ବିଚ ରାସ୍ତାରେ ଭଉଣୀ ଓ ତା’ର ପ୍ରେମିକକୁ ଘେରିଗଲେ ଭାଇ, ଆଉ ତା’ ପରେ ସେମାନଙ୍କ ସହିତ ଯାହା କଲେ…ଦେଖନ୍ତୁ ଏହି viral video

ପ୍ରେମ କଲେ ଯାହା ବି ଝାଡା ଝଞ୍ଜା ଆସୁ ସହିବାକୁ ପଡିଥାଏ ବୋଲି କୁହାଯାଏ । ଆମ ଦେଶରେ ପୁରାତନ କାଳରୁ ସମାଜ ସହ ନିଜ ପରିବାର ମଧ୍ୟ ପ୍ରେମରେ ପ୍ରତିବନ୍ଧକ ସାଜୁଥିବାର ଦେଖିବାକୁ ମିଳେ । ବିଶେଷ କରି ଘରର ଝିଅମାନଙ୍କୁ ପ୍ରେମ କରିବାକୁ ବାରଣ କରିଥାନ୍ତି ପରିବାର ଲୋକେ । ଆଉ ଏଥିପାଇଁ ଅନେକ କଳି ଝଗଡା ଘଟଣା ମଧ୍ୟ ରହିଛି । ତେବେ ଏହିପରି ଏକ ଘଟଣା ଆଜି ଆମେ ଆପଣଙ୍କ ଲୋଚନଙ୍କୁ ଆଣିବାକୁ ଯାଉଛୁ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ।

ଯାହାର ଏକ ଝଲକ ଆପଣ ଓଟିଭିର ନ୍ୟୁଜ୍ଫ୍ଯୁଜ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ପାଇପାରିବେ । ଭିଡିଓରେ ଆପଣ ଦେଖି ପାରୁଥିବେ କି ଏକ ପ୍ରେମୀ ଯୁଗଳଙ୍କୁ ବିଚ୍ ରାସ୍ତାରେ ମାରପିଟ କରୁଛନ୍ତି ତିନିରୁ ଚାରିଜଣ ଯୁବକ । ବିଚ୍ ରାସ୍ତାରେ ଧସ୍ତାଧସ୍ତି ହେବା ସହ ଉଭୟ ଯୁବକ ଏବଂ ଯୁବତୀଙ୍କୁ ହାତ ଉଠାଉଛନ୍ତି ହଳଦିଆ ହୁଡି ପିନ୍ଧିଥିବା ଜଣେ ଯୁବକ । ତେବେ ଏହି ଘଟଣାଟି ହେଉଛି ବ୍ରହ୍ମପୁର ଗାନ୍ଧିନଗରର । ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଘଟଣାଟି ହେଉଛି ସେଦିନ ଭାଲେଣ୍ଟାଇନ ଡେ ଥିଲା । ଯେଉଁଥି ପାଇଁ ଯୁବତୀ ଜଣକ କଲେଜ ଆସି ସେଠାରୁ ନିଜ ପୁରୁଷବନ୍ଧୁଙ୍କୁ ଦେଖା କରିବାକୁ ଆସିଥିଲେ । କିନ୍ତୁ ଯୁବତୀଙ୍କ ଭାଇ କୌଣସି ମତେ ଏହି ଖବର ପାଇ ଯାଇଥିଲା । ଆଉ ନିଜର କିଛି ବନ୍ଧୁଙ୍କୁ ଧରି ଯାଇ ଭଉଣୀ ଏବଂ ତାଙ୍କ ପୁରୁଷବନ୍ଧୁଙ୍କ ପାଖରେ ପହଞ୍ଚି ଯାଇଥିଲା ।

ଆଉ ସେଠାରେ ଉଭୟଙ୍କୁ ମାରପିଟ ଆରମ୍ଭ କରି ଦେଇଥିଲା । ଆଉ କିଛି ସମୟ ପରେ ନିଜ ମାଆଙ୍କୁ ଫୋନ କରି ଭଉଣୀକୁ ଧରିଲେ ବୋଲି ବି କହିଥିଲେ । ଏଥିରୁ ଜଣାପଡୁଛି ଯୁବତୀଙ୍କ ଭାଇ କେବଳ ନୁହେଁ ବରଂ ମାଆ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ତେବେ ଏହା ସେମାନଙ୍କ ବ୍ୟକ୍ତିଗତ ମାମଲା ହୋଇପାରେ । କିନ୍ତୁ ଜଣେ ଯୁବା ଝିଅକୁ ଏଭଳି ବିଚ୍ ରାସ୍ତାରେ ମାରପିଟ କରିବା ବିଲକୁଲ ମଧ୍ୟ ଯଥାର୍ଥ ନୁହେଁ ।

ସେ ବି ନିଜ ପରିବାର ହୋଇ ଯଦି ଏମିତି କରିବେ ତେବେ ସମାଜରେ ଏହା ମନ୍ଦ ଉଦାହରଣ ସୃଷ୍ଟି କରୁଛି । ଏହି ଘଟଣାର ଭିଡିଓ କେହି ଜଣେ ଉତ୍ତୋଳନ କରି ନେଇଥିଲେ । ଯାହାଫଳରେ ଏହା ଭାଇରାଲ ହେଉଛି । ଏହି ଘଟଣା ବାବଦରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।