ଭାରତୀୟ ନୌସେନାରେ ପହଞ୍ଚିଲା କରୋନା, ୨୧ ଜଣ ସୈନିକ ଏମିତି ହେଲେ ସଂକ୍ରମିତ

ସାରା ବିଶ୍ୱରେ ପ୍ରତିଦିନ ହଜାର ହଜାର କରୋନାଭାଇରସ୍ ମାମଲା ସାମନାକୁ ଆସୁଚ୍ଚି | ଭାରତ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛି | ଦେଶରେ କରୋନା ସଂକ୍ରମଣର ସଂଖ୍ୟା ୧୪000 ଅତିକ୍ରମ କରିଛି | ବର୍ତ୍ତମାନ ସୁଦ୍ଧା 400 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । କରୋନାର ତାଜା ମାମଲା ଭାରତୀୟ ନୌସେନା ସହ ଜଡିତ । ମୁମ୍ବାଇରେ 21 ଟି ନୌସୈନିକଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ଏହା ପରେ ତାଙ୍କୁ ସହରରେ ଅବସ୍ଥିତ ନୌସେନା ହସ୍ପିଟାଲରେ କ୍ଵାରେଣ୍ଟାଇନ କରା ଯାଇଛି ।

ଏହି ସମସ୍ତ ସୈନିକମାନେ INS ଆଙ୍ଗ୍ରେ ସହିତ ଜଡିତ ଓ ମୁମ୍ବାଇ ଉପକୂଳରେ INS ଆଙ୍ଗ୍ରେ ରେ ଅଛନ୍ତି | ପଶ୍ଚିମ ନୌସେନା କମାନ ଉପକୂଳରେ ଏହା ଏକ ଲଜିଷ୍ଟିକ୍ ଏବଂ ପ୍ରଶାସନିକ ସହାୟତା ର ଆଧାର ଅଟେ | ପ୍ରାପ୍ତ ସୂଚନା ଅନୁଯାୟୀ, କରୋନା ସଂକ୍ରମିତ ଏକ ନୌସୈନିକ ସଂସ୍ପର୍ଶରେ ଆସି ନୌସେନାର ସମସ୍ତେ ସଂକ୍ରମିତ ହୋଇଥିଲେ । ସେହି ବ୍ଲକରେ ରହୁଥିବା ସମସ୍ତ ଲୋକଙ୍କୁ କ୍ଵାରେଣ୍ଟିନ କରାଯାଇଛି।

ବର୍ତ୍ତମାନ ନୌସେନା ଅଧିକାରୀମାନେ ଯେଉଁମାନେ ସଂକ୍ରମିତ ନୌସେନା ର ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଅନୁସନ୍ଧାନ କରୁଛନ୍ତି । ଏହା ମଧ୍ୟ ଖବର ନିଆ ଯାଉଛି କି ସଂକ୍ରମିତ ନୌ ସୈନିକ ଡିଉଟି କିମ୍ବା ଅନ୍ୟ କେଉଁ କାମରେ କେଉଁ କେଉଁ ଜାଗାକୁ ଯାଇଥିଲେ ।

କହି ଦେଉଛୁ କି ଏହା ପୂର୍ବରୁ ମଧ୍ୟ ଭାରତୀୟ ସେନାର ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଡାକ୍ତର କରୋନା ଜୀବାଣୁ ସଂକ୍ରମିତ ହୋଇଥିଲେ। ଏହି କର୍ଣ୍ଣଲ କରୋନା ଜୀବାଣୁ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।