ଭାରତର BrahMos ସହିତ ଟକ୍କର ନେବା ପୂର୍ବରୁ ହିଁ ତୁର୍କୀର ହାଲତ ଟାଇଟ, ଏବେ ଚୀନ ସାହାରାରେ ତୁର୍କୀ

ଗତ ବର୍ଷ ଅକ୍ଟୋବର ମାସରେ ତୁର୍କୀର ରାଷ୍ଟ୍ରପତି ଇରଦୁଗାନ ପରମାଣୁ ହଥିୟାର ନିର୍ମାଣ କରିବାର ଇଚ୍ଛା ଜାହିର କରିଥିଲେ । ତୁର୍କୀର ରାଷ୍ଟ୍ରପତି ନିଜର ଏକ ଭାଷଣରେ କହିଥିଲେ କି ବିଶ୍ଵର କିଛି ଶକ୍ତିଶାଳୀ ଦେଶ ପାଖରେ ହିଁ ପରମାଣୁ ହଥିୟାର ଅଛି । କିନ୍ତୁ ତୁର୍କୀ ପାଖରେ ନାହିଁ । ଯେତେବେଳେ କି ତୁର୍କୀ ମୁସ୍ଲିମ ଦେଶ ଗୁଡିକ ମଧ୍ୟରେ ସବୁଠୁ ଶକ୍ତିଶାଳୀ ଦେଶ ଅଟେ ।

ଏମିତିରେ ତୁର୍କୀ ପାଖରେ ପରମାଣୁ ହଥିୟାର ଥିବା ଦରକାର । ତୁର୍କୀର ରାଷ୍ଟ୍ରପତିଙ୍କର ଏହି ବୟାନ ପରେ ଆମେରିକାରେ ହଙ୍ଗାମା ଆରମ୍ଭ ହୋଇ ଯାଇଥିଲା । ଏହା ସହିତ ଏମିତି ବି କିଛି ରିପୋର୍ଟ ଆସିସାରିଛି କି ଯେଉଁଥିରେ କୁହାଯାଉଛି କି ତୁର୍କୀ ପାକିସ୍ତାନ ଠାରୁ ପରମାଣୁ ହଥିୟାର ଓ ଟେକ୍ନୋଲଜି ହାସଲ କରିବା ପାଇଁ ତୁର୍କୀ ପାକିସ୍ତାନର ଶୁଭଚିନ୍ତକ ହେବା ପାଇଁ ଚେଷ୍ଟା କରୁଛି ।

ଏହା ସହିତ ଭାରତ ବିରୁଦ୍ଧରେ ଯୁଧ୍ୟ କରିବା ପାଇଁ ତୁର୍କୀ ପାକିସ୍ତାନକୁ ବିଭିନ୍ନ ପ୍ରକାରର ମିସାଇଲ ଦେବାର ପ୍ରସ୍ତୁତିରେ ବି ଅଛି । ଏହି ସବୁ ମଧ୍ୟରେ ପୂର୍ବରୁ ହିଁ ତୁର୍କୀ ପାକିସ୍ତାନ ପାଇଁ ଯୁଧ୍ୟପୋତ ତିଆରି କରିବା ପାଇଁ ଘୋଷଣା କରିସାରିଛି । ଅନ୍ୟ ପଟେ ତୁର୍କୀ ସମୁଦ୍ରରେ ନିଜର ଶକ୍ତି ବଢାଇବା ପାଇଁ ଆମେରିକା ଭଳି ହଥିୟାର ଓ ଭାରତ ବ୍ରହ୍ମୋସ ମିସାଇଲ ଭଳି ହଥିୟାର ତିଆରି କରିବା ପାଇଁ ନିଷ୍ପତି ନେଇ ଥିଲା ।

କହିବାକୁ ଗଲେ ତୁର୍କୀ ପାଖରେ ଏନ୍ଟିସିପ ମିସାଇଲ ତ ଅଛି କିନ୍ତୁ ସେ ରେଡାରରୁ ବଞ୍ଚି ପାରିବ ନାହିଁ । ଏହା ଛଡା ତୁର୍କୀ ପଞ୍ଚମ ପିଢୀର ଲଢାକୁ ଜାହାଜ ତିଆରି କରିବା ବୋଲି ଘୋଷଣା ବି କରିସାରିଛି । କିନ୍ତୁ ତୁର୍କୀ ପାଖରେ ସବୁଠୁ ବଡ ସମସ୍ୟା ଏହା ଅଟେ କି ତୁର୍କୀ ପାଖରେ ନିଜର ହଥିୟାର ତିଆରି କରିବା ପାଇଁ ଓ ଟେକ୍ନୋଲଜି ହାସଲ କରିବା ପାଇଁ ବିଦେଶ ମୁଦ୍ରାର ଅଭାବ ଅଛି । ଏମିତିରେ ଗୋଟିଏ ମିଡିଆ ଚ୍ୟାନେଲ ଅନୁସାରେ ତୁର୍କୀ ନିଜର ହିଁ ନାଟୋ ସଂଗଠନ ସହ ବିବାଦ କରିସାରିଛି ।

ଅନ୍ୟ ପଟେ ତୁର୍କୀ ପାଖରେ କେବଳ ୩୭ ଅରବ ଡଲାର ବିଦେଶୀ ମୁଦ୍ରା ରହିଛି । ଏହା ସହ ଆପଣଙ୍କୁ କହିଦେଉଛୁ କି ଭାରତ ଭଳି ବ୍ରହ୍ମୋସ ମିସାଇଲ ତିଆରି କରିବାର ସ୍ଵପ୍ନ ଦେଖୁଥିବା ତୁର୍କୀର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବା ଉପରେ । ଅନ୍ୟ ଏକ ମିଡିଆର ସୂଚନା ଅନୁସାରେ ଆମେରିକା ପ୍ରତିବନ୍ଧ ଓ ବିଶ୍ଵ ବ୍ୟାଙ୍କରୁ ଲୋନ ନ ମିଳିବା କାରଣରୁ ବର୍ତ୍ତମାନ ତୁର୍କୀ ଚୀନର ସାହାରା ନେଇ ପାରେ ।

ଏହା ସହିତ କୁହାଯାଉଛି କି ଟଙ୍କାର ଅଭାବ ଓ ଟେକ୍ନୋଲୋଜି ନ ମିଳିବା କାରଣରୁ ତୁର୍କୀର ହଥିୟାର ନିର୍ମାଣ କାର୍ଯ୍ୟ ବି ବନ୍ଦ ହୋଇ ରହିଛି । ଯେଉଁଥିରେ ପାକିସ୍ତାନର ଯୁଧ୍ୟପୋତ ବି ସାମିଲ ଅଛି । ତୁର୍କୀର ରାଷ୍ଟ୍ରପତି ତାନାସାହି ଓ ମୁସ୍ଲିମ ଦେଶର ମୁଖିଆ ହେବା ଚକ୍କରରେ ତୁର୍କୀର ଅର୍ଥ ବ୍ୟବସ୍ଥା ବର୍ବାଦ କରିବାରେ ଲାଗିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତୁର୍କୀର ରାଷ୍ଟ୍ରପତି ନିଜର ତାନାସାହିକୁ ଛାଡିବା ପାଇଁ ପ୍ରସ୍ତୁତ ନାହାନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।