କୋଭିଡ ୱାର୍ଡରେ ଡିୟୁଟିରେ ଥିବା ଜୁନିୟର ଡାକ୍ତରଙ୍କୁ ବଳାତ୍କାରକରିବାକୁ ଚେଷ୍ଟା କଲେ ସିନିୟର ଡାକ୍ତର, ଆଉ ତା ପରେ

ଝାଡ଼ଖଣ୍ଡରେ ରିମ୍ସର ଜଣେ ଜୁନିୟର ଡାକ୍ତରଙ୍କ ସହିତ ତାଙ୍କ ସିନିୟର ଡାକ୍ତର ବିଳମ୍ବିତ ରାତିରେ ବଳାତ୍କାରଉଦ୍ୟମ କରିଥିଲେ । ଜୁନିୟର ଡାକ୍ତର ଏହାର ଅଭିଯୋଗ ରିମ୍ସ ନିର୍ଦେଶକ ଏବଂ ବାରିୟାତୁ ଥାନାରେ କରିଛନ୍ତି । ବାରିୟାତୁ ଥାନାରେ ପୋଲିସ କେସ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରି ଦେଇଛି । ଅଭିଯୁକ୍ତ ଜଣକ ରାଞ୍ଚିର ଜଣେ ପ୍ରସିଦ୍ଧ ଡାକ୍ତରଙ୍କ ଜ୍ଵାଇଁ ବୋଲି କୁହାଯାଉଛି ।

ସୂଚନା ଅନୁସାରେ ଏନେସ୍ଥେସିୟା ବିଭାଗର ଜୁନିୟର ଡାକ୍ତର ରାତିରେ ରିମ୍ସର କୋଭିଡ ୱାର୍ଡରେ ଡିୟୁଟି କରୁଥିଲେ । ଗୁରୁତର ଚିକିତ୍ସାର ଜଣେ ସିନିୟର ଡାକ୍ତରଙ୍କ ମଧ୍ୟ ସେଠାରେ ଡିୟୁଟି ଥିଲା । ସେ ପ୍ରତିଦିନ ଘରୁ ଯିବା ଆସିବା କରୁଥିଲେ । ତାଙ୍କ ଉପରେ ଅଭିଯୋଗ କରାଯାଇଛି କି ବୁଧବାର ରାତିରେ ସେ ଜୁନିୟର ଡାକ୍ତରଙ୍କୁ କହିଲେ କି ରାତି ବହୁତ ହୋଇଗଲାଣି ଏଥିପାଇଁ ସେ ଘରକୁ ଯିବେ ନାହିଁ । ତାଙ୍କ କୋଠରିରେ ରହିଯିବେ । କିନ୍ତୁ ମହିଳା ଡାକ୍ତର ତାଙ୍କୁ ନିଜ କଠୋରୀରେ ରଖିବା ପାଇଁ ମନା କରିଦେଲେ ଏବଂ ସିନିୟର ଡାକ୍ତରଙ୍କ ପାଇଁ ରିମ୍ସର ପେଇଙ୍ଗ ୱାର୍ଡରେ ଏକ କଠୋରୀ ବୁକ କରିଦେଲେ ।

ଏହାପରେ ସିନିୟର ଡାକ୍ତର ବୁକ ହୋଇ ଥିବା ରୁମକୁ ଚାଲିଗଲେ । ସେଠାରୁ ସେ ଫୋନ କରି ଜୁନିୟର ଡାକ୍ତରଙ୍କୁ କହିଲେ କି ରୁମର ଏସି ଚାଲୁନାହିଁ ଆସି କି ଯାଞ୍ଚ କରି ଯାଅ । ନିଜ ସିନିୟରଙ୍କ କଥା ମାନି ଜୁନିୟର ଡାକ୍ତର ତାଙ୍କ ରୁମକୁ ଦେଖିବା ପାଇଁ ଚାଲି ଯାଇଥିଲେ । ସେ ଏସି ପ୍ଲଗ ଲଗାଉଥିଲେ ସେହି ସମୟରେ ସିନିୟର ଡାକ୍ତର ରୁମକୁ ଭିତରୁ ବନ୍ଦ କରି ଦେଲେ ଏବଂ ତାଙ୍କୁ ବଳାତ୍କାରକରିବାକୁ ଚେଷ୍ଟା କଲେ ।

ଏହାପରେ ସେ ବହୁତ କଷ୍ଟରେ ତାଙ୍କୁ ଧକ୍କା ଦେଇ ରୁମରୁ ବାହାରି ଗଲେ । ଗୁରୁବାର ଦିନ ସେ ରିମ୍ସର ନିର୍ଦେଶକଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ନିର୍ଦେଶକ ମାମଲାକୁ ଥାନାକୁ ପଠାଇ ଥିଲେ । ବର୍ତ୍ତମାନ ପୋଲିସ ଏହା ଉପରେ ତଦନ୍ତ ମଧ୍ୟ କରିବା ଆରମ୍ଭ କରି ଦେଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।