ଭାରତର ସଫଳତା ଆଗରେ ମୁଣ୍ଡ ନୂଆଁଇବ ସାରା ଦୁନିଆ, କରୋନା ଭେକ୍ସିନକୁ ନେଇ ଏବେ ଆସିଲା ଏହି ଭଲ ଖବର

ବର୍ତ୍ତମାନ ସାରା ଦୁନିଆ କରୋନା ସହିତ ଯୁଦ୍ଧ କରୁଛି । ବିଶ୍ଵର ଅନେକ ଦେଶ ଏହି ମରାମାରୀରୁ ରକ୍ଷା ପାଇବା ପାଇଁ ଦିନରାତି ପରିଶ୍ରମ କରି ଏହାର ଭ୍ୟାକ୍ସିନ ଖୋଜିବାରେ ଲାଗିଛନ୍ତି ଯେଉଁଥିରେ ଭାରତ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଛି । ଏହି ସମୟରେ ଭାରତ କରୋନା ସହିତ ଯୁଦ୍ଧରେ ଲଗାତାର ସଫଳତା ଆଡକୁ ପାଦ ବଢାଉଛି ଏବଂ ଆଶା ଅଛି କି ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଭାରତ ଭ୍ୟାକ୍ସିନ ବାହାର କରିବାରେ ସଫଳ ହେବ । ଭ୍ୟାକ୍ସିନ ବ୍ୟତୀତ ଭାରତ ଔଷଧ ତିଆରି କରିବାରେ ମଧ୍ୟ ଲାଗି ରହିଛି ।

କରୋନା ଭାଇରସ ବିରୁଦ୍ଧରେ ଯୁଦ୍ଧରେ ଭାରତ ସଫଳତାର ନିକଟତର ହୋଇଛି ଏବଂ ଭାରତ ୩୦ ଟି ସମୂହ କରୋନା ଭାଇରସ ବିରୁଦ୍ଧରେ ଟୀକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛି, ସେଥିମଧ୍ୟରୁ ୨୦ ଟି ସମୂହ ବହୁତ ଦ୍ରୁତଗତିରେ କାମ କରୁଛି ଏବଂ ସେମାନଙ୍କୁ ପ୍ରାରମ୍ଭିକ ସଫଳତା ମଧ୍ୟ ମିଳିଛି । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନ କହିଛନ୍ତି କି ଏହି ଗୋଷ୍ଠୀମାନେ ଗୋଟିଏ ବର୍ଷ ଭିତରେ ଟୀକା ତିଆରି କରିବାର ଲକ୍ଷ ନେଇ କାମ କରୁଛନ୍ତି । ରାଘବନ କହିଛନ୍ତି ଟୀକା ତିଆରି କରିବା ପାଇଁ ୧୦ବର୍ଷ ଲାଗିଥାଏ କିନ୍ତୁ କରୋନା ଭ୍ୟାକ୍ସିନ ପାଇଁ ବହୁତ ଶୀଘ୍ର କାମ କରାଯାଉଛି ଏବଂ ଅକ୍ଟୋବର ମାସ ମାଧ୍ୟ ଭାରତକୁ ଏକ ଖୁସି ଖବର ମିଳିପାରେ ।

ଔଷଧ ଉପରେ ମଧ୍ୟ ଭାରତ କାମ କରୁଛି । CSIR ଏବଂ AICTE ବହୁତ ଶୀଘ୍ର ଏହାକୁ ନେଇ ହ୍ୟାକଥାନ ଆରମ୍ଭ କରିବାକୁ ଯାଉଛନ୍ତି । ଡା. ରାଘବନଙ୍କ ଅନୁସାରେ ଏହା ସହିତ କିଛି ଅନୁସନ୍ଧାନର ଭଲ ଫଳାଫଳକୁ ଆଗକୁ ବଢାଯିବ । ରାଘବନଙ୍କ ଅନୁସାରେ ଭାରତ ୮ଟି ଔଷଧ ଉପରେ କାମ କରୁଛି ଏବଂ ଆଶା ଅଛି କି ଖୁବ ଶୀଘ୍ର ଏହାର ଭଲ ଫଳ ମିଳିବ । ବର୍ତ୍ତମାନ କରୋନା ଭାଇରସ ଦେଶ ଏବଂ ଦୁନିଆ ସାମନାରେ ବଡ ସମସ୍ୟା ହୋଇ ଠିଆ ହୋଇଛି । ସବୁ ଦେଶ ଏହି ଭାଇରସକୁ ଶେଷ କରିବା ପାଇଁ ଏକତ୍ର ହୋଇଛନ୍ତି ।

ବର୍ତ୍ତମାନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ କରୋନାର ୭୪୬୬ ନୂଆ କେସ ସାମନାକୁ ଆସିଛି । ଏହି ସମୟରେ ୧୭୫ଲୋକଙ୍କର ମୃତ୍ୟୁ ହୋଇଛି । ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୬୯ ହଜାର ପାର କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪୮୨୦ ଲୋକଙ୍କର ମୃତ୍ୟୁ ହୋଇ ସାରିଛି ଏବଂ ୭୨,୫୨୭ ଜଣ ଲୋକ ଠିକ ହୋଇଛନ୍ତି ।

ଦିଲ୍ଲୀରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଦେଇଛି, ସେଠାରେ ଗୋଟିଏ ଦିନରେ କରୋନା ରୋଗୀଙ୍କ ସଂଖ୍ୟା ୧୦୦୦କୁ ଟପି ଯାଇଛି । ଦିଲ୍ଲୀରେ ଗୋଟିଏ ଦିନରେ ୧୦୨୪ମାମଲା ସାମନାକୁ ଆସିଛି ଏବଂ ସେଥିରେ ୧୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ବର୍ତ୍ତମାନ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ବଢି ୧୬,୨୮୧ରେ ପହଞ୍ଚିଛି ଏବଂ ୩୧୬ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି, ଗୋଟିଏ ଦିନରେ ୨୩୧ ରୋଗୀ ଠିକ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ସେଠାରେ ୮,୪୭୦ ଆକ୍ଟିବ କେସ ଅଛି ।