ଭୟରେ ଥରୁଛି ପାକିସ୍ତାନ, ଖୁବ ଶୀଘ୍ର POK କୁ ଅକ୍ତିଆର କରିବ ଭାରତ, Shahbaz Sharif ଓ Jinping ଙ୍କୁ କଡା ଜବାବ ବୈଦେଶିକ ବ୍ୟାପାର ମନ୍ତ୍ରୀ S. Jaishankar

ଖୁବ ଶୀଘ୍ର ଭାରତ ମ୍ୟାପରେ ମିଶିବାକୁ ଯାଉଛି POK । ପାକିସ୍ତାନ ଡରୁଥିବା ବେଳେ ଚୀନ ସାହସ ଦେଲା । ଆଜ୍ଞା ହଁ, ପାକ ଅଧିକୃତ କାଶ୍ମୀର ଓ ପିଓକେ କୁ ଅତିଶୀଘ୍ର ଅକ୍ତିଆର କରିବ ଭାରତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ପାକିସ୍ତାନ ଛାନିଆ ହୋଇଗଲାଣି । ଭାରତ କେଉଁ ମୂହୁର୍ତ୍ତରେ କାର୍ଯ୍ୟାନୁଷ୍ଠାନ ନେବ ସେନେଇ ପାକିସ୍ତାନ ମୁଣ୍ଡରେ ଚିନ୍ତା ପଶିଗଲାଣି । ଏଭଳି ସମୟରେ ଚୀନ ପାକିସ୍ତାନକୁ ସାହାସ ଦେଇଛି ।

ଚୀନ ରାଷ୍ଟ୍ରପତି ଜିନ ଫିଙ୍ଗ ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କହିଛନ୍ତି, ପାକିସ୍ତାନର ସାର୍ବଭୌମତ୍ଵ ରକ୍ଷା କରିବା ପାଇଁ ଚୀନ ସବୁପ୍ରକାର ଚେଷ୍ଟା କରିବ । ପରୋକ୍ଷରେ ଭାରତ ପ୍ରତି ଏହା ଚୀନର ଚେତାବନୀ ବୋଲି କୁହାଯାଉଛି । ଅନ୍ୟପଟେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି କି, ଦେଶର ସାର୍ବଭୌମତ୍ଵ ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି କାର୍ଯ୍ୟକଳାପକୁ ଭାରତ ବରଦାସ୍ତ କରିବ ନାହିଁ ।

22 ଫେବୃୟାରୀ 1994 ରେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଭାରତ ନିଜ ନିୟନ୍ତ୍ରଣରେ ନେବ ବୋଲି ପ୍ରସ୍ତାବ ପାରିତ ହୋଇଥିଲା । ପ୍ରସ୍ତାବରେ କୁହା ଯାଇଥିଲା କି, ଜାମୁ ଓ ସଲଗ୍ନ କାଶ୍ମୀର ଏବଂ ଲାଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହିସବୁ ସ୍ଥାନ ଭାରତରେ ହିଁ ରହିବ । ଏହି POK କୁ ଅକ୍ତିଆର କରିବା ପାଇଁ ପାକିସ୍ତାନ ସବୁବେଳେ ଚେଷ୍ଟା କରିଆସିଛି ।

ଅନ୍ୟପଟେ ପାକ ପ୍ରଧାନମନ୍ତ୍ରୀଙ୍କୁ ଜିନଫିଙ୍ଗ ଦେଇଥିବା ପ୍ରତିଶ୍ରୁତି ଉପରେ ଭାରତ କୌଣସି ସିଧା ପ୍ରତିକ୍ରିୟା ଦେଇନାହିଁ । ହେଲେ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଭଳି କୌଣସି ପଦକ୍ଷେପକୁ ନୂଆଦିଲ୍ଲୀ ବରଦାସ୍ତ କରିବନି ବୋଲି ବୈଦେଶିକ ବ୍ୟହାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି । ଭାରତ କାଶ୍ମୀରରୁ ଧାରା 370 ହଟାଇବା ପରେ ଚୀନ ସହ ମିଶି ଆନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧୀ ଅଭିଯାନ ଚଳାଇଛି ପାକିସ୍ତାନ ।

ଭାରତ ସେଥିପ୍ରତି କର୍ଣ୍ଣପାତ କରୁ ନଥିବାରୁ ଚୀନ ଜାଣିଶୁଣି ଲଦାଖର ପୂର୍ବ ସୀମାରେ ଉତ୍ତେଜନା ସୃଷ୍ଟି କରୁଥିବା କୁହାଯାଉଛି । ଆଉ ଏବେ ପାକିସ୍ତାନକୁ ସମର୍ଥନ ଜଣାଇ ଚୀନ ପୁଣି ଥରେ ନୂଆ ଡ୍ରାମା ଆରମ୍ଭ କରିଦେଇଛି । ତେବେ ଭାରତ କେବେ POK କୁ ନିଜ ଅକ୍ତିଆରରେ ଆଣିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।