ଭାରତରେ ଏବେ ଅରବ ଡଲାର ର ବର୍ଷା କଲା ଏହି ବିଦେଶୀ କମ୍ପାନୀ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ…

ଜାପାନର କମ୍ପାନୀ ସୁଜୁକି ଏମିତି ଏକ ଘୋଷଣା କରିଛି ଯାହା ଦୁନିଆର ଅନ୍ୟ ବଡ କମ୍ପାନୀ ମାନଙ୍କର ନିଦ ହଜେଇ ଦେଇଛନ୍ତି । ସୁଜୁକି ଏବେ ଯାହା କରିଛି ଏହାର ଠିକ ୩୦ ବର୍ଷ ପୂର୍ବରୁ ମଧ୍ୟ ଠିକ ସେମିତି କରିଥିଲା । ଯେଉଁଥି ପାଇଁ ଦୀଘ ୩୦ ବର୍ଷ ଧରି ସୁଜୁକି ଭାରତୀୟ କାର୍ ମାର୍କେଟରେ କବଜା ଜମେଇ ବସିଛି । ଯଦି ଭାରତରେ ଦିନକୁ ଯେତିକି କାର୍ ବିକ୍ରି ହୁଏ ତା’ର ଅଧା ଭାଗ କେବଳ ସୁଜୁକିର ହୋଇଥାଏ । ସୁଜୁକି କାର୍ ର ସୁରକ୍ଷା ରେଟିଂ ସବୁଠୁ କମ୍ ହୋଇଥିଲେ ବି ଅନ୍ୟ କୌଣସି କାର୍ କମ୍ପାନୀ ଯାଙ୍କୁ ଟକ୍କର ସେଇ ପାରନ୍ତି ନାହିଁ ।

ତେବେ ସୁଜୁକି କଣ କରିଛି ତାହା ଜାଣିବା ପୂର୍ବରୁ ଏହା ୧୯୯୧ରେ କଣ କରିଥିଲା ତାହା ପ୍ରଥମେ ଜାଣି ନିଅନ୍ତୁ । ୧୯୯୧ ପୂର୍ବରୁ ଭାରତରେ ଖାସ୍ କାର୍ କମ୍ପାନୀ ନଥିଲେ ଆଉ ଯେତିକି ବି ଥିଲେ ସେମାନଙ୍କ କାର୍ ବହୁତ ମହଙ୍ଗା ଥିଲା । ୧୯୯୧ରେ ଲିବରାଇଜେସନ ହେବା ପରେ ଭାରତୀୟ କମ୍ପାନୀ ସୁଜୁକି ତା’ର ୫୦ ପ୍ରତିଶତ ଭାଗ ଜାପାନର କମ୍ପାନୀ ସୁଜୁକିକୁ ବିକ୍ରି କରି ଦେଇଥିଲା । ସୁଜୁକି ଭାରତରେ ବହୁଳ ପରିମାଣରେ କାର୍ ତିଆରି କରିବା ସହ ଏହାର ଦାମ୍ ମଧ୍ୟ କମ୍ କରିଦେଲା ।

ଏହି କାରଣରୁ ସାଧାରଣ ଜନତାଙ୍କ ପାଖରେ ସୁଜୁକି ଅତି ସହଜରେ ପହଞ୍ଚି ପାରିଥିଲା ଓ ଘରେ ଘରେ ସୁଜୁକି କାର୍ ଦେଖିବାକୁ ମିଳିଥିଲା । ଆମେ ସମସ୍ତେ ଜାଣିପାରୁଛୁ ଯେ ଆଗକୁ ଇଲେକ୍ଟ୍ରିକ ଯାନବାହାନର ଚାହିଦା ବହୁତ ବଢିଯିବ । ଏହାକୁ ଦୃଷ୍ଟିରେ ରଖି ସୁଜୁକି ୧୦ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଭାରତରେ ନିବେଶ କରିବ ବୋଲି ଘୋଷଣା କରିସାରିଛି ।

ଏହି ଟଙ୍କାରେ ଭାରତରେ ବଡ ବଡ ପ୍ଳାଣ୍ଟ ଏବଂ ଫ୍ୟାକ୍ଟରୀ ସବୁ ତିଆରି ହେବ । ଯାହା ଭାରତରେ ହିଁ ଇଲେକ୍ଟ୍ରିକ କାର୍ ଏବଂ ବ୍ଯାଟେରୀ ତିଆରି କରିବ ଓ ଲୋକଙ୍କୁ ସୁଲଭ ମୂଲ୍ଯରେ ଉପଲବ୍ଧ କରାଇବ । ୧୯୯୧ରେ ଯେପରି କମ୍ ମୂଲ୍ଯର କାର୍ ମାର୍କେଟକୁ ଆଣି ପୁରା ମାର୍କେଟ କବଜା କରି ନେଇଥିଲା ଠିକ ସେହିପରି ଭବିଷ୍ୟତରେ ଇଲେକ୍ଟ୍ରିକ କାର୍ ମାର୍କେଟରେ ବି କବଜା ଜମେଇବାକୁ ଲକ୍ଷ୍ୟ ରଖିଛି ସୁଜୁକି । ଆଉ ସୁଜୁକି ଏହା କରିବାରେ ନିଶ୍ଚୟ ସଫଳ ହେବ ।

କାରଣ ଭାରତର ଅନ୍ଯତମ ଇଲେକ୍ଟ୍ରିକ କାର୍ ତିଆରି କରୁଥିବା କମ୍ପାନୀ ଟାଟା ର ଇଲେକ୍ଟ୍ରିକ କାର୍ ର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧୪ ଲକ୍ଷ ଟଙ୍କା । ସୁଜୁକି ଯଦି ଏହାର ଅଧା ମୂଲ୍ଯରେ କାର୍ ବିକ୍ରି କରେ ତେବେ ସାଧାରଣ ଜନତା ନିହାତି ଭାବେ ତାହା କିଣିବାକୁ ପସନ୍ଦ କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।