“ଭିଡିଓ ଦେଖି Sasmita ଙ୍କୁ ଖୋଜି ଗୀତ ଗାଇବାକୁ ସୁଯୋଗ ଦେଲି…ଏବେ ସମସ୍ତେ ମୋତେ ଖଳନାୟକ ବନାଉଛନ୍ତି” Sasmita Jena

ନମସ୍କାର ବନ୍ଧୁଗଣ । ଭାଇରାଲ ସିଙ୍ଗର ସସ୍ମିତା ଜେନା ଙ୍କୁ ନେଇ ଅନେକ ଗୀତ ଦେଖାଇଥିବା ପ୍ରଡ୍ୟୁସର ସୁବାସ ଭାଇ ଏବେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସୁବାସ ଭାଇ ଇଛନ୍ତି ଯେ “ଗୀତ ଭାଇରାଲ ହେବ ବୋଲି ମୁଁ ସେମିତି କିଛି ଜାଣି ନ ଥିଲି । ମୋ ମାଇଣ୍ଡରେ ବି ସେମିତି କିଛି ନ ଥିଲା । ଯଷ୍ଟ ଏମିତି ତାଙ୍କ ନିୟୁଜ ଦେଖିଥିଲି । ତା ପରେ ମୁଁ ସସ୍ମିତା ଙ୍କୁ ଗୀତ କରିବାକୁ ସ୍ଥିର କରିଲି ।

ତାପରେ ମୁଁ ଲିଙ୍ଗରାଜ ମନ୍ଦିର କୁ ଯାଇ ପଚାରିଥିଲି ଭଉଣୀ ଆପଣଙ୍କର ଗୀତ ଗାଇବାକୁ ଇଚ୍ଛା ଅଛି । ସେ ହଁ କହିଥିଲେ । ସେ କହିବା ପରେ ମୁଁ ତାଙ୍କୁ ଷ୍ଟୂଡିଓ ନେଇଥିଲି ଆଉ ଗୀତ ଗାଇବାକୁ ସୁଯୋଗ ଦେଇଥିଲି । ଏ ଗୀତ ଗାଇଲା ପରେ କେମିତି ରହିବେ କଣ ଖାଇବେ ସେ ବ୍ୟବସ୍ଥା ମଧ୍ୟ କରିଥିଲି । ବର୍ତ୍ତମାନ ଯାହା ହୋଇ ଯାଇଛି ସବୁ ଓଲଟା ହୋଇଛି ।

ଯେ ହେତୁ ରାହୁଲ ମୋ ପାଖରୁ ସସ୍ମିତା ଙ୍କୁ ନେଇ ରାତିରେ ଯାଇଥିଲା ସେଥିପାଇଁ ମୁଁ ତାର ଓ ମୋର ଭଏସ ରେକର୍ଡ କରିଥିଲି । ମୋର ଅଡିଓ କୁ ପକାଇ ଷଡଯନ୍ତ୍ର କରୁଛି ବୋଲି କୁହା ଯାଉଛି । ମୁଁ ଜାଣିନି କଣ ହୋଇଛି କଣ ନାହିଁ । କିନ୍ତୁ ଯାହା ହୋଇ ନ ଥାନ୍ତା ମିଡିଆ ଭାଇ ମାନେ ତାକୁ ଘାଣ୍ଟୂ ଛନ୍ତି ଜମା ବନ୍ଦ କରୁ ନାହାନ୍ତି । ବ୍ରେକ କରିଲା ପରେ ତ ଯାହା ହେବ ।

ମେଣ୍ଟାଲ ଷ୍ଟେଟ ବିଷୟରେ କିଛି ପଚାରୁନ୍ତିନି ସେ ବିଷୟରେ ମୁଁ କିଛି କହିପାରିବିନି । ଘରେ ମୋତେ ବାଡେଇ କି ବାହାର କରିବାକୁ ରାଜି ଅଛନ୍ତି । ମୁଁ କାହିଁକି ଏ ଭିତରେ ଆସୁଥିଲି । କାହିଁକି ସସ୍ମିତା ଙ୍କୁ ଗୀତ କରୁଥିଲି ? କାହିଁଙ୍କି ଲୋକେ ମୋତେ ଖରାପ ଭାବୁଛନ୍ତି ? ମୋର ସେଟା ବଡ ଭୁଲ ହୋଇଗଲା କି ସସ୍ମିତା ଙ୍କୁ ନେଇ ଗୀତ କରିଲି । ସମସ୍ତେ ମୋତେ ସୋଦୂଛନ୍ତି ।

ଯେତିକି ଯାହା କରିଛି ସେତିକିରେ ରହିବି । ମୋର ଏତିକି ଅନୁରୋଧ ଆଗକୁ କଥା ବଢାନ୍ତୁ ନାହିଁ । ମିଡିଆ ଭାଇ ମାନେ କହୁଛନ୍ତି ସୁବାସ ଭାଇ ରାହୁଲ ଭାଇ ଙ୍କୁ ଚକ୍ରାନ୍ତ କରି ଫସାଇ ଦେଲେ । ମୋତେ ହିଁ ଲୋକ ମାନେ ଖରାପ କହୁଛନ୍ତି । ମୁଁ ଏବେ ଡିପ୍ରେସନ କୁ ଚାଲି ଯାଇଛି । ଏମିତି ଆଗକୁ ଯଦି କଥା ବଢେ ତ ମୁଁ କିଛି ବି କରିପାରେ ।

ଆଗରୁ ଯେଉଁ ଦର୍ଶକ ମାନେ କହୁଥିଲେ ସୁବାସ ଭାଇ ଭଲ କରିଛନ୍ତି ଏବେ କହୁଛନ୍ତି ସୁବାସ ଭାଇ ଟାଉଟର, ଖଳନାୟକ । ଦର୍ଶକ ମାନଙ୍କୁ ଅନୁରୋଧ କରିଛି ଯାହା ମୋ ଦ୍ଵାରା ଭୁଲ ହୋଇଛି ମୋତେ କ୍ଷମା କରନ୍ତୁ । ଆଗକୁ ଏ କଥାକୁ ନେଇ ବଢାନ୍ତୁ ନାହିଁ । ଆଗକୁ ଯାହା ଗୀତ କରିବାକୁ ଭାବିଥିଲି ସବୁ କିଛି ଭୁଲିଗଲି” ।  ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।