଫିଲ୍ମ ‘କୋଈ ମେରେ ଦିଲ ସେ ପୁଛେ’ରୁ ବଲୀଉଡକୁ ଡେବ୍ୟୁ କରିଥିଲେ । ଏହା ପରେ ଈଶା ଦେଓଲ ‘ଧୁମ’, ‘ଏଲଓସୀ କାରଗିଲ’, ‘କାଲ’, ‘ନୋ ଏଂଟ୍ରୀ’ ଭଳି ବଲୀଉଡର ଅନ୍ୟ କେତେକ ଫିଲ୍ମରେ ବି କାମ କରିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।