ଭୋଜନ କରିବା ପୂର୍ବରୁ କରନ୍ତୁ ଏହି ଗୋଟେ କାମ, କେବେ ବି ଘରେ ଆସିବ ନାହିଁ ଦରିଦ୍ରତା

ଖାଦ୍ୟ ଅର୍ଥାତ ଭୋଜନ ସମସ୍ତ ମନୁଷ୍ୟ ଓ ଜୀବିତ ବସ୍ତୁର ପ୍ରଥମ ଓ ମୁଖ୍ୟ ଦରକାରୀ ବସ୍ତୁ ହୋଇଥାଏ । ଏହି ଦୁନିଆରେ ମନୁଷ୍ୟ ଦୁଇ ସମୟର ଭୋଜନ ପାଇଁ ଦିନରାତି ପରିଶ୍ରମ କରିଥାଏ ଯାହା ଦ୍ଵାରା ତାହାର ପରିବାର କେବେ ବି ଭୋକିଲା ପେଟରେ ନ ରହୁ । ଖାଦ୍ୟ ବିନା ପୃଥିବୀରେ ଜୀବନ ଅସମ୍ଭବ । କହିବାକୁ ଗଲେ ଭୋଜନକୁ ଅନ୍ନ ଦେବତା ରୂପରେ ଭାରତ ଦେଶରେ ପୂଜା କରାଯାଏ ।

ମାନ୍ୟତା ଅଛି କି ଯେଉଁ ବ୍ୟକ୍ତି ଅନ୍ନକୁ ମହତ୍ଵ ଦେଇ ନ ଥାଏ, ତେବେ ଅନ୍ନ ବି ତାକୁ ମହତ୍ଵ ଦିଏ ନାହିଁ । ଏମିତିରେ ଯଦି ଆପଣ ନିଜର ଉନ୍ନତି ଚାହୁଁଛନ୍ତି ତେବେ ଆମ ଦ୍ଵାରା କୁହାଯାଉଥିବା ଏହି ଉପାୟକୁ ପାଳନ କରନ୍ତୁ ।

ଭୋଜନ ଖାଇବା ପୂର୍ବରୁ କରନ୍ତୁ ଏହି କାମ

ଯଦି ଆପଣ ନିଜ ଘରର ଉନ୍ନତି ଚାହୁଁଛନ୍ତି ତେବେ ସବୁଦିନ ଭୋଜନ ଗ୍ରହଣ କରିବା ପୂର୍ବରୁ ଥରେ ଭଗବାନଙ୍କୁ ହାତ ଯୋଡି ନିଶ୍ଚିତ ପ୍ରାର୍ଥନା କରି ନିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ କେବେ ବି ଧନର ଅସୁବିଧା ହେବ ନାହିଁ ଓ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହିବ ।

କେବେ ବି ଆସିବ ନାହିଁ ଦରିଦ୍ରତା

ଇଶ୍ଵର ଏହି ସୃଷ୍ଟିର କଣ କଣରେ ବସିଛନ୍ତି । ଏମିତିରେ ଭୋଜନ ଆରମ୍ଭ କରିବା ପୂର୍ବରୁ ଯଦି ଆମେ ଇଶ୍ଵରର ନାମ ନେଇ ଥାଉ ତେବେ ତାଙ୍କର ଧ୍ୟାନ ଲାଗିଥାଏ । ତେବେ ଆମର ମନ ଶାନ୍ତ ରହିଥାଏ ଓ ଇଚ୍ଛା ଶକ୍ତି ଦୁଇଗୁଣ ହୋଇଯାଏ । ଏହା ଦ୍ଵାରା ଶରୀରକୁ ଏକ ନୂତନ ଊର୍ଜା ବି ମିଳିଥାଏ । ଯାହା ଘରେ ସମ୍ପନ୍ନତା ଓ ସୁଖୟମ ଆସିଥାଏ । ଏହା କରିବା ଦ୍ଵାରା ଘରେ କେବେ ବି ଦରିଦ୍ରତାର ବାସ ହୋଇ ନ ଥାଏ ।

ଥାଳିରେ ଧୁଅନ୍ତୁ ନାହିଁ ହାତ

ଶାସ୍ତ୍ରରେ ଲେଖା ହୋଇଛି କି ଯେଉଁ ଘରେ ଖାଦ୍ୟର ଅନାଦାର ହୋଇଥାଏ, ସେହି ଘରେ କେବେ ବି ଖୁସି ଆସି ନ ଥାଏ ଓ ସବୁବେଳେ ଟଙ୍କାର ଅଭାବ ଲାଗି ରହିଥାଏ । ଏମିତିରେ ଖାଦ୍ୟ ଖାଇବା ପରେ ଭୁଲରେ ବି ଥାଳିରେ ହାତ ଧୁଅନ୍ତୁ ନାହିଁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଓ ଘରେ ପ୍ରବେଶ କରନ୍ତି ନାହିଁ । ଏଥିପାଇଁ ଖାଇବା ପୂର୍ବରୁ ହାତ ଭଲ ଭାବରେ ଧୋଇ ଦିଅନ୍ତୁ ଓ ଇଶ୍ଵରଙ୍କୁ ମନେ ପକାଇବା ଅପରେ ହିଁ ଖାଦ୍ୟ ଖାଆନ୍ତୁ ।