ନମସ୍କାର ବନ୍ଧୁଗଣ । ବାହାଘର ଉପରେ ଅଯଥା ଖର୍ଚ୍ଚ ଉପରେ ଲାଗିପାରେ କଟକଣା । ଏ ନେଇ ସାଂସଦ ଲୋକସଭାରେ ନୂଆ ବିଲ ଉପସ୍ଥାପନା କରିବା ପରେ ଏହାକୁ ନେଇ ଚର୍ଚ୍ଚା ଅଜୋର ଧରିଛି । ଏହି ବିଲ ପାଳିତ ହେବା ପରେ ହିନ୍ଦୁ ବାହାଘର ଉଶ୍ଚବ ଉପରେ ଲାଗି ଯାଇପାରେ ଏକାଧିକ କଟକଣା । ବିଲ ଅନୁଯାୟୀ ବିବାହ ଉଶ୍ଚବ କୁ ନିମନ୍ତ୍ରିତ ଅତିଥିଙ୍କ ସଂଖ୍ୟା 100 ଭିତରେ ସିମିତି ରହିବ ।
ଅତିଥିଙ୍କ ପାଇଁ ପ୍ରସ୍ତୁତ ହେଉଥିବା ରେସିପି ଉପରେ ମଧ୍ୟ କଟକଣା ଲାଗୁ ହେବ । 10ରୁ ଅଧିକ ବ୍ୟଞ୍ଜନ ବାହାଘରେ ପରଷା ଯାଇପାରିବ ନାହିଁ । ଖାଲି ସେତିକି ନୁହେଁ ବରଂ ନବ ବିବାହିତା ଙ୍କୁ ଅତିଥି ମାନେ 2500 ଟଙ୍କାରୁ ଅଧିକ ଦାମ ର ଉପହାର ଦେଇ ପାରିବେନି । ଏ ସବୁ ଦ୍ଵାରା ବାହାଘରରେ ହେଉଥିବା ଅଯଥା ଖର୍ଚ୍ଚ ଉପରେ ରୋକ ଲାଗିବ । ଉପସ୍ଥାପିତ ବିଲ ର ନାମ ହେଉଛି “ସ୍ଵତନ୍ତ୍ର ଅବସର ରେ ଖର୍ଚ୍ଚ କାଟ ବିଲ 2020 ବା ଦ ପ୍ରିଭେନସନ ଅଫ ୱେଷ୍ଟଫୁଲ ଏକ୍ସପେଣ୍ଡିଚାର ଅଫ ସ୍ପେସାଲ ଅକେଜନ ବିଲ 20-20” ।
ଏହି ବିଲରେ ଉଲେଖ ଅଛି ଯେ ଦାମୀ ଉପହାର ବାବଦରେ ଅଯଥା ଖର୍ଚ୍ଚ ନ କରି ଏହାକୁ ଗରିବ ଓ ଅସହାୟ ଏବଂ ସମାଜ ସେବା ସଂଘଠନ କରୁଥିବା ଲୋକଙ୍କୁ ଦାନ କରାଯିବା ଉଚିତ । 2020 ଜାନୁଆରୀ ରେ କଂଗ୍ରେସ ସନସଦ ଜସବିର ସିଂ ଗିଲ ଙ୍କ ଦ୍ଵାରା ଉପସ୍ଥାପିତ ବିଲ ପୁଣି ଥରେ ଶୁକ୍ରବାର ରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା । ପଞ୍ଜାବର ଖଣ୍ଡୁର, ସହିଶୂର ସାଂସଦ ଜସବିର ସିଂ ଗିଲ କହିଛନ୍ତି ବିବାହରେ ଲୋକ ଦେଖାଣିଆ ଖର୍ଚ୍ଚ କୁ କାଟ କରିବା ଏହି ବିଲ ର ଉଦ୍ଦେଶ୍ୟ ଅଟେ ।
ଖାସ କରି ଏହି ବିଲ କନ୍ୟା ଘର ଲୋକେ ଆଶ୍ଵସ୍ତ ହେବେ । ସେମାନଙ୍କ ଉପରେ ପଡୁଥିବା ଆର୍ଥିକ ବୋଝ ଲାଘବ ହୋଇପାରିବ । ଏହି ବିଲ ପଛରେ ଥିବା ତର୍କ କୁ ବୁଝାଇବାକୁ ଯାଇ ସାଂସଦ ଜସବିର ସିଂ କହିଛନ୍ତି ଯେ ସେ ଏଭଳି ଅନେକ ଖବର ଶୁଣିଛନ୍ତି କି ଲୋକେ ନିଜ ଝିଅ ବାହାଘର ପାଇଁ ଜମି ବାଡି ବିକ୍ରି କରିଥାନ୍ତି । ଏପରିକି ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ରୁଣ କରିବାକୁ ବାଧ୍ୟ ହୁଅନ୍ତୁ ।
ଏ ସବୁ କାରଣରୁ ଝିଅ ବାପା କୁ ବୋଝ ଭଳି ମନେ ହୁଏ । କିନ୍ତୁ ଏହି ବିଲ ଲାଗୁ ହେବା ପରେ ଏ ସବୁ ସମସ୍ୟାର ଅନ୍ତ ହେବ । କନ୍ୟା ଙ୍କୁ ଆଉ କେହି ବୋଝ ଭାବିବେ ନାହିନ କି ଦେଶରେ କନ୍ୟା ଭ୍ରୁଣ ହତ୍ୟା କମିଯିବ । ସାଂସଦ ଆଗକୁ କହିଛନ୍ତି ଯେ 2019ରେ ସେ ଭଗୱାଡା ରେ ହୋଇଥିବା ଏକ ବିବାହ ଭୋଜିକି ଯାଇଥିଲେ ଓ ସେଠାରେ 285 ପ୍ରକାରର ବ୍ୟଞ୍ଜନ କରାଯାଇଥିଲା ।
ହେଲେ ସେଥିରୁ 129 ପ୍ରକାରର ବ୍ୟଞ୍ଜନରେ କାହହର ହାତ ବାଜି ନ ଥିଲା ଓ ସେସବୁ ନଷ୍ଟ ହୋଇଥିଲା । ସେହି ସମୟରେ ତାଙ୍କ ମନକୁ ବିବାହ ସମ୍ପର୍କିତ ବିଲ କଥା ଆସିଥିଲା ।