ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭୂମିକମ୍ପ ଆସିବା ପୂର୍ବରୁ ମିଳିଥାଏ ଏହି ୬ଟି ସଙ୍କେତ, ଏହାକୁ କରନ୍ତୁ ନାହିଁ ଅଣଦେଖା

ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ଭୂକମ୍ପ ବିଷୟରେ କୁହାଯାଇଛି ଓ ଭୂକମ୍ପ ଆସିବା ପୂର୍ବରୁ କିଛି ସଙ୍କେତ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଭାରତୀୟ ଜ୍ୟୋତିଷଙ୍କ ଅନୁସାରେ ଭୂକମ୍ପ, ବାତ୍ୟା ଓ ଅନ୍ୟ ପ୍ରାକୃତିକ ବିପଦ ଆସିବା ପୂର୍ବରୁ ବ୍ରହ୍ମାଣ୍ଡ ଦ୍ଵାରା କିଛି ସଙ୍କେତ ଦିଆଯାଇଥାଏ । ଏହି ସଙ୍କେତକୁ ଜାଣିଲେ ଏସବୁ ପ୍ରାକୃତିକ ବିପଦରୁ ବଞ୍ଚିହେବ । ପ୍ରାଚୀନ ଗଣିତଜ୍ଞ ବରାହ ମିହିରଙ୍କ ବୃହତ ସଂହିତା ଅନୁସାରେ ଭୂକମ୍ପ ଆସିବା ପୂର୍ବରୁ କିଛି ସଙ୍କେତ ବ୍ରହ୍ମାଣ୍ଡରେ ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ସଙ୍କେତ ବିଷୟରେ ।

୧. ଗ୍ରହଣ ଦ୍ଵାରା ଭୂକମ୍ପ

ଭାରତୀୟ ଜୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବା ଚନ୍ଦ୍ର ଗ୍ରହଣ ଦ୍ଵାରା ଭୂକମ୍ପ ଆସିବାର ସଂଭାବନା ବହୁତ ଅଧିକ ଥାଏ । ଗ୍ରହଣ ଲାଗିବାର ୪୦ ଦିନ ପୂର୍ବରୁ ଓ ୪୦ ଦିନ ପରେ କେବେବି ଭୂକମ୍ପ ଆସିପାରେ । ସେଥିପାଇଁ ଏହି ୮୦ ଦିନ ବହୁତ ସାବଧାନ ରୁହନ୍ତୁ ।

୨. ଗ୍ରହଙ୍କର ଗତିରୁ ଭୂକମ୍ପ

ପୃଥିବୀର ଚାରିପଟରେ ବୁଲୁଥିବା ଗ୍ରହଙ୍କ ଗତିରୁ ମଧ୍ୟ ଭୂକମ୍ପ ହେବାର ସମ୍ଭାବନା ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ପୃଥିବୀର ଅଧିକ ପାଖକୁ ବା ଦୂରକୁ ଯିବା ଦ୍ଵାରା ଏହାର ପ୍ରଭାବରେ ପୃଥିବୀର ସନ୍ତୁଳନ ଅସମାନ୍ୟ ହୋଇଥାଏ, ଯାହାଫଳରେ ଭୂକମ୍ପ ହେବାର ସମ୍ଭାବନା ରହିଥାଏ ।

୩. ଏହି ସବୁ ସ୍ଥାନରେ ହୋଇଥାଏ ଭୂକମ୍ପ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି, ମଙ୍ଗଳ ତଥା ବୃହସ୍ପତି ଗ୍ରହର ସ୍ଥିତି ଯେଉଁ କ୍ଷେତ୍ରରେ ରହିଥାଏ, ସେଠାରେ ଭୂକମ୍ପ ହେବାର ସମ୍ଭାବନା ବହୁତ ଅଧିକ ଥାଏ । ସେଥିପାଇଁ ହିମାଳୟ ଓ ସାମୁଦ୍ରକ ସ୍ଥାନରେ ଭୂକମ୍ପ ହେବାର ଅଧିକ ସମ୍ଭାବନା ଥାଏ ।

୪. କେଉଁ ସମୟରେ ଆସିଥାଏ ଭୂକମ୍ପ

ସାଧାରଣତଃ ଅଧିକାଂଶ ଭୂକମ୍ପ ଦିନ ସମୟରେ ଆସିଥାଏ । ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦିନର ୧୨ଟା ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଓ ମଧ୍ୟ ରାତ୍ରି ରୁ ସୂର୍ଯ୍ୟ ଉଦୟ ମଧ୍ୟରେ ଭୂକମ୍ପ ହେବାର ସମ୍ଭାବନା ରହିଥାଏ ।

୫. ଉଲ୍କା ଦ୍ଵାରା ଭୂକମ୍ପ

ଆମର ବ୍ରହ୍ମାଣ୍ଡରେ କୋଟି କୋଟି ଉଲ୍କା ପିଣ୍ଡ ବୁଲିଥାନ୍ତି । ହେଲେ ଯେତେବେଳେ ଏହି ଉଲ୍କା ପିଣ୍ଡ ପୃଥିବୀ ବା ସୂର୍ଯ୍ୟର ଅଧିକ ନିକଟକୁ ଆସିଯାନ୍ତି, ସେତେବେଳେ ଭୂକମ୍ପ ହେବାର ଅଧିକ ସମ୍ଭାବନା ରହିଥାଏ ।

୬. କୁକୁର ଭୋକିବା

କୁହାଯାଏ ଭୂକମ୍ପ ବା ଅନ୍ୟାନ୍ୟ ପ୍ରାକୃତିକ ବିପତ୍ତି ଆସିବା ପୂର୍ବରୁ କୁକୁରଙ୍କୁ ପ୍ରଥମେ ଅନୁଭବ ହୋଇଥାଏ । ତେଣୁ ଭୂକମ୍ପ ଆସିବା ପୂର୍ବରୁ କୁକୁର ଭୋକିଥାନ୍ତି ।