ଆଜି ଆମେ ଆପଣଙ୍କୁ ଏକ ନିର୍ମଳ ହୃଦୟର ସମାଜ ପ୍ରତି ଜାଗୃତ ବର ବିଷୟରେ କହିବାକୁ ଯାଉଛୁ, ଯିଏକି ନିଜର ବାହାଘର ଦିନ ଏମିତି ଏକ କାମ କରିଦେଲା ଯାହାକୁ ଦେଖି ଆପଣ ସମସ୍ତଙ୍କର ବି ଛାତି ଗର୍ବରେ ଫୁଲିଯିବ । ବର୍ତ୍ତମାନ ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଏକ ବିବାହରେ ବର ବିବାହ ସମୟରେ ସମାଜ ପାଇଁ କିଛି ଅଲଗା କରି ଦେଖାଇଲା । ସେଥିପାଇଁ ସେ ନିଜର ୭ ଫେରା ନେବା ପୂର୍ବରୁ କନ୍ୟା ସହିତ ମିଶି ଏମିତି ଏକ କାମ କରିଲା ଯାହାକୁ ଦେଖି ସେଠି ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ।
ବର ନିଜର ବିବାହ ଦିନ ରଖିଲା ରକ୍ତଦାନର କାର୍ଯ୍ୟକ୍ରମ
କହିବାକୁ ଗଲେ ବର ଓ କନ୍ୟା ବିବାହର ସମସ୍ତ ନିୟମକୁ ପାଳନ କରିସାରିବା ପରେ ଯେମିତି ହିଁ ୭ ଫେରା ନେବା ପାଇଁ ଯାଉଥିଲା ଠିକ ସେହି ସମୟରେ ସେଠି ଏକ ଡାକ୍ତରଙ୍କ ଟିମ ଆସି ପହଞ୍ଚିଗଲା । ସମସ୍ତେ ଡାକ୍ତରମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ବର ସମସ୍ତଙ୍କୁ ଶାନ୍ତ କରାଇ କହିଲା କି ସେ ଥ୍ୟାଲିସୀମିୟା ରୋଗରେ ପୀଡିତ ପିଲାମାନଙ୍କ ପାଇଁ ବ୍ଲଡ ଡୋନେଟ କରିବାକୁ ଚାହୁଁଥିଲା ।
ଆଉ ମଧ୍ୟ କହିଲା କି ଯେ କୌଣସି ବ୍ୟକ୍ତି ନିଜର ଇଚ୍ଛା ଅନୁସାରେ ଏହି ବ୍ଲଡ ଡୋନେଶନରେ ମୋତେ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେମାନେ ଆଗକୁ ଆସି ବ୍ଲଡ ଦିଅନ୍ତୁ ।
ଏହା ପରେ ବର ର କଥା ମାନି କିଛି ବରଯାତ୍ରୀମାନେ କିଛି ୟୁନିଟ ରକ୍ତ ଦାନ କରିଲେ । ଏହା ପରେ ବର ଓ କନ୍ୟା ଏକା ସହିତ ମିଶି ନିଜର ରକ୍ତ ଦାନ କରିଲେ । ଏହି ରକ୍ତ ଥ୍ୟାଲିସୀମିୟାରେ ପୀଡିତ ପିଲାମାନଙ୍କର ଚିକିଶ୍ଚା ପାଇଁ ବ୍ୟବହାର କରାଯିବ । ବର ର ଏହିଭଳି କାମ ଦେଖି ସେଠି ଥିବା ସବୁ ଲୋକ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ ।
କିନ୍ତୁ ଯେତେବେଳେ ବର ସମସ୍ତଙ୍କୁ ନିଜର ଇଚ୍ଛା ବିଷୟରେ ବିସ୍ତାର ରୂପରେ ବୁଝାଇଲା ତେବେ ସମସ୍ତଙ୍କ ଚେହେରାରେ ହସ ଚାଲି ଆସିଲା । ଏହା ପରେ ଦେଖୁ ଦେଖୁ ପୁରା ଉଜ୍ଜୈନ ଓ ମଧ୍ୟ ପ୍ରଦେଶରେ ବରର ଏହି ଭଲ କାମ ଓ ଅଦ୍ଭୁତ ବିବାହର ଖବର ବ୍ୟାପିଗଲା । ସମସ୍ତେ ବରର ଏହି ଭଲ କାମକୁ ପ୍ରଶଂସା କରୁଛନ୍ତି ।
ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।