ବିବାହ ପରେ ଏମିତି ହେଲା ବରର ମୃତ୍ୟୁ, କନ୍ୟା ସହ 9 ଜଣ ପଜିଟିଭ

ଉତ୍ତରପ୍ରଦେଶର ଫିରୋଜାବାଦରୁ ଏହି ଭୟଙ୍କର ମାମଲା ସାମ୍ନାକୁ ଆସୁଛି । ଯେଉଁଠି ଗୋଟିଏ ପରିବାରର ୯ ଜଣ ସଦସ୍ୟ କରୋନା ଭାଇରାସ ଦ୍ଵାରା ସଂକ୍ରମିତ ହୋଇ ଯାଇଛନ୍ତି । ସବୁଠୁ ଦୁଖଃର କଥା ଏହା ଅଟେ କି ଏହି ସମୟରେ ସେହି ଘରେ ବିବାହ ଭଳି ବଡ ଫଙ୍କସନ ଚାଲି ଥିଲା । କିନ୍ତୁ ଏହା ମଧ୍ୟରେ ଏହିଭଳି ଏକ ଘଟଣା ଘଟି ଗଲା । ସଂକ୍ରମଣରେ ବିବାହ ହେଉଥିବା ଝିଅ ବି ସାମିଲ ଅଛି । ବର୍ତ୍ତମାନ ସଂକ୍ରମିତ ପରିବାରର ସବୁ ସଦସ୍ୟଙ୍କ ଚିକିତ୍ସା ଚାଲିଛି ।

ବର ଓ କନ୍ୟାର ବିବାହ କିଛି ଦିନ ପୂର୍ବେ ହିଁ ହୋଇଥିଲା ଓ ଏହା ମଧ୍ୟରେ ସବୁଠୁ ବଡ ଦୁଖର ଏହା ଅଟେ କି ବିବାହ ପରେ ୪ ଡିସେମ୍ବରକୁ ବରର ମୃତ୍ୟୁ ହୋଇଗଲା ।

କହିବାକୁ ଗଲେ ଏକ ରିପୋର୍ଟ ଅନୁସାରେ ୪ ଡିସେମ୍ବରକୁ ଯେତେବେଳେ ବରର ମୃତ୍ୟୁ ହୋଇଥିଲା ସେତେବେଳେ ବରକୁ ଜର ଓ ନିଶ୍ଵାସ ନେବାରେ ଅସୁବିଧା ହେଉଥିଲା । କିନ୍ତୁ ତାହାର କରୋନା ଟେସ୍ଟ ହୋଇ ନ ଥିଲା । ଏହା ପରେ ସନ୍ଦେହ ହେବା ପରେ ସେହି ପରିବାରର ସମସ୍ତଙ୍କର କରୋନା ଯାଞ୍ଚ କରାଗଲା । ଯେଉଁଥିରେ ସେହି ପରିବାରର ୯ ଜଣ ସଦସ୍ୟଙ୍କ କରୋନା ରିପୋର୍ଟ ପଜିଟିବ ବାହାରିଲା ।

ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନୀତା କୁଲଶ୍ରେଷ୍ଠ କହିଲେ କି ବରର ବିବାହ ୨୫ ନଭେମ୍ବରକୁ ହୋଇଥିଲା । ବିବାହ ପରେ ସଙ୍ଗେ ସଙ୍ଗେ ହିଁ ଯୁବକର ସ୍ୱାସ୍ଥ୍ୟ ଖରାପ ହୋଇଗଲା ଓ ଚାରି ଡିସେମ୍ବରକୁ ତାହାର ମୃତ୍ୟୁ ହୋଇଗଲା । ଏହା ପରେ କରୋନା ଟେସ୍ଟରେ କନ୍ୟା ସମେତ ୯ ଜଣ ଲୋକ କରୋନା ସଂକ୍ରମିତ ମିଳିଲେ । ଏଥିରେ କନ୍ୟାର ଶାଶୁ ବି ସାମିଲ ଅଛି । ବର୍ତ୍ତମାନ ସମସ୍ତଙ୍କର ଚିକିତ୍ସା ଚାଲିଛି ।

ଏହା ଛଡା ଗ୍ରାମର ଅନ୍ୟ ଲୋକମାନଙ୍କ କରୋନା ଯାଞ୍ଚ ପାଇଁ ସେହି ଗ୍ରାମରେ ମେଡିକାଲ କ୍ୟାମ୍ପ ଲଗାଯାଇଛି । ଚିକିତ୍ସା ଅଧିକାରୀ ଡା. ନୀତା କୁଲଶ୍ରେଷ୍ଠ କହିଲେ କି ଗ୍ରାମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ସେଠି କ୍ୟାମ୍ପ ଲଗାଯାଇଛି । ଯାହା ଦ୍ଵାରା ବିବାହ ସମାରୋହରେ ଆସିଥିବା ଲୋକମାନଙ୍କର ଓ ସେମାନଙ୍କର ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରି ତାଙ୍କର ଯାଞ୍ଚ କରାଯାଇ ପାରିବ ।

ଚିକିତ୍ସା ଅଧିକାରୀ ଡା. ନୀତା କୁଲଶ୍ରେଷ୍ଠ  ଏହା ବି କହିଲେ କି ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ସଂକ୍ରମିତ ୩୬୭୩ଟି ମାମଲା ସାମ୍ନାକୁ ଆସିସାରିଛି । ଯେଉଁଥିରେ ୬୭ ଜଣ ରୋଗୀ ମୃତ୍ୟୁ ବରଣ କରିସାରିଛନ୍ତି ଓ ଜିଲ୍ଲାରେ ବର୍ତ୍ତମାନ ୧୭୧ ରୋଗୀଙ୍କ ଚିକିତ୍ସା ଚାଲିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।