କଏଦ କରା ଯାଇଥିବା ଭାରତୀୟ ପାଇଲଟ ଙ୍କୁ କିଛି ବି ଅସୁବିଧା କରି ପାରିବ ନାହିଁ ପାକିସ୍ତାନ, ଜାଣନ୍ତୁ କାହିଁକି, କଣ ରହିଛି ଏହା ପଛରେ?

ପାକିସ୍ଥାନ ଓ ଭାରତ ଭିତରେ ସଂଘର୍ଷ ଜୋରଶୋରରେ  ଅଛି । 14 ଫେବୃୟାରୀରେ ପୁଲବାମା ଆଟାକ ହୋଇଥିଲା ଓ ତାର ପ୍ରତିଶୋଧ ନେବା ପାଇଁ 26 ଫେବୃୟାରୀ କୁ ଭାରତୀୟ ସେନା ପାକିସ୍ଥାନରେ ପଶି ଏୟାର ଷ୍ଟ୍ରାଇକ କରିଥିଲେ । ଏହା ପରେ ହିଁ ପାକିସ୍ଥାନ ହଡବଡ ହୋଇ ଉଠିଛି । ଗତକାଲି ଭାରତୀୟ ସୀମା କ୍ଷେତ୍ରରେ ପାକିସ୍ଥାନ ଲଢେଇ ବିମାନ ଅନଧିକାର ପ୍ରବେଶ କରିଥିଲା । ଭାରତ ଏହାର କଡା ଜବାବ ଦେଇ ପାକିସ୍ଥାନୀ ଫାଇଟର ଜେଟ କୁ ଧ୍ଵଂସ କରିଛି , କିନ୍ତୁ ଭାରତର ଏକ ଫାଇଟର ପ୍ଲେନରେ ପାକିସ୍ଥାନ ଆଟାକ କରିଛି ।

ପାକିସ୍ଥାନ ଦାବା କରିଛି କି ଭାରତର ଏକ ପାଇଲଟ ସେମାନେ ତାଙ୍କ କବ୍ଜାରେ କରିଛନ୍ତି । ପ୍ରଥମେ ଏହି କଥାକୁ ମିଛ ବୋଲି କୁହା ଯାଉଥିଲା, କିନ୍ତୁ ପ୍ରେସ ବ୍ରିଫିଙ୍ଗ ସମୟରେ ଭାରତ ସରକାର ମାନିଲା କି ଗୋଟିଏ ପାଇଲଟ ନିଖୋଜ ଅଛି ।

ଏମିତି ସୁରକ୍ଷିତ ରହିବ ଭାରତୀୟ ପାଇଲଟ

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର କହିଲେ କି ଭାରତ ତରଫରୁ କରାଯାଇଥିବା ଏୟାର ଷ୍ଟ୍ରାଇକ ଜବାବ ରେ ପାକିସ୍ଥାନ ମଧ୍ୟ ଆକ୍ରମଣ କରିଛି । ଏହି କାରବାଇ ସମୟରେ ଭାରତର ଏକ ବିମାନ MiG ବିମାନ ବି ଧ୍ଵଂସ ହୋଇଗଲା ଓ ଆମର ଏକ ପାଇଲଟ ନିଖୋଜ ଅଛି । ଏବେ ଏହି କଥାର ତଦନ୍ତ ଚାଲିଛି । ଏବେ ଏହି ଖବର କୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କି ଆମର ଭାରତୀୟ ପାଇଲଟକୁ କୌଣସି କ୍ଷତି ତ ହେବ ନାହିଁ । ଏମିତିରେ ଆମେ ଆପଣଙ୍କୁ ଜଣାଉଛୁ କି ଯୁଦ୍ଧ ବନ୍ଦୀଙ୍କ ପାଇଁ ନିୟମ କଣ ଅଟେ ।

ଅନ୍ତରାଷ୍ଟ୍ରୀୟ ଜିନେବା ସନ୍ଧିରେ ଯୁଦ୍ଧବନ୍ଦୀଙ୍କୁ ନେଇ ନିୟମ କରାଯାଇଛି । ଏହା ଅନୁସାରେ ଯଦି କେହି କାହାକୁ ଯୁଦ୍ଧବନ୍ଦୀ କରିଥାଏ ତେବେ ତାକୁ ଡରାଇବା ଧମକାଇବା କାମ ବା ତାକୁ ଅପମାନିତ କରା ଯାଇପାରିବ ନାହିଁ । ଯୁଦ୍ଧବନ୍ଦୀଙ୍କୁ ନେଇ ଜନତାଙ୍କ ମନରେ କୌଣସି ପ୍ରକାରର ଉଶ୍ଚୁକତା ସୃଷ୍ଟି କରିବା ମନା ଅଟେ ।

ଜିନେବା ସନ୍ଧି ଅନୁସାରେ, ଯୁଦ୍ଧବନ୍ଦୀଙ୍କ ଉପରେ ମୁକଦ୍ଦମା ଚଲାଯିବ ନତୁବା ଯଦି ଯୁଦ୍ଧ ହୁଏ ତେବେ ତାହା ପରେ ତାଙ୍କୁ ଫେରାଇ ଦିଆଯିବ । ଧରା ପଡିଲେ ଯୁଦ୍ଧବନ୍ଦୀଙ୍କୁ ତାଙ୍କ ନାମ, ସୈନ୍ୟ ପଦ ଓ ନମ୍ବର ଜଣାଇବାର ବି ବ୍ୟବସ୍ତା କରା ଯାଇଛି । ତେବେ ଯଦି ଭାରତୀୟ ପାଇଲଟ ତାଙ୍କ କବ୍ଜା ରେ ଅଛି ଓ ଯଦି ସେଠାରେ ଜିନେବା ସନ୍ଧିର ଉଲ୍ଲଂଘନ ହେଉନାହିଁ ତେବେ ତାଙ୍କୁ କିଛି ବି ହେବ ନାହିଁ ।

ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।