ଚାଲାଣ କାଟିଲା ପୋଲିସ, ଏହା ପରେ ରାଗିଯାଇ ଲାଇନ ମ୍ୟାନ ଜଣକ ଯାହା କଲେ ଏବେ ସାରା ଦେଶରେ ହେଉଛି ଚର୍ଚ୍ଚା

ପୋଲିସ ଚାଲାଣ କାଟିବାରୁ ପୋଲିସ ଚେକପୋଷ୍ଟର ଲାଇନ କାଟିଦେଲେ ଲାଇନ ମ୍ୟାନ । ଯାହାଫଳରେ ବିଦ୍ୟତୁ ନଥିବାରୁ ପୋଲିସ କର୍ମଚାରୀଙ୍କୁ ଅନ୍ଧାରରେ ରାତି ବିତାଇବାକୁ ପଡିଲା । ଉତ୍ତରପ୍ରଦେଶର ବରେଲି ଜିଲ୍ଲାର ସିଲୋରି ଥାନାରେ ଏହିପରି ଏକ ଘଟଣା ଘଟିଛି । ସେଠାରେ ଗାଡି ଚେକିଂ ସମୟରେ ଏକ ଲାଇନ ମ୍ୟାନର ଚାଲାଣ କାଟିଥିଲେ ପୋଲିସ । ଗାଡି ଚଲାଉଥିବା ସମୟରେ ତାଙ୍କ ପାଖେ ବୈଧ କାଗଜପତ୍ର ନଥିବାରୁ ତାଙ୍କ ଠାରୁ ୫୦୦ ଟଙ୍କାର ଜୋରିମାନା ଆଦାୟ କରା ଯାଇଥିଲା ।

ସିଲୋରି ଥାନାର ଇନଚାର୍ଜ ଗାଡି ଚେକିଂ କରୁଥିବା ବେଳେ ବରସେର ସବ୍ ଷ୍ଟେସନର ଲାଇନ ମ୍ୟାନ ଭଗବାନ ସ୍ୱରୂପ ବାଇକ ଯୋଗେ ଆସୁଥିଲେ । ଇନ୍ସପେକ୍ଟର ମୋଦୀ ସିଂ ଲାଇନ ମ୍ୟାନଙ୍କୁ ଅଟକାଇ କାଗଜପତ୍ର ଦେଖାଇବାକୁ କହିଥିଲେ । ଏହା ଶୁଣି ତାଙ୍କ ପାଖେ ଏବେ ଗାଡିର ବୈଧ କାଗଜପତ୍ର ନଥିବା କଥା ଇନ୍ସପେକ୍ଟରଙ୍କୁ କହିଥିଲେ ଲାଇନ ମ୍ୟାନ । ସେ ଘରକୁ ଯାଇ କାଗଜପତ୍ର ଆଣି ଦେଖାଇବି ବୋଲି କହିଥିଲେ ମଧ୍ୟ ଇନ୍ସପେକ୍ଟର ମୋଦୀ ସିଂ ତାଙ୍କ କଥାରେ ରାଜି ହୋଇ ନଥିଲେ ।

ଇନ୍ସପେକ୍ଟର ତାଙ୍କ କଥା ନଶୁଣି ଚାଲାଣ କାଟି ଦେଇଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ଲାଇନ ମ୍ୟାନ । ଆଉ ତା’ପରେ ଯାହା କଲେ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି । ୫୦୦ ଟଙ୍କା ଚାଲାଣ କଟାଯିବା ନେଇ ମନେ ମନେ ଖୁବ ବିରକ୍ତି ହୋଇଥିଲେ ଲାଇନ ମ୍ୟାନ ଭଗବାନ ସ୍ୱରୂପ ।

ପୋଲିସ ବାବୁ ତାଙ୍କ କଥାରେ ରାଜି ନ ହେବାରୁ ଓ ୫୦୦ ଟଙ୍କା ଜୋରିମାନା ଆଦାୟ କରିବାରୁ ସେ ଅସନ୍ତୋଷ ପ୍ରକାଶ କରି ପୋଲିସ ବାବୁ କର୍ମ କରୁଥିବା ଥାନାର ବିଦ୍ୟୁତ କନେକ୍ସନ କାଟି ଦେଇଥିଲେ ଲାଇନ ମ୍ୟାନ । ଏନେଇ ଲାଇନ ମ୍ୟାନ ଜଣକ କହିଛନ୍ତି କି, ପୋଲିସ ଷ୍ଟେସନର ବିନା ବୈଧ ଅନୁମତିରେ ବିଜୁଳି ସଂଯୋଗ ଦିଆ ଯାଇଥିଲା । ଏହା ଜାଣିପାରି ଲାଇନ ମ୍ୟାନଙ୍କୁ ପ୍ରତିଶୋଧ ନେବାର ସୁଯୋଗ ମିଳି ଯାଇଥିଲା । ଯାହାପରେ ସେ ଯାଇ ପୋଲିସ ଚେକପୋଷ୍ଟର ଲାଇନ କନେକ୍ସନ କାଟି ଦେଇଥିଲେ ।

ତେବେ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରାଯାଉଛି । ପୋଲିସ ଚେକପୋଷ୍ଟର ଲାଇନ କାହିଁକି କଟାଗଲା ଓ ଏହାର କାରଣ କଣ ରହିଛି ଏସବୁର ତଦନ୍ତ ଜାରି ରହିଛି । ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି ବିଦ୍ୟୁତ ବିଭାଗ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।