ଭାରତ ଓ ଚୀନ ଯୁଦ୍ଧରେ କେଉଁ ଦେଶ କାହାକୁ ସାହାଯ୍ୟ କରିବ, ଆସନ୍ତୁ ଜାଣିବା

ଭାରତ ପାକିସ୍ତାନ ଓ ଚାଇନା ସହ ଲମ୍ବା ସମୟ ହେବ ଛୋଟ ମୋଟ ଯୁଦ୍ଧ କରି ଆସୁଛି ଓ ଦିନେ ନା ଦିନେ ଏହି ଯୁଦ୍ଧ ନିଶ୍ଚିତ ଭାବେ ଏକ ମହାଯୁଦ୍ଧରେ ପରିଣତ ହେବ । ଚାଇନା ଏହା ପାଇଁ ଏକ ଗୁପ୍ତ ପ୍ରସ୍ତୁତି ଚଳାଇଛି । ଏମିତିରେ ଯଦି ଏହି ଦେଶମାନଙ୍କ ଭିତରେ ଏକ ମହାଯୁଦ୍ଧ ହେଲା ତେବେ ବିଶ୍ୱର କେଉଁ ଦେଶମାନେ ଏହି ଯୁଦ୍ଧରେ ଭାରତ ଓ ଚାଇନା ମଧ୍ୟରେ କାହାକୁ ସହଯୋଗ କରିବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଖିବୁ ।

ଆପଣମାନେ ତ ଜାଣିଛନ୍ତି କି ବର୍ତ୍ତମାନ ପରମାଣୁ ଶକ୍ତିର ଯୁଗ ଚାଲିଛି । ଏମିତି କୌଣସି ବି ଯୁଦ୍ଧ ଅଧିକ ଦିନ ପର୍ଯ୍ୟନ୍ତ ଚାଲିବ ନାହିଁ ଯଦି ଏହିଭଳି କିଛି ହୁଏ ତେବେ ପୁରା ଦୁନିଆ ପାଇଁ ଭଲ ଖବର ନୁହେଁ । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଭାରତ ଓ ଚାଇନା ପରମାଣୁ ଶକ୍ତିର ପ୍ରୟୋଗ ପ୍ରଥମେ କେହି କାହା ଉପରେ କରିବେ ନାହିଁ ନୀତିରେ ଅଛନ୍ତି । ଯେତେବେଳେ ଯୁଦ୍ଧ ପାରମ୍ପରିକ ଭାବେ ହେବ ତେବେ କେଉଁ ଦେଶ କାହାକୁ ସାହାଯ୍ୟ କରିବେ, ଆସନ୍ତୁ ଜାଣିବା ।

କହିବାକୁ ଗଲେ ଭାରତର ପ୍ରଥମ ଶତ୍ରୁ ହେଲା ପାକିସ୍ତାନ ଯିଏକି ଚାଇନାକୁ ସହଯୋଗ କରିବ । ଆଣ୍ଟି ପାକିସ୍ତାନ ସେଣ୍ଟିମେଣ୍ଟ ଆଫଗାନିସ୍ତାନ ଭାରତକୁ ସହଯୋଗ କରିବ । ଯଦି ଯୁଦ୍ଧ ହୁଏ ତେବେ କୌଣସି ବି ଦେଶର ପଡ଼ୋଶୀ ଦେଶଙ୍କ ଭୂମିକା ସେହି ଯୁଧ୍ୟରେ ଗୁରୁତ୍ଵପୂର୍ଣ ଥାଏ । ଏହି ପରି ଭାବରେ ନେପାଳ ଚାଇନାକୁ ସହଯୋଗ କରିବ ଓ ଭୁଟାନ ଭାରତକୁ ସାହାଯ୍ୟ କରିବ । କହିବାକୁ ଗଲେ ସାହାଯ୍ୟ ରୂପରେ ନିଜେ ସାଥ ଦେବା କିମ୍ବା କିଛି ସୈନ୍ୟ ଦେବା ହିଁ ବହୁତ ବଡ଼ କଥା ଅଟେ ।

ତୁର୍କୀ ପାକିସ୍ତାନର ମିତ୍ର ହୋଇଥିବାରୁ ସେ ଚାଇନାକୁ ହିଁ ସାହାଯ୍ୟ କରିବ । ଏହାର ବିକଳ୍ପ ରୂପରେ ଭାରତ ପାଖରେ ଇଜରାଏଲ ଅଛି କାରଣ ସେ ଆଗରୁ ମଧ୍ୟ ଭାରତକୁ ସାହାଯ୍ୟ କରିଛି ଏବଂ ସେ ବି ଭାରତ ଭଳି ଆତଙ୍କବାଦ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ଚାଇନାକୁ ଇଜିପ୍ଟର ସହଯୋଗ ମିଳିବ କାରଣ ଏହାର ପାକିସ୍ତାନ ସହ ଧାର୍ମିକ ଓ ରାଜନୈତିକ ସମ୍ପର୍କ ଭଲ ଅଛି । ଏହାର ବିକଳ୍ପ ରୂପରେ ଭାରତ ପାଖରେ ଜାପାନ ଅଛି ।

କାରଣ ଜାପାନର ଚାଇନା ସହ ସମ୍ପର୍କ ଭଲ ନୁହେଁ ଆଗରୁ ମଧ୍ୟ ଜାପାନ ଚୀନ ସହ ଯୁଦ୍ଧରେ ବିଜୟ ହାସଲ କରିଛି ଓ ବର୍ତ୍ତମାନ କିଛି ବର୍ଷ ମଧ୍ୟରେ ଜାପାନ ଓ ଭାରତର ସହ ସମ୍ପର୍କ ମଜବୁତ ଅଛି । ଯେପରି ଚୀନ ପାକିସ୍ତାନକୁ ନିଜ ସପକ୍ଷରେ ରଖିଛି ସେହିପରି ସମୟ ସମୟରେ ଘାତକ ଯୁଦ୍ଧାସ୍ତ୍ର ପରୀକ୍ଷଣ କରୁଥିବା ଉତ୍ତର କୋରିୟାକୁ ବି ଚୀନ ନିଜ ସପକ୍ଷରେ ରଖିଛି । ଏହା ଯୁଦ୍ଧରେ ଚୀନ ପାଇଁ ଏକ ମଜବୁତ ସ୍ଥିତି ସୃଷ୍ଟି କରିବ ।

ଏହିଭଳି ଶକ୍ତିଶାଳୀ ଦେଶ ଭାବରେ ଫ୍ରାନ୍ସ ଭାରତ ସପକ୍ଷରେ ଅଛି । ଫ୍ରାନ୍ସ ଯୁଦ୍ଧରେ ମିଲିଟାରୀ ସହ ନୂଆ ଟେକ୍ନୋଲୋଜିକ ରୂପରେ ଭାରତକୁ ସାହାଯ୍ୟ କରିପାରେ । ଯେତେବେଳେ ଯୁଦ୍ଧରେ ନର୍ଥକୋରିୟା ସାମିଲ ହେଉଛି ତେବେ ଏହା ବିରୁଦ୍ଧରେ ସାଉଥ କୋରିୟା ଅଛି ଯାହା ସହ ଭାରତର ସମ୍ବନ୍ଧ ଭଲ ଅଛି । ଯାହାର ବହୁତ ବଡ଼ ସୈନ୍ୟ ଦଳ ଅଛି ଯାହାକି ଭାରତକୁ ସହଯୋଗ କରିବ ।

ଯେତେବେଳେ ଯୁଦ୍ଧ ଆଗକୁ ବଢିବ ସେତେବେଳେ ଚୀନର ସବୁଠୁ ବଡ ବିରୋଧୀ ଦେଶ ଓ ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ଭାରତକୁ ସାହାଯ୍ୟ କରିପାରେ । ଆରବ ଦେଶର ଆମେରିକାର ସବୁଠୁ ବଡ ବିରୋଧୀ ଦେଶ ଇରାନ ଅଟେ । ଇରାନ ମିଡ଼ିଲ ଇଷ୍ଟର ଏକ ସବୁଟୁ ବଡ଼ ଶକ୍ତିଶାଳି ଦେଶ ଅଟେ । ସେ ଏହି ଆଧାରରେ ସିଧା ସିଧା ଚାଇନାକୁ ସାହାଯ୍ୟ କରିବ । ଆମେ ଯେତେ ଯେତେ ଆମେରିକାର ନିକଟତର ହେଉଛୁ ସେତେ ସେତେ ଇରାନ ଠାରୁ ଦୁରେଇ ଯାଉଛୁ । ଏହା ଏକ ସତ କଥା ।

ଆଉ କିଛି ଦେଶ ଅଛନ୍ତି ଯେଉଁମାନେ କାହାର ବି ପକ୍ଷ ନେବେ ନାହିଁ ପ୍ରଥମେ ରୁସ ଯିଏକି ପରୋକ୍ଷ ରୂପରେ ସାହାଯ୍ୟ କରିପାରେ । ରୁଷ ଆମେରିକାର ଶତ୍ରୁ ଅଟେ କିନ୍ତୁ ଭାରତର ମିତ୍ର ଅଟେ ଓ ଚୀନ ର ମିତ୍ର ଅଟେ । ଯଦି ଆମେରିକା ସିଧାସଳଖ ଭାରତ ସହ ରହିବ ତେବେ ରୁଷ ଭାରତ ସହ ସିଧା ସିଧା ନ ମିସି ଭିତିରିଆ ଭାବେ ଭାରତକୁ ସାହାଯ୍ୟ କରିପାରେ । କିନ୍ତୁ ରୁଷ ଭାରତ ସପକ୍ଷରେ ରୁହେ ତେବେ ଭାରତ ଶକ୍ତିଶାଳୀ ହୋଇଯିବ ।

ଏହା ଛଡା ବାଂଲାଦେଶ, ମିୟମାର, ଶ୍ରୀଲଙ୍କା ଚୀନକୁ କିମ୍ବା ଭାରତକୁ ସାହାଯ୍ୟ କରିପାରନ୍ତି । ଆଉ କିଛି ଦେଶ ଅଛନ୍ତି ସେମାନେ ନିଜର ପସନ୍ଦ ଅନୁସାରେ ଯେକୌଣସି ଦେଶକୁ ବି ସାହାଯ୍ୟ କରିପାରନ୍ତି । ଆଉକିଛି ଦେଶ ଅଛନ୍ତି ଭୌଗୋଳିକ ସ୍ଥିତି ସନୁସାରେ ବହୁତ ଦୂରରେ ଥିବାରୁ ସେମାନେ ଏଥିରେ ମନ ଦେବେ ନାହିଁ । ଏହି ଭଳି ବିଭିନ୍ନ ଦେଶ ଏହି ଦୁଇ ଦେଶକୁ ସାହାଯ୍ୟ କରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।