ଭାରତର ବଡ ସଫଳତା! ଚନ୍ଦ୍ରପୃଷ୍ଠ ରେ ଲ୍ୟାଣ୍ଡ କରିବା ପରେ ଇସ୍ରୋ କୁ ବାର୍ତ୍ତା ପଠାଇଲା ବିକ୍ରମ…

ନମସ୍କାର ବନ୍ଧୁଗଣ । ଇସ୍ରୋ କୁ ଚନ୍ଦ୍ର ପୃଷ୍ଠ ରୁ ବାର୍ତ୍ତା ପଠାଇଛି ବିକ୍ରମ । ସଫଳତା ର ସହ ଚନ୍ଦ୍ର ର ସାଉଥ ପୋଲ ରେ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ଏହା ହେଉଛି ବିକ୍ରମ ଲ୍ୟାଣ୍ଡର ର ପ୍ରଥମ ବାର୍ତ୍ତା ଯାହାକୁ ଟ୍ବିଟ କରି ଜଣାଇଛି ଇସ୍ରୋ । ବିକ୍ରମ ପଠାଇଥିବା ଏହି ବାର୍ତ୍ତା ସାରା ଦେଶକୁ ଗର୍ବିତ କରିଛି । ଭାରତ ବିଜ୍ଞାନ ଇତିହାସରେ ସ୍ଵର୍ଣ୍ଣିମା ଅକ୍ଷର ରେ ଲେଖା ହେଲା ଚନ୍ଦ୍ର ପୃଷ୍ଠ କୁ ଭାରତର ଏହି ଯାତ୍ରା ।

ଜହ୍ନ ଯାତ୍ରାର ଏହି ଐତିହାସିକ ମୂହୁର୍ତ୍ତ ର ସାକ୍ଷୀ ଅଛନ୍ତି କୋଟି କୋଟି ଭାରତୀୟ । ପ୍ରଧାନମନ୍ତ୍ରୀ ଙ୍କ ଠାରୁ ବୈଜ୍ଞାନିକ ଓ ସାଧାରଣ ଜନତାଙ୍କ ଯାଏଁ ଏହି ଖୁଶିର ମୂହୁର୍ତ୍ତ ରେ ସାମିଲ ହୋଇଥିଲେ । ଏତେ ସହଜ ନ ଥିଲା 41 ଦିନର ଏହି ଜୟ ଯାତ୍ରା । ଶେଷ କିଛି ମୂହୁର୍ତ୍ତ ଥିଲା ଅତି କଠିନ ଯାହାର ଟିକନିକ ଦ୍ରୁଶ୍ଯ ର ଲାଇଭ କରିଥିଲା ଇସ୍ରୋ ।

ଗୋଟେ ଗୋଟେ ମୂହୁର୍ତ୍ତ ଉତ୍କଣ୍ଠା ବଢାଇ ଚାଲିଥିଲା । ଇସୋ ର ବୈଜ୍ଞାନିକ ଙ୍କ ଭୟ ମଧ୍ୟ ବଢି ଚାଲିଥିଲା । ଆଉ ଯେବେ ଜହ୍ନ କୁ ଛୁଇଁଲା ଲ୍ୟାଣ୍ଡର ସେତେବେଳେ ନାଚି ଉଠିଥିଲେ ସମସ୍ତେ । ଦକ୍ଷିଣ ଆଫ୍ରିକାରୁ ପ୍ରଧାନମନ୍ତ୍ରୀ କରତାଳି ଦେଇ ଏହି ଖୁସିରେ ସାମିଲ ହୋଇଥିଲେ । ଗତ କାଲି ସନ୍ଧ୍ୟା 5:44 ମିନିଟରେ ଅବତାନ ପାଇଁ ପୋଜିସନ ନେଇଥିଲା ବିକ୍ରମ ଲ୍ୟାଣ୍ଡର ।

ଏଠାରୁ ଆରମ୍ଭ ହୋଇଥିଲା ପ୍ରକୃତ ପରୀକ୍ଷା । ସମାନ୍ତରଳ ଅବସ୍ଥାରୁ ଚନ୍ଦ୍ରପୃଷ୍ଠର 90 ଡିଗ୍ରୀ ଅର୍ଥାତ ସିଧା ଭାବେ ଅବତରଣ କରିଥିଲା ଲ୍ୟାଣ୍ଡର । ସେତେ ବେଳକୁ କଣ୍ଟ୍ରୋଲରେ ଥିଲା ଲ୍ୟାଣ୍ଡର । ଇସ୍ରୋ ର ବିଜ୍ଞାନିକ ମାନେ ଯାହା କଳ୍ପନା କରିଥିଲେ ସେହିପରି ଭାବେ ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବେଗକୁ ହ୍ରାସ କରାଯାଉଥିଲା, ଦୂରତାକୁ କମ କରା ଯାଉଥିଲା ।

ସବୁ କିଛି ପ୍ଳାନ ଅନୁଯାୟୀ ଚାଲିଥିଲା । ଚନ୍ଦ୍ରକୁ ପାଖେଇ ଆସୁଥିବା ବେଳେ ଲ୍ୟାଣ୍ଡରର ସେନ୍ସର ଲ୍ୟାଣ୍ଡର ସ୍ଥିତିକୁ ମାପି ଚାଲିଥିଲା । କେଉଁଠି ଅବତରଣ କରିବ, ସଫ୍ଟ ଲ୍ୟାଣ୍ଡିଙ୍ଗ କରିବା ସୁରକ୍ଷିତ ହେବ ସବୁ କିଛି ଯାଞ୍ଚ କରିଥିଲା ବିକ୍ରମ ଲ୍ୟାଣ୍ଡର । ଚନ୍ଦ୍ରର 150 ମିଟର ପାଖକୁ ଖସିବାଥିଲା ସବୁଠୁ ଅଧିକ ଚ୍ୟାଲେଞ୍ଜପୂର୍ଣ୍ଣ । ସବୁ ବାଧାକୁ ଦୂରେଇ ଦେଇ ଅନାୟସ ରେ ଯାତ୍ରା କରିଲା ଲ୍ୟାଣ୍ଡର ।

ଅବତରଣର 4 ମିନିଟ ପୃବୃର ସ୍ପଷ୍ଟ ହୋଇଥିଲା ସଫଳ ହେବାକୁ ଯାଉଛି ଭାରତର ଜହ୍ନ ଯାତ୍ରା । ଜନ୍ହ ଛୁଇଁବାକୁ 50 ମିଟର ଥିବା ବେଳେ ପ୍ରାୟ ସ୍ଥିର ହୋଇଥିଲା ନୂଆ ଇତିହାସ ରଚିବାକୁ ଯାଉଛି ଭାରତ । ବର୍ଷ ବାର ଅପେକ୍ଷାର ଘଟିଥିଲା ଅନ୍ୟ ଆଉ ଚନ୍ଦ୍ରକୁ ଛୁଇଁଥିଲା ଲ୍ୟାଣ୍ଡର । ବିଶ୍ଵ ଦେଖିଲା ଭାରତର ସଫଳତା । ଖୁସି ମନାଇଲେ ଦେଶବାସୀ ।

ଆଢୁଆନିକ ଭାରତର ଏହି ସଫଳତା ଦେଖି ଆତ୍ମ ବିଭୋର ହୋଇ ଉଠିଥିଲେ ଦେଶବାସୀ । ଉଶ୍ଚବ ମନାଇଲେ ଦେଶବାସୀ । ଆଉ ଲାଇଭ ଦେଖିଲେ ଜହ୍ନ ର । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।