ପୂଜା ସମୟରେ ଯଦି ପଡିଯାଏ ଏହି ଜିନିଷ ତ ଜାଣି ନିଅନ୍ତୁ ପାଖରେ ସ୍ଵୟଂ ଭଗବାନ ଛିଡା ହେଇଛନ୍ତି -ବିଶେଷ ସଂକେତ

ବନ୍ଧୁମାନେ କଣ ଆପଣ ଜାଣିଛନ୍ତି ଯେତେବେଳେ ଆପଣ ନିଜର ଇଷ୍ଟ ଦେବତାଙ୍କୁ କିମ୍ବା ଅନ୍ୟ ଦେବା ଦେବୀଙ୍କୁ ପୂଜା କରୁଥିବା ସମୟରେ ଯଦି ଏହି ଚାରୋଟି ଘଟଣା ମଧ୍ୟରୁ କୌଣସି ଗୋଟିଏ ଘଟଣା ଘଟିଥାଏ ତେବେ ଆପଣ ଜାଣି ନିଅନ୍ତୁ କି ଭଗବାନ ସ୍ଵୟଂ ଆପଣଙ୍କ ପାଖରେ ଅଛନ୍ତି । ସେ ଆପଣ କିଛି ସନ୍ଦେଶ ଦେବାକୁ ଚାହୁଁଛନ୍ତି, ଏହା ସହିତ ସେ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ଅଛନ୍ତି ।

ଏହା ଦ୍ଵାରା ଆପଣଙ୍କ ମନସ୍କାମନା ବି ପୂର୍ଣ ହୋଇଯିବ । ଆସନ୍ତୁ ଜାଣିବା ସେହି ଚାରୋଟି ସଂକେତ ବିଷୟରେ । ଯେତେବଳେ ଆପଣ ନିଜର ଇଷ୍ଟଦେବତାଙ୍କୁ ପୂଜା କରନ୍ତି ତେବେ ସେତେବେଳେ ଆପଣଙ୍କ ଚାରିପଟେ ଏକ ଦିବ୍ୟଊର୍ଜାର ନିର୍ମାଣ ହୋଇଯାଏ । ସେହି ଊର୍ଜା ହିଁ ଆପଣଙ୍କୁ ଇଶ୍ଵରଙ୍କ ସହ ଯୋଡିବାର ଏକମାତ୍ର ମାର୍ଗ ।

ଯଦି ଏହି ଊର୍ଜା ଆପଣଙ୍କ ଭକ୍ତିର ଊର୍ଜାରୁ ବାହାରିଥିବ ତେବେ ଏହା ଈସ୍ଵରୀୟ ଊର୍ଜା ସହ ଯୋଡି ହୋଇଯାଏ । ଏହି ସମୟରେ ଆମ ସହ କୌଣସି ବିଶେଷ ଘଟଣା ଘଟିଥାଏ । ଯେତେବେଳେ ଆପଣ ଭଗବାନଙ୍କର ହୃଦୟର ସହିତ ଭକ୍ତି ଓ ପୂଜା କରୁଛନ୍ତି ଠିକ ସେହି ସମୟରେ କୌଣସି ସାଧୁ କିମ୍ବା ଭିକାରି ଆପଣଙ୍କ ଘରକୁ ଆସି ଯାଉଛନ୍ତି ଏବଂ ସେ ଚିତ୍କାର କରି ଭଗବାନଙ୍କର ନାମ ନେଉଥିବେ, ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଘରର ସାମ୍ନାରେ ସାକ୍ଷାତ ଭଗବାନ ଛିଡା ହୋଇଛନ୍ତି ।

ତାଙ୍କୁ ଭିକାରି ନ ଭାବି ହାତ ଯୋଡି ନମସ୍କାର କରନ୍ତୁ ଏବଂ ଆପଣଙ୍କ ସାମର୍ଥ୍ୟ ଅନୁସାରେ ଦାନ କରନ୍ତୁ । କାରଣ ଏହି ଦାନ ଆପଣଙ୍କ ସାକ୍ଷାତ ପୂଣ୍ୟ କର୍ମକୁ ବହୁତ ଗୁନା ବଢାଇ ଦେଇଥାଏ । ଏହା ସହିତ ଆପଣ ଭଗବାନଙ୍କର ବିଶେଷ କୃପାର ପାତ୍ର ହୋଇଯାନ୍ତି ।

ଦ୍ଵିତୀୟ ସଂକେତ ହେଲା ପୂଜା କରୁଥିବା ସମୟରେ ଆପଣ ଦୀପ ଜଳାଇ ପୂଜା କରୁଛନ୍ତି ଓ ଠିକ ସେହି ସ୍ମୟରେ ଆପଣଙ୍କର ଦୀପର ଶିକ୍ଷା ଅଚାନକ ଭାବେ ଉଜ୍ଜଳ ହୋଇ ଉଠି ଯାଉଛି । ତେବେ ବୁଝି ଯାଆନ୍ତୁ କି ଏହା ଭଗବାନଙ୍କର ଦିବ୍ୟ ସଂକେତ ଅଟେ ଓ ସେ ଆପଣଙ୍କ ନିକଟରେ ପ୍ରକଟ ହୋଇସାରିଛନ୍ତି । ଏହିଭଳି ହେବା ବହୁତ ଶୁଭ ସଂକେତ ଅଟେ । ଏହା ସହିତ ଭଗବାନ ଆପଣଙ୍କର ସବୁ ସମସ୍ୟା ଓ ଦୁଖର ନିବାରଣ କରିଦେଇଛନ୍ତି ।

ତୃତୀୟ ସଂକେତ ହେଲା ଆପଣ ଧୂପ ଦ୍ଵାରା ପୂଜା କରୁଛନ୍ତି ଠିକ ସେହି ସମୟରେ ଆପଣଙ୍କ ଧୂପ ବତୀରୁ ବାହାରୁଥିବା ଧୂଆଁ ଯଦି ଆପଣଙ୍କର ଇଷ୍ଟ ଦେବତାଙ୍କର ଆକୃତି ଭଳି ଦେଖାଯାଏ ତେବେ ବୁଝି ଯାଆନ୍ତୁ କି ଜାଣନ୍ତୁ ଭଗବାନ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ଅଛନ୍ତି । ଏହି ଆକୃତି ବେଳେ ବେଳେ ଓମ କିମ୍ବା ସ୍ଵସ୍ତିକ ଆକୃତି ଭଳି ଦେଖାଯାଇ ଥାଏ । ତେବେ ଜାଣି ନିଅନ୍ତୁ କି ଆପଣଙ୍କର ସବୁ ମନସ୍କାମନା ପୂର୍ଣ ହେବାକୁ ଯାଉଛି ।

ଚତୁର୍ଥ ସଙ୍କେତ ହେଲା ଯଦି ଆପଣ ପୂଜା କରିବା ସମୟରେ ଫୁଲକୁ ଭଗବାନଙ୍କ ସାମ୍ନାରେ ଅର୍ପଣ କରିବା ସମୟରେ ସେହି ଫୁଲ ଭଗବାନଙ୍କ ଠାରୁ ଖସି ଆପଣଙ୍କ ଉପରେ କିମ୍ବା ଆପଣଙ୍କ ପାଖରେ ପଡିଯାଉଛି । ତେବେ ଜାଣନ୍ତୁ ଭଗବାନ ଆପଣଙ୍କ ପୂଜାରେ ଖୁବ ସନ୍ତୁଷ୍ଟ ଅଛନ୍ତି ଓ ସେ ଆପଣଙ୍କ ମନସ୍କାମନା ଶୁଣିଛନ୍ତି । ବହୁତ ଶୀଘ୍ର ଆପଣଙ୍କର ସବୁ ମନସ୍କାମନା ପୂର୍ଣ ହେବା ସହ ଧନ ଧାନ୍ୟରେ ଆପଣଙ୍କ ଘର ପରିପୂର୍ଣ ହୋଇଯିବ । ଏହା ଥିଲା ଭଗବାନଙ୍କ ଦିବ୍ୟ ସଂକେତ ଯାହାକି ଆପଣ ପୂଜା କରିବା ବେଳେ ଅନୁଭବ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।