ଭାରତୀୟମାନେ 2021ରେ Google ରେ ସବୁଠୁ ଅଧିକ କଣ ସର୍ଚ୍ଚ କରିଥିଲେ ? Delete ହେବା ଆଗରୁ ଦେଖନ୍ତୁ ଏହି ସର୍ଭେ ରିପୋର୍ଟ

କୌଣସି ପ୍ରଶ୍ନର ଉତ୍ତର ଜାଣିବା ପାଇଁ କିମ୍ବା ଦୁନିଆର ଯେକୌଣସି ଖବର ଜାଣିବାକୁ ହେଲେ ଆମେ ପ୍ରଥମେ ଗୁଗୁଲରେ ସର୍ଚ୍ଚ କରିଥାଉ । ତେବେ ଏକ ସର୍ଭେ ଅନୁସାରେ ଭାରତୀୟ ମାନେ ୨୦୨୧ ମସିହାରେ ଗୁଗୁଲରେ ସବୁଠୁ ଅଧିକ କଣ ସର୍ଚ୍ଚ କରିଥିଲେ ଓ କେଉଁ ଟପ୍ ୫ ବ୍ୟକ୍ତିବିଶେଷଙ୍କୁ ଅଧିକ ସର୍ଚ୍ଚ କରା ଯାଇଥିଲା ତାହା ଆପଣଙ୍କୁ ଜଣାଇବାକୁ ଯାଉଛୁ । ଶେଷରେ କିଛି ଇମୋଜି ମଧ୍ୟ ରହିଛି ଯାହାର ବହୁଳ ବ୍ୟବହାର କରା ଯାଇଥିଲା ତାହା ମଧ୍ୟ ଜଣାଇବୁ ।

ଭାରତୀୟ ମାନେ ଗୁଗୁଲରେ ସବୁଠୁ ଅଧିକ ସର୍ଚ କରିଥିଲେ ଆଇପିଏଲ-୨୦୨୧ । ଗତବର୍ଷ ଏପ୍ରିଲ ୯ ତାରିଖରୁ ଆଇପିଏଲଆରମ୍ଭ ହୋଇଥିଲା । କିନ୍ତୁ ସେହି ସମୟରେ ଦେଶରେ କୋଭିଡର ତୃତୀୟ ଲହର ଯୋଗୁଁ ସ୍ଥିତି ଜଟିଳ ଥିଲା ଓ ଖେଳାଳିମାନେ ମଧ୍ୟ ସଂକ୍ରମିତ ହୋଇଥିଲେ, ଯାହାଫଳରେ ଏହାକୁ ସ୍ଥଗିତ ରଖା ଯାଇଥିଲା ଓ ପୁନର୍ବାର ସେପ୍ଟେମ୍ବରରୁ ଆରମ୍ଭ ହୋଇ ଅକ୍ଟୋବରରେ ଶେଷ ହୋଇଥିଲା ।

ଭାରତୀୟ ମାନେ ଗୁଗୁଲରେ କୋଭିନ ଆପ୍ କୁ ଦ୍ଵିତୀୟ ସର୍ବାଧିକ ସର୍ଚ୍ଚ କରିଥିଲେ । ଗତବର୍ଷ ସାରା ଦେଶରେ ୧୮ରୁ ଉର୍ଦ୍ଧ୍ଵ ସମସ୍ତ ଲୋକଙ୍କ ପାଇଁ କୋଭିଡ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରା ଯାଇଥିଲା ଓ ଟୀକା ପାଇଁ ଲୋକଙ୍କୁ ପ୍ରଥମେ ଅନଲାଇନ ରେଜିଷ୍ଟ୍ରେଶନ କରିବାକୁ ପଡୁଥିଲା ।

ଭାରତରେ କ୍ରିକେଟ ପ୍ରେମୀଙ୍କ ସଂଖ୍ୟା ବହୁତ ଅଧିକ । ଗତବର୍ଷ ସାଉଦି ଆରବରେ ଟି-୨୦ ବିଶ୍ଵକପ୍ ଆୟୋଜିତ ହୋଇଥିଲା । ଯାହାର ବିଜେତା ହୋଇଥିଲା ଅଷ୍ଟ୍ରେଲିଆ । ଏହାକୁ ଗୁଗୁଲରେ ତୃତୀୟ ସର୍ବାଧିକ ସର୍ଚ୍ଚ କରା ଯାଇଥିଲା । ୟୁରୋ କପ୍ ୨୦୨୧କୁ ଚତୁର୍ଥ ସର୍ବାଧିକ ଭାବେ ଗୁଗୁଲରେ ଭାରତୀୟ ମାନେ ସର୍ଚ୍ଚ କରିଥିଲେ । ୟୁରୋପୀୟ ଫୁଟବଲ ସଂଘ ଦ୍ଵାରା ଆୟୋଜିତ କରା ଯାଉଥିବା ଏକ ଫୁଟବଲ ଚମ୍ପିୟାନଶିପ ଅଟେ ।

ସେହିପରି ଟୋକିଓ ଓଲିମ୍ପିକକୁ ଚତୁର୍ଥ ସର୍ବାଧିକ ଭାବେ ସର୍ଚ କରା ଯାଇଥିଲା । ଏହି ଓଲିମ୍ପିକରେ ଭାରତ ଏଥର ସାତଟି ପଦକ ହାତେଇଥିଲା । ଯେଉଁଥିରେ ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଏକ ସ୍ଵର୍ଣ୍ଣପଦକ ହାସଲ କରିଥିଲେ ।

ସେହିପରି କିଛି ବ୍ୟକ୍ତିବିଶେଷ ମଧ୍ୟ ଅଛନ୍ତି ଯେଉଁ ମାନଙ୍କୁ ଭାରତୀୟମାନେ ଗୁଗୁଲରେ ସବୁଠୁ ଅଧିକ ସର୍ଚ୍ଚ କରିଥିଲେ । ପ୍ରଥମରେ ହେଉଛନ୍ତି ଟୋକିଓ ଓଲିମ୍ପିକରେ ସ୍ଵର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା । ଦ୍ଵିତୀୟରେ ହେଉଛନ୍ତି ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ବଡ ପୁଅ ଆର୍ୟନ ଖାନ, ଯିଏ କି କୃଜ ଡ୍ରଗ୍ସ ପାର୍ଟି ମାମଲାରେ ଧରା ହୋଇଥିଲେ ।

ତୃତୀୟରେ ହେଉଛନ୍ତି ପଞ୍ଜାବୀ ଅଭିନେତ୍ରୀ ଓ ଗାୟିକା ସେହନାଜ ଗିଲ୍, ଯିଏ କି ବିଗ୍ ବସ୍-୧୩ ରେ ଭାଗ ନେଇ ଖୁବ୍ ଫେମସ୍ ହୋଇଥିଲେ ଓ ଗତବର୍ଷ ତାଙ୍କର ପ୍ରିୟ ବନ୍ଧୁ ତଥା ବିଗ୍ ବସ୍-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ହରାଇଥିଲେ ।

ଚତୁର୍ଥରେ ହେଉଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ୍ କୁନ୍ଦ୍ରା, ଯିଏ କି ଅଶ୍ଳୀଳ ଫିଲ୍ମ ମାମଲାରେ ଜେଲ୍ ଯାଇଥିଲେ । ଏହି ତାଲିକାରେ ପଞ୍ଚମରେ ଅଛନ୍ତି ବିଶ୍ଵର ନଂ.୧ ଧନୀ ବ୍ୟକ୍ତି ଏଲନ ମସ୍କ ।

ଏହା ବ୍ଯତୀତ କିଛି ଇମୋଜି ମଧ୍ୟ ରହିଛି ଯାହା ଭାରତୀୟମାନେ ବହୁଳ ବ୍ୟବହାର କରିଥିଲେ । ହାଇ ଫାଇଭ, ହସି ହସି କାନ୍ଦୁଥିବା ଇମୋଜି, ନିଆଁ, ଆଖିରେ ଲଭ ହାର୍ଟ ଓ ବୁଢା ଆଙ୍ଗୁଳି ଟେକିଥିବା ଇମୋଜିକୁ ଭାରତୀୟ ମାନେ ସବୁଥି ବେଶୀ ବ୍ୟବହାର କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।