ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଭିଡିଓକୁ ନେଇ ଏବେ ଖୁବ ଚର୍ଚ୍ଚା ଚାଲିଛି । ଉଭୟ ଭଲ ଏବଂ ମନ୍ଦ ଚର୍ଚ୍ଚା କରୁଛନ୍ତି ଲୋକେ । ଯାହା ଜଣାପଡୁଛି ଭିଡିଓଟି ନବୀନ ନିବାସ ଭିତରର । ତେଣୁ ଏହାକୁ ନବୀନ ନିବାସ ଭିତରର କୌଣସି ବ୍ୟକ୍ତି ହିଁ ସୁଟିଙ୍ଗ କରିଛନ୍ତି । କାରଣ ନବୀନ ନିବାସ ଭିତରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସୁଟିଙ୍ଗ କରିବାର ତାକତ କାହାର ବା ଅଛି ! ତେଣୁ ଏହା କୁହାଯାଇ ପାରେ ଯେ ଏହି ଭିଡିଓଟିକୁ ନବୀନ ନିବାସ ତରଫରୁ ହିଁ ସୁଟିଙ୍ଗ କରାଯାଇଛି ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ଜୀବନକୁ କେବେ ମଧ୍ୟ ପଦାକୁ ଆସିବାକୁ ଦେଇ ନାହାନ୍ତି । ସେ କୌଣସି ଗଣମାଧ୍ୟମକୁ ସାକ୍ଷାତକାର ଦିଅନ୍ତି ନାହିଁ, କେବଳ ବିବୃତ୍ତି ଦିଅନ୍ତି । ଯଦି କେବେ ସାକ୍ଷାତକାର ଦେଇଛନ୍ତି ତେବେ ଇଂରାଜୀ କିମ୍ବା ଜାତୀୟ ଗଣମାଧ୍ୟମକୁ ଦେଇଛନ୍ତି । ଗଣମାଧ୍ୟମ କେବଳ ନବୀନ ନିବାସର ପାହାଚ ଯାଏଁ ଯାଇପାରନ୍ତି । ପିଣ୍ଡା ଉପରକୁ ଉଠିବାର ଅନୁମତି ନଥାଏ ।
ନୂଆ ନୂଆ ରାଜନୀତିରେ ଆସିବା ସମୟରେ ସେ କେତେ ଥର ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଚତୁର୍ଥ ସ୍ତମ୍ଭକୁ ଏଡାଇ ଯିବାକୁ ପସନ୍ଦ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି କି ନବୀନ ବାବୁ ନବୀନ ନିବାସର ଏକ ରୁମ୍ ରୁ ବାହାର ପଟ ଅଗଣାକୁ ଚାଲି ଚାଲି ଆସୁଛନ୍ତି । ସେ ଏକ ଲୁଙ୍ଗି ଏବଂ ହାତ ବାଲା ଧଳା ଗଞ୍ଜି ଟିଏ ପିନ୍ଧିଛନ୍ତି । ସେ ଚାଲି ଚାଲି ଆସି ଅଗଣା ପଟର କବାଟ ଖୋଲୁଛନ୍ତି ।
କବାଟ ଖୋଲିବା ପରେ ଦେଖାଯାଉଛି ଯେ ବାହାର ପଟର ସେପଟ ମୁଣ୍ଡ କାନ୍ଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଫଟୋ ଲଗାଯାଇଛି । ଆଉ ନବୀନ ବାବୁ କବାଟ ଖୋଲିବା ପରେ ଏପଟେ ଠିଆ ହୋଇ ହାତ ଯୋଡି ମହାପ୍ରଭୁଙ୍କୁ ନମସ୍କାର ପକାଉଛନ୍ତି । ପୁରା ଭିଡିଓରେ ଏକ ଲୋକପ୍ରିୟ ଓଡିଆ ଭଜନ ବାଜୁଛି । ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଜୁହାର ହେଲା ବେଳେ ନବୀନ ବାବୁ କଛା ମାରିବାକୁ ଭୁଲି ଯାଇଛନ୍ତି ।
ଏଥିପାଇଁ ତାଙ୍କୁ କେହି ପରାମର୍ଶ ଦେଇ ନାହାନ୍ତି ବୋଧେ । କାରଣ ହିନ୍ଦୁ ଓଡିଆ ଘରେ ଦିଅଁଙ୍କୁ ମୁଣ୍ଡିଆ ମାରିବା ବେଳେ ଆମେ ଯଦି ଲୁଙ୍ଗି, ଗାମୁଛା କିମ୍ବା ଧୋତି ପିନ୍ଧିଥାନ୍ତି ତେବେ କଛା ମାରିବାକୁ ପଡିଥାଏ । କିନ୍ତୁ ନବୀନ ବାବୁ ଏହା କରିବାକୁ ଭୁଲି ଯାଇଛନ୍ତି । ତେବେ ନବୀନ ଭିତରର ଏହି ଭିଡିଓ ବାହାରକୁ ଆସିବା କିଛି ନୂଆ କଥା ନୁହେଁ । କାରଣ ପୂର୍ବରୁ ନବୀନ ବାବୁ ବ୍ୟାୟାମ କରୁଥିବାର ଭିଡିଓ ଓ କୁକୁର ଖେଳାଉଥିବାର ଏବଂ ବଡ ବଡ ଅତିଥିଙ୍କ ସହ ପଖାଳ ଖାଉଥିବାର ଫଟୋ ଆଦି ମଧ୍ୟ ବାହାରକୁ ଆସିଥିଲା ।
ତେବେ ବୁଦ୍ଧିଜୀବୀଙ୍କ କହିବା ମୁତାବକ ଯେତେବେଳେ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ପ୍ରଶ୍ନ ଉଠେ କିମ୍ବା ନିର୍ବାଚନ ପାଖରେ ଥାଏ ନବୀନ ନିବାସର ଏମିତି କିଛି ଦୃଶ୍ୟ ପଦାକୁ ଆସୁଥିବା ଓଡିଶାବାସୀ ଦେଖିବାକୁ ପାଆନ୍ତି । ତେବେ ଏହି ଭିଡିଓକୁ ନବୀନ ନିବାସରୁ ରିଲିଜ କରାଯିବାର ଉଦ୍ଦେଶ୍ୟ କ’ଣ ତାହା ସ୍ପଷ୍ଟ ହୋଇନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।