ଅନ୍ୟମାନଙ୍କର ଏହି ଜିନିଷ କେବେ ବି ମାଗିବେ ନାହିଁ, ହୋଇଯିବେ ବର୍ବାଦ

ପ୍ରାୟତଃ ଆମର ଗୁରୁଜନମାନେ କୁହନ୍ତି କି ଅନ୍ୟ ବ୍ୟକ୍ତିର କୌଣସି ବି ଜିନିଷ କେବେ ବି ବ୍ୟବହାର କରିବା ଉଚିତ ନୁହେଁ । ଏହା ବିଲକୁଲ ସତ ଅଟେ । ଆଜିର ଏହି ଆର୍ଟକିଲରେ ଆମେ ଆପଣଙ୍କୁ ଏମିତି ହିଁ ୫ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରିବା ଦ୍ଵାରା ବ୍ୟକ୍ତିର ଖରାପ ସମୟ ଆରମ୍ଭ ହୋଇଯାଏ ଓ ସେହି ବ୍ୟକ୍ତି ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ ।

ବାସ୍ତୁ ଶାସ୍ତ୍ରରେ ବି କୁହାଯାଇଛି କି ଆପଣଙ୍କୁ କେବେ ବି ଦ୍ଵିତୀୟ ବ୍ୟକ୍ତିର ଜିନିଷ ବ୍ୟବହାର କରିବା ଉଚିତ ନୁହେଁ । ନଚେତ ଆପଣଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ଆପଣ ଭୁଲରେ ବି ଏହି ଜିନିଷ ଗୁଡିକ ବ୍ୟବହାର କରନ୍ତୁ ନାହିଁ ।

୧. କପଡା

ବାସ୍ତୁ ଶାସ୍ତ୍ର ଅନୁସାରେ କେବେ ବି ଅନ୍ୟ କୌଣସି ବ୍ୟକ୍ତିର ଡ୍ରେସ କିମ୍ବା ବିଛଣା ଭୁଲରେ ବି ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ଉପରେ ଦୋଷ ଲାଗିପାରେ । ଏହିଭଳି କରିବା ଦ୍ଵାରା ଏମିତି କୁହାଯାଏ କି ସେହି ବ୍ୟକ୍ତିର ସବୁ ରୋଗ ଓ ତାହାର ସବୁ ଦୋଷ ଆପଣଙ୍କ ଉପରେ ଆସିପାରେ । ଏହା ସହିତ ସେହି ବ୍ୟକ୍ତିର ଜାତକର ପ୍ରଭାବ ବି ଆପଣଙ୍କ ଉପରେ ପଡିପାରେ । ସେଥିପାଇଁ ଆପଣ କେବେ ବି ଅନ୍ୟ ବ୍ୟକ୍ତିର ଡ୍ରେସ ବ୍ୟବହାର କରନ୍ତୁ ନାହିଁ ।

୨. ପୁରୁଣା ଘର

ବାସ୍ତୁ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିକୁ ବିନା କାହାର ପରାମର୍ଶ ନେଇ କୌଣସି ପୁରୁଣା ଘରେ ପ୍ରବେଶ କରିବା ଉଚିତ ନୁହେଁ । ପ୍ରାୟତଃ ଦେଖାଯାଇଛି କି କେତେକ ଲୋକମାନେ ଜାଣି ଜାଣି କିମ୍ବା ଅଜଣାତରେ ଏମିତି ଘରକୁ ଚାଲି ଯାଆନ୍ତି ଯେଉଁ ଘରଟି ବହୁତ ସମୟ ହେବ ଖାଲି ପଡିଥାଏ । ତେବେ ଏହା ଦ୍ଵାରା ସେଠି କିଛି ବି ଅଘଟଣ ହୋଇପାରେ । ଏହା ସହିତ ଆପଣଙ୍କ ପଛରେ ନକରାତ୍ମକ ଶକ୍ତି ବି ପଡିପାରେ । ସେଥିପାଇଁ ଆପଣ ଏହି ଭୁଲ କେବେ ବି କରନ୍ତୁ ନାହିଁ ।

୩. ଘଣ୍ଟା

ଅନ୍ୟ ବ୍ୟକ୍ତିର ଘଣ୍ଟା ପିନ୍ଧିବା ଦ୍ଵାରା ସକରାତ୍ମକ ଊର୍ଜା କମ ହୋଇଯାଏ ଓ ଆପଣଙ୍କ ଉପରେ ନକରାତ୍ମକ ଊର୍ଜା ଭାରି ପଡିଥାଏ । ସେଥିପାଇଁ ଅନ୍ୟ ବ୍ୟକ୍ତିର ଘଣ୍ଟା କେବେ ବି ପିନ୍ଧିବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କ ଭଲ ସମୟ ବି ଖରାପ ହୋଇପାରେ । ଏହା ଛଡା ଆମକୁ କେବେ ବି ଅନ୍ୟ ବ୍ୟକ୍ତିର ପେନ ବ୍ୟବହାର କରିବା ଉଚିତ ନୁହେଁ ଓ ନା ହିଁ ନିଜ ପାଖରେ ରଖିବା ଉଚିତ ।

୪. ଟଙ୍କା

ଏହା ଛଡା କେବେ ବି କାହାର ଟଙ୍କାକୁ ନିଜ ପାଖରେ ରଖନ୍ତୁ ନାହିଁ । ଯଦି ଆପଣ କରଜ କରିଛନ୍ତି ତେବେ ତାହାକୁ ସଠିକ ସମୟରେ ଫେରାଇ ଦିଅନ୍ତୁ । ଯଦି ଆପଣ ଟଙ୍କା ଫେରାଇବେ ନାହିଁ ତେବେ ଆପଣଙ୍କୁ ପାପ ଲାଗିପାରେ ।

୫. ଜୋତା କିମ୍ବା ଚପଲ

କୌଣସି ବି ବ୍ୟକ୍ତିକୁ ଅନ୍ୟ ବ୍ୟକ୍ତିର ଚପଲ ପିନ୍ଧିବା ଉଚିତ ନୁହେଁ । ଅନ୍ୟର ଚପଲ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ଜାତକ ଖରାପ ହୋଇପାରେ ଓ ନା ହିଁ କୌଣସି ବ୍ୟକ୍ତିର ଚପଲ ଓ ଜୋତା ନିଜ ଘରେ ରଖିବା ଉଚିତ । ଏହିଭଳି କରିବା ଦ୍ଵାରା ଘରେ ସମସ୍ୟା ଆସିଥାଏ । ଆପଣ ସମସ୍ତ କାର୍ଯ୍ୟରେ ଅସଫଳ ହୋଇପାରନ୍ତି । ସେଥିପାଇଁ ଏହି ସମସ୍ତ ମାମଲାରେ ସତର୍କ ରୁହନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।