ଆଜିର ରାଶିଫଳ, 19 ଅକ୍ଟୋବର 2020, ସୋମବାର, ଗଣେଶଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଅଚାନକ ଧନ ପ୍ରାପ୍ତି ହେବାର ଯୋଗ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି କାରୋବାର ମାମଲାରେ ଦିନଟି ସାମାନ୍ୟ ରହିବ । ମନୋରଞ୍ଜନ କାର୍ଯ୍ୟରେ ଆପଣଙ୍କ ଧନ ଖର୍ଚ ହେବ । ଆଜି ଆପଣଙ୍କ କାର୍ଯ୍ୟରେ କିଛି ସମସ୍ୟା ଦେଖାଯାଇପାରେ । ବ୍ୟବସାୟରେ ସେମିତି କିଛି ଲାଭ ମିଳିବ ନାହିଁ । ଆପଣଙ୍କୁ ଆପଣଙ୍କ ଆର୍ଥିକ ପରିଶୋଧରେ ବାଧା ଆସିବ । କିନ୍ତୁ ଆପଣ ନିଜର ପ୍ରତିଭା ଦ୍ଵାରା ବହୁତ ଲାଭ ପାଇବେ । ଆପଣ କାର୍ଯ୍ୟଳୟରେ ଓ ଘରର କିଛି ଚେଞ୍ଜେସ କରିପାରନ୍ତି । ଆପଣଙ୍କ ସହଯୋଗୀମାନେ ଆପଣଙ୍କୁ ସାହାଯ୍ୟ କରିବେ ।

ବୃଷ

ଆଜି ଆପଣଙ୍କ ଦିନଟି ସାମାନ୍ୟ ରହିବ । ଆପଣ ଏହି ସମୟରେ କୌଣସି ନୂଆ କାର୍ଯ୍ୟ କରନ୍ତୁ ନାହିଁ । କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଭଲ ଭାବାରେ ଚିନ୍ତା କରନ୍ତୁ । ଆପଣ ନିଜର ରଣନୀତିରେ ହିଁ କାର୍ଯ୍ୟ କରନ୍ତୁ । ନିଜ କାମ ଛଡା ଅନ୍ୟ କାହାର କାମ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । କ୍ରୋଧ ପ୍ରତି ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ଜୀବନସାଥି ଆପଣଙ୍କୁ ସହଯୋଗ କରିବେ । ଅଚନାକ ଖର୍ଚ ହୋଇପାରେ ।

ମିଥୁନ

ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ପାରିବାରିକ ସହଯୋଗ ମିଳିବ । କାର୍ଯ୍ୟଳୟରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ମିଳିବ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ କରିଥିବା ଭଲ କାମର ଶ୍ରେୟ ଆପଣଙ୍କୁ ମିଳି ନ ପାରେ । କାରୋବାରରେ ଲାଭ ମିଲିବ । ବଡ ବିବାଦ ଓ ସ୍ଵାସ୍ଥ୍ୟରେ ଖର୍ଚାନ୍ତ ହୋଇପାରନ୍ତି । ମୋଟା ମୋଟି ଭାବେ ଆପଣଙ୍କୁ ସାବଧାନ ରହିବାକୁ ପଡିବ ।

କର୍କଟ

ଆଜି ଆପଣଙ୍କ ପାଇଁ ଦିନଟି ମିଶାମିଶି ରହିବ । ପାରିବାରିକ ସାହାର୍ଯ୍ୟ ଓ ସହଯୋଗ ମିଳିବ । ନିଜ କଥାର ମଧୁରତାରେ ସମସ୍ତଙ୍କୁ ଆକ୍ରୁଷ୍ଟ କରିବେ । ଆଜି ଆପଣଙ୍କ ଆତ୍ମବିଶ୍ଵାସ ଭରି ରହିବ । ଆୟର ଉତ୍ସ ବଢିବ । ଜମି, ବାହାନ ଆଦି କିଣିବାରେ ସଫଳତା ପ୍ରାପ୍ତ କରିବେ । ଆପଣଙ୍କ ଶତ୍ରୁର ଦମନ ହେବେ । ଅର୍ଥ ଦେବା ନେବା କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ଵ ମିଳିପରେ । ମିତ୍ରଙ୍କ ସହ ବୁଲିବାକୁ ଯାଇପାରନ୍ତି ।

ସିଂହ

ଆପଣଙ୍କ ସବୁ ପରିଶ୍ରମର ଫଳ ଭଲ ପାଇବେ । କାରୋବାରରେ ଭଲ ଲାଭ ମିଳିବ । କ୍ୟାରିୟର ପାଇଁ ଆଜି ଦିନଟି ବହୁତ ଭଲ ଅଛି । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ମିଳିବ । ପରିବାରର କୌଣସି ବୟଜେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢି ପାରେ ।

କନ୍ୟା

ଆଜି ଆପଣଙ୍କର କୌଣସି ମାନସିକ ଚିନ୍ତା ରହିବ । ଅନାବଶ୍ୟକ ଧନ ଖର୍ଚ ହୋଇପାରେ । ଆଜି କାର୍ଯ୍ୟ କ୍ଷେତ୍ରରେ କୌଣସି କଠିନ ପରିସ୍ଥିତି ଉତ୍ପନ୍ନ ହୋଇପାରେ । ଆପଣଙ୍କ କୌଣସି ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟ ଚିନ୍ତା ବଢିପାରେ । ଆର୍ଥିକ କ୍ଷେତ୍ରରେ ଆସିଥିବା ଅସୁବିଧାରୁ ଧୀରେ ଧୀରେ ସୁଆଧର ଆସିବ । ପୁରୁଣା ଦେଇଥିବା ରୁଣ ମିଳି ଯାଇପାରେ । ଯାତ୍ରାରେ ସଫଳତା ପାଇବେ ।

ତୁଳା

ଆଜି ଦିନଟି ଆପଣଙ୍କର ବହୁତ ଆନନ୍ଦରେ ବିତିବ । ଯେ କୌଣସି କାର୍ଯ୍ୟରେ ଅସୁବିଧା ଆସିଲେ ବି ସେଥିରେ ଆପଣ ସଫଳତା ପାଇବେ । ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ମିଳିବ । ଛାତ୍ରଙ୍କ ପାଇଁ ଦିନଟି ବହୁତ ଶୁଭ ଅଛି । ପାରିବାରିକ ଜୀବନରେ ଖୁସିର ପରିବେଶ ରହିବ । ଯଦି ଆପଣ କମିଶନ, ବାହାନ ଓ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ତ ସେଥିରେ ଭଲ ଲାଭ ମିଳିବ । ବ୍ୟବସାୟୀଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ଆରାମ କରନ୍ତୁ ମାନସିକ ଭାବେ ସୁସ୍ଥ ରହିବେ ।

ବିଚ୍ଛା

ମାତା ପିତାଙ୍କ ସହ ଭଲ ସମ୍ପର୍କ ରହିବ । ଭୌତିକ ସୁଖ ସୁବିଧା ମିଳିବ । ଚାକିରି କ୍ଷେତ୍ରରେ ଭଲ ଲାଭ ମିଳିବ । ସ୍ୱାସ୍ଥ୍ୟ ଚିନ୍ତା ବଢି ପାରେ । କାର୍ଯ୍ୟ ସ୍ଥଳରେ ଅଧିନସ୍ଥଙ୍କ ସହଯୋଗ ମିଳିବ । ପୂର୍ବରୁ ଥିବା କୌଣସି ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ଆପଣଙ୍କୁ ଆପଣଙ୍କ ଭାଇ ଭଣୀଙ୍କ ସହଯୋଗ ମିଳିବ । ପୁରୁଣା ସାଙ୍ଗଙ୍କ ସହ ବୁଲିବାକୁ ଯାଇପାରନ୍ତି ।

ଧନୁ

ଆଜି ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବଢିବ । ପରିବାରରେ ସମ୍ପର୍କ ଭଲ ରହିବ । ଛାତ୍ରଙ୍କ ପାଇଁ ଭଲ ସମୟ ଅଛି ଓ ପ୍ରତି ଯୋଗୀତା ମୂଳକ କ୍ଷେତ୍ରରେ କୃତ କାର୍ଯ୍ୟ ହେବେ । ଜୀବନସାଥିଙ୍କ ସହ ଭଲ ସମ୍ପର୍କ ରହିବ । ଆର୍ଥିକ କ୍ଷେତ୍ରରେ ମଜବୁତ ରେହିବେ । ଯାତ୍ରାରେ ସଫଳ ହେବେ । ଧନ ସମ୍ପତି ପ୍ରତି ଧ୍ୟାନ ଦିଅନ୍ତୁ ।

ମକର

ଆଜି ଆପଣ ଧର୍ଯ୍ୟର ସହ କାମ କରନ୍ତୁ । ପରିଶ୍ରମ ଅନୁସାରେ ଫଳ ମିଳି ନ ପାରେ । ଆପଣ ଆପଣଙ୍କ ସାହାସ ଓ ବୁଦ୍ଧି ଦ୍ଵାରା ସବୁ କାର୍ଯ୍ୟରେ ସଫଳତା ପାଇବେ । ସାମାଜିକ କାର୍ଯ୍ୟରେ ପ୍ରତିଷ୍ଠା ମିଳିବ । ଅଫିସରେ ଉପରିସ୍ଥଙ୍କ ଠାରୁ ପ୍ରଶଂସା ମିଳିବ । ଶତ୍ରୁ ଦମନ ହେବେ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇ ପାରେ । ବାହାନ ସାବଧାନ ସହ ହୋଇ ଚଲାନ୍ତୁ । ଯଦି କେଉଁଠାକୁ ଯିବାକୁ ପଡେ ତେବେ ନିଜ କୁଳ ଦେବତାଙ୍କୁ ସ୍ମରଣ କରି ଯାତ୍ରା କରନ୍ତୁ । ସମ୍ପର୍କୀୟଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ

ଆଜି ଆପଣଙ୍କୁ ବହୁତ ଶୁଭ ଅବସର ମିଳିବ । ଆଜି କିଛି ନୂଆ ଜିନିଷ ଦେଖିବେ । ଆପଣଙ୍କ ଆତ୍ମବିଶ୍ଵାସ ବଢିବା ସହ ସବୁ କାର୍ଯ୍ୟରେ ସଫଳତା ପାଇବେ । ଆପଣଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାକୁ ସୁଯୋଗ ମିଳିବ । ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ । ଆୟର ନୂଆ ମାର୍ଗ ମିଳିବ । ବିବାହ ବନ୍ଧନରେ ବାନ୍ଧି ହେବାର ସୁଯୋଗ ମିଳିପାରେ । ବୈବାହିକ ଜୀବନରେ ଖୁସି ଆସିବ । ଛାତ୍ରମାନଙ୍କୁ ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ ।

ମୀନ

ଆଜି ଆପଣ ସବୁ କାମରେ ସଂଘର୍ଷ କରି ସଫଳତା ପାଇବେ । ଆପଣଙ୍କ ସବୁ ବିରୋଧୀମାନେ ଆପଣଙ୍କ ପ୍ରଶଂସା କରିବେ । ଆପଣ ସବୁ କାମ ବିଶ୍ଵାସ ସହ କରନ୍ତୁ । ଆପଣ ଆର୍ଥିକ କ୍ଷେତ୍ରରେ ବଡ ଯୋଜନା କରି ସେଥିରେ ସଫଳତା ପାଇବେ । ଅଫିସରେ ଅଧିକାରୀଙ୍କ ସହଯୋଗ ମିଳିବ । ପିତା କିମ୍ବା ପରିବାରର କୌଣସି ସଦସ୍ୟଙ୍କ ସହଯୋଗ ମିଳିବ । କାରୋବାରରେ ଲାଭ ମିଳିବ । ସନ୍ତାନ ଓ ପରିବାର ସହ ଭଲ ସମୟ ବିତିବ । ଆପଣଙ୍କ ବୈବାହିକ ଜୀବନରେ ଖୁସି ଆସିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।