ଏହି କାରଣ ପାଇଁ ଭାରତୀୟ ବାୟୁସେନା ସରକାରଙ୍କୁ କହିଲେ, ‘ତୁରନ୍ତ ଆମକୁ ଦରକାର ଆଧୁନିକ ଲଡାକୁ ବିମାନ, ମିସାଇଲ ଓ ହତିଆର’

ପୁଲବାମା ଆକ୍ରମଣ ପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ମନାନ୍ତର ବହୁତ ବଢି ଯାଇଛି ଓ ଏଥିପାଇଁ ଦୁଇ ଦେଶର ସେନା ଆଲର୍ଟ ଅଛନ୍ତି । ପାକିସ୍ଥାନ ସହିତ ବଢୁଥିବା ଏହି ମନାନ୍ତରକୁ ନଜରରେ ରଖି ଭାରତ ସରକାର ନିଜର ତିନି ସେନାକୁ ଆହୁରି ମଝବୁତ କରିବାରେ ଲାଗିଛି, ଯାହା ପାଇଁ ଭବିଷ୍ୟତରେ କୌଣସି ପ୍ରକାରର ପରିସ୍ଥିତି ପାଇଁ ଆମ ସେନା ପ୍ରସ୍ତୁତ ଥିବେ ଓ ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନଥିବ । ଏହା ମଧ୍ୟରେ ଆମ ଦେଶର ବାୟୁସେନା ଭାରତ ସରକାରଙ୍କ ଠାରୁ ଆଧୁନିକ ହତିଆର ସହିତ ଆଉ କିଛି ଏମିତି ଜିନିଷର ମଧ୍ୟ ଦାବି କରିଛନ୍ତି, ଯାହାର ଯୁଦ୍ଧ ସମୟରେ ଆବଶ୍ୟକତା ପଡିବ ।

ଇକୋନୋମିକ ଖବର କାଗଜରେ ଛପିଥିବା ଏକ ଖବର ଅନୁସାରେ ପାକିସ୍ଥାନରେ ଏୟାର ଷ୍ଟ୍ରାଇକ କରିବା ପରେ ପଡୋଶୀ ଦେଶ ସହିତ ମନାନ୍ତର ବଢି ଯାଇଛି ଓ ଏହି ପରିସ୍ଥିତିକୁ ବଢିବାର ଦେଖି ଭାରତୀୟ ବାୟୁସେନା ସରକାରଙ୍କ ଠାରୁ ଲଢେଇ ବିମାନ ଓ ମିସାଇଲ ର ଦାବି କରିଛି ଓ କହିଛି କି ତାଙ୍କୁ ଏହି ସବୁ ଜିନିଷ ଜଲ୍ଦି ଉପଲବ୍ଧ କରାଯାଉ । ପ୍ରକୃତରେ ଆମ ବାୟୁସେନା ପାଖରେ ମିସାଇଲ ର ଅଭାବ ନାହିଁ କିନ୍ତୁ ଯେତେବେଳେ ଗୋଟିଏ ଥର ଏହି ମିସାଇଲ ର ପ୍ରୟୋଗ ଅପରେସନ ସମୟରେ କରାଯାଇଥାଏ ତେବେ ଏମାନଙ୍କର ଲାଇଫ ଅଧିକ ନ ଥାଏ ।

ଏଥିପାଇଁ ବାୟୁସେନା ଭବିଷ୍ୟତ କୁ ଦୃଷ୍ଟିରେ ରଖି ସରକାରଙ୍କ ପାଖରେ ଆଧୁନିକ ହତିଆର ଓ ମିସାଇଲ ର ଦାବି କରିଛନ୍ତି, ତା ସହିତ ବାୟୁସେନା ନୂଆ ଲଢେଇ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରିବା ପାଇଁ ସରକାରଙ୍କୁ କହିଛନ୍ତି । କାରଣ ଏବେ ବି ଆମର ବାୟୁସେନା ମିଗ-21 ଭଳି ଲଢେଇ ବିମାନକୁ ହିଁ ଉଡାଉଛି ଯିଏ କି ବହୁତ ପୁରୁଣା ହୋଇ ସାରିଛି ଓ ଏହି ବିମାନ ସାହାର୍ଯ୍ୟରେ ଶତୃମାନଙ୍କର ମୁକାବିଲା କରିବା ବହୁତ ମୁସ୍କିଲ ଅଟେ । ସୂଚନା ଅନୁସାରେ ଏବେ ନିକଟରେ ଆମର ବାୟୁସେନା ଆଧୁନିକ ଲଢେଇ ବିମାନ F-16 ର ସାମ୍ନା, ମିଗ-21 ରେ କରିଥିଲା ଯାହା କି ବହୁତ ପୁରୁଣା ବିମାନ ଥିଲା ।

ଫେବୃୟାରୀ ମାସରେ ଭାରତ ପକ୍ଷରୁ ଯେଉଁ ଏୟାର ଷ୍ଟ୍ରାଇକ କରାଯାଇଥିଲା ସେତେବେଳେ ଆତଙ୍କି କ୍ୟାମ୍ପ ଆମ ଭାରତ ସୀମାରୁ ଅଧିକ ଦୂରରେ ନ ଥିଲା । ଏଥିପାଇଁ ତାଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଓ ସେଗୁଡିକୁ ଧ୍ଵଂସ କରିବା ପାଇଁ ବାୟୁସେନାକୁ ଅଧିକ କଷ୍ଟ କରିବାକୁ ପଡି ନଥିଲା । କିନ୍ତୁ ଏବେ ସେହି କ୍ୟାମ୍ପ ଗୁଡିକର ଲୋକେସନ ବଦଳା ଯାଇଛି ଓ ଏଗୁଡ଼ିକୁ ସୀମା ଠାରୁ ବହୁତ ଦୂରରେ ରଖା ଯାଇଛି ଯାହା ଦ୍ଵାରା ଭାବିଷ୍ୟତରେ ଭାରତୀୟ ବାୟୁସେନା ଏହି କ୍ୟାମ୍ପ ଗୁଡିକୁ ଧ୍ଵଂସ କରି ପାରିବ ନାହିଁ । ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।