ବିବାହରେ କେବଳ ସାତ ଫେରା ହିଁ କାହିଁକି ନିଆଯାଏ ? ୬ କିମ୍ବା ୮ଟି ଫେରା କାହିଁକି ନଥାଏ ? ଯାଆନ୍ତୁ ଏହା ପଛରେ ଥିବା ଏହି ରୋଚକ କାରଣ

ହିନ୍ଦୁଧର୍ମରେ ୧୬ ସଂସ୍କାର ମଧ୍ୟରୁ ବିବାହକୁ ବିଶେଷ ଗୁରୁତ୍ଵ ଦିଆଯାଇଛି । ବିବାହ କରିବା ପାଇଁ ହିନ୍ଦୁଧର୍ମରେ ବିଶେଷ ରୀତିନୀତି ମଧ୍ୟ ରହିଛି । ଏହା ମଧ୍ୟରେ ଅଗ୍ନିଙ୍କୁ ସାକ୍ଷୀ ମାନି ୭ ଫେରା ନେବା ମଧ୍ୟ ସାମିଲ ଥାଏ । ଯାହାଦ୍ୱାରା ବର-ବଧୂ ସାତ ବଚନ ନେଇ ୭ ଜନ୍ମ ପାଇଁ ପରସ୍ପରର ସାଥ୍ ଦେବାକୁ ପ୍ରତିଜ୍ଞା କରନ୍ତି । ତେବେ ଆପଣ କେବେବ ଭାବିଛନ୍ତି କି ୭ ଫେରା ହିଁ କାହିଁକି ନିଆଯାଏ । ଏହାଠୁ କମ୍ କିମ୍ବା ବେଶୀ ଫେରା କାହିଁକି ନିଆଯାଏ ନାହିଁ ?

ଗଣିତରେ ୭ ଏକ ବିଷମ ଅଙ୍କ ହୋଇଥିଲେ ମଧ୍ୟ ବୈଦିକ ମାନ୍ୟତା ଅନୁସାରେ ୭ କୁ ଶୁଭ ଏବଂ ପୂର୍ଣ୍ଣ ଅଙ୍କ ବୋଲି ମାନାଯାଏ ।ସେଥିପାଇଁ ସନାତନ ସଂସ୍କୃତିରେ ଅନେକ ଜିନିଷ ୭ଟି ଲେଖାଏଁ ଥାଏ । ଯେପରିକି ଇନ୍ଦ୍ରଧନୁର ୭ଟି ରଙ୍ଗ, ସଙ୍ଗୀତର ସାତ ସୁର, ସୂର୍ଯ୍ୟଙ୍କ ୭ଟି ଘୋଡା, ମନ୍ଦିର ଏବଂ ମୂର୍ତ୍ତିର ୭ ଥର ପରିକ୍ରମା, ୭ ସମୁଦ୍ର, ୭ ଦିନ, ୭ ଚକ୍ର, ୭ ତଳ, ସାତ ଦ୍ଵୀପ ଏବଂ ୭ ଋଷି ଇତ୍ୟାଦି ।

ଶାସ୍ତ୍ରରେ ମଧ୍ୟ କୁହାଯାଇଛି କି, କେବଳ ୭ ପାଦ ସାଙ୍ଗରେ ଚାଲିଲେ ଦୁଇ ଅପରିଚିତ ବ୍ୟକ୍ତି ମଧ୍ୟ ବନ୍ଧୁ ହୋଇଯାନ୍ତି । ଏକ ପ୍ରକାର ବିବାହ ମଧ୍ୟ ଦେଖିବାକୁ ଗଲେ ଦୁଇ ଅପରିଚିତ ବ୍ୟକ୍ତିଙ୍କ ବନ୍ଧୁତା ଯାହା ସାରା ଜୀବନ ଚାଲେ । ସେଥିପାଇଁ ବିବାହରେ ସାତଫେରା ନିଆଯାଏ ଓ ଏହି ପ୍ରୋସେସକୁ ସପ୍ତପଦୀ ନାମରେ ମଧ୍ୟ ଜଣାଯାଏ ।

ହିନ୍ଦୁଧର୍ମରେ ଅଗ୍ନିଙ୍କୁ ଅତି ପବିତ୍ର ମାନାଯାଏ । ଅଗ୍ନିରେ ଆହୁତି ଦେଇ ଦେବୀଦେବତାଙ୍କ ନିକଟରେ ନିଜ ମନର କଥା ପହଞ୍ଚାଇ ହୁଏ ବୋଲି ମାନାଯାଏ । ସେଥିପାଇଁ ଅଗ୍ନିଙ୍କୁ ସାକ୍ଷୀ ରଖି ଫେରା ନେବାର ଅର୍ଥ ସମସ୍ତ ଦେବୀଦେବତାଙ୍କୁ ସାକ୍ଷୀ ରଖିବା ସହ ସମାନ ବୋଲି ମାନାଯାଏ । ବିବାହ ସମୟରେ ନେଉଥିବା ୭ଟି ଫେରାର ସ୍ଵତନ୍ତ୍ର ଅର୍ଥ ମଧ୍ୟ ରହିଛି । ସେଥିପାଇଁ ଏହି ସବୁ ବିଶେଷ ବିଷୟକୁ ଦୃଷ୍ଟିରେ ରଖି ୭ଟି ଫେରା ନିଆଯାଏ ।

ପ୍ରଥମ ଫେରା ଖାଦ୍ଯ ପାନୀୟର ବ୍ୟବସ୍ଥା ପାଇଁ ହୋଇଥାଏ । ଦ୍ଵିତୀୟ ଫେରା ଉଭୟଙ୍କ ମଧ୍ୟରେ ଧୈର୍ଯ୍ୟ ଓ ଶକ୍ତି ବଜାୟ ରଖିବା ପାଇଁ ନିଆଯାଏ । ତୃତୀୟ ଫେରା ଜୀବନରେ ଧନର ବ୍ୟବସ୍ଥା ବଜାୟ ରଖିବା ପାଇଁ ଏବଂ ଚତୁର୍ଥ ଫେରା ଆତ୍ମିକ ସୁଖଶାନ୍ତି ପାଇଁ ନିଆ ଯାଇଥାଏ ।

ସେହିପରି ପଞ୍ଚମ ଫେରା ପଶୁ ସମ୍ପଦ ପାଇଁ ଏବଂ ଷଷ୍ଠ ଫେରା ପ୍ରତ୍ଯେକ ଋତୁରେ ରହଣି ଚଳଣି ପାଇଁ ହୋଇଥାଏ । ଶେଷରେ ସପ୍ତମ ଫେରା ନେଇ ବର-ବଧୂ ବିବାହ ବନ୍ଧନରେ ବାନ୍ଧି ହୋଇଯାନ୍ତି । ଏହି ସପ୍ତମ ଫେରାରେ ବର-ବଧୂ ପ୍ରତ୍ଯେକ ସୁଖ ଦୁଃଖରେ ପରସ୍ପରର ସହଯୋଗ କରିବା ତଥା ସାଥ୍ ଦେବାର ପ୍ରତିଜ୍ଞା ଖାଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।