ଭାରତ ହାରିଲା ପରେ ବିରାଟ କୋହଲିଙ୍କ କାନ୍ଦ ଦେଖି କାନ୍ଦୁଛନ୍ତି କ୍ରିକେଟ ପ୍ରେମୀ, ଭଲ ଖେଳିଥିଲେ ବିରାଟ କିନ୍ତୁ…

କାନ୍ଦି ପକାଇଲେ ବିରାଟ କୋହଲି । ଆଉ ତାଙ୍କ କାଣ୍ଡ ଦେଖି କାନ୍ଦିଲା ଭାରତର ସବୁ କ୍ରିକେଟ ପ୍ରେମି ମାନେ । କାଲୀ ରାତିର ଦୁଃଖ କୁ ଆଜି ଯାଏଁ ଭୁଲି ପାରି ନାହାନ୍ତି କ୍ରିକେଟ ପ୍ରେମୀ । ଗତ 4 ବର୍ଷ ପରେ ଆସିଥିଲା ସୁବର୍ଣ୍ଣ ସୁଯୋଗ । ଯେଉଁଠି ଭାରତ ଶେଷ ମ୍ଯାଚରେ ହାରିଯିବ କେହି ବି ବିଶ୍ଵାସ କରି ନ ଥିଲେ । କାଲୀ ଯେଉଁ ଭଳି ବିରାଟ କୋହଲି, ରୋହିତ ଶର୍ମା କାନ୍ଦି କାନ୍ଦି ପ୍ୟାଭିଲିୟନ ଯାଉଥିଲେ ସେହି ସମୟର କଷ୍ଟ ଯନ୍ତ୍ରଣା କୁ ସମସ୍ତେ ଅନୁଭବ କରି ପାରିଥିଲେ ।

କିନ୍ତୁ ଏତେ ପାଖରୁ ଭାରତ ଏମିତି ହାରିଗଲା ତାହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଅଷ୍ଟ୍ରେଲିୟା ଜେଭଳି ଭାବେ ଜିତିଚି ଲାଗୁଛି ଅଷ୍ଟ୍ରେଲିୟା କେବେ ବି ହାରିବ ନାହିଁ । କାରଣ 5 ଥର ବିଶ୍ଵକପ ଜିତିବା ପରେ ଏବେ 6ଥର ବିଶ୍ଵକପ ଜିତିଚି ଅଷ୍ଟ୍ରେଲିୟା । ଏବେ ଚର୍ଚ୍ଚା ହେଉଛି ଅଷ୍ଟ୍ରେଲିୟା କୁ ହରାଇବା ଏତେ ସହଜ ନ ଥିଲା । ତଥାପି କାହିଁକି ରଣ କୌଶଳ ଆପଣା ଗଲା ନାହିଁ ।

ଯାହା ପାଇଁ ଅଷ୍ଟ୍ରେଲିୟା ହୁଏ ତ ହାରିପାରି ଥାନ୍ତା । ଏତେ ସହଜରେ ହାରିବା ପରେ ଏବେ ସମସ୍ତେ ଅନୁଭବ କରୁଛନ୍ତି । ସମସ୍ତେ କହୁଛନ୍ତି ବିଶ୍ଵକପ ଫାଇନାଲ ଯାଏଁ ଭାରତ ଭଲ ପ୍ରଦର୍ଶନ କରିଥିଲା କିନ୍ତୁ କଣ ହେଲା କେଜାଣି ଫାଇନାଲ ରେ ହାରିଗଲା । ଲଗାତାର 10ଟି ମ୍ଯାଚ ଜିତିଥିବା ଭାରତୀୟ ଟିମ ଫାଇନାଲ ରେ କୋଟି କୋଟି ଫ୍ୟାନ୍ସ ଙ୍କୁ ନିରାଶ କରିଛନ୍ତି ।

2023 ବିଶ୍ଵକପ ଜିତିବା ଆଶାକୁ ଧୂଳିସାତ କରି ଦେଇଛନ୍ତି । ପ୍ରଥମେ ବ୍ୟାଟିଙ୍ଗ କରି ଭାରତ 240 ରନ ରେ ଅଲ ଆଉଟ ହୋଇଥିଲା । 241 ରନ ର ବିଜୟ ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରିଥିଲା ଅଷ୍ଟ୍ରେଲିୟା ଟିମ । ମାତ୍ର 4 ୱିକେଟ ହରାଇ ଷଷ୍ଠ ଥର ବିଶ୍ଵ ଚାମ୍ପିୟାନ ହୋଇଛି ଅଷ୍ଟ୍ରେଲିୟା ଟିମ । ଅଷ୍ଟ୍ରେଲିୟା ପକ୍ଷରୁ ହେଡ ଶତକ ହାସଲ କରିଛନ୍ତି । ଟସ ଜିତିବା ପରେ ଅଷ୍ଟ୍ରେଲିୟା ଭାରତକୁ ବ୍ୟାଟିଂ କୁ ଆମନ୍ତ୍ରଣ କରିଥିଲା ।

ଭାରତର ଦୁଇ ଓପନର ରୋହିତ ସର୍ମା ଓ ଶୁଭମନ ଗିଲ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଦଳୀୟ ସ୍କୋର 30 ରନ ଥିବା ବେଳେ ଯୁବ ବ୍ୟାଟର ଗିଲ ମାତ୍ର 4 ରନ କରି ଆଉଟ ହୋଇଥିଲେ । କିନ୍ତୁ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ହେଲେ ରୋହିତ 47 ରନ କରିଆ ଆଉଟ ହେବା ପରେ ଖେଳର ଗତି ବଦଳି ଯାଇଥିଲା । ବିରାଟ ଓ କେ ଏଲ ରାହୁଲ ବ୍ୟାଟିଂ କରି ଆଉଟ ହୋଇଥିଲେ ।

ରାହୁଲ 66 ରନ କରି ଆଉଟ ହୋଇଥିଲେ । କିନ୍ତୁ ସୂର୍ଯ୍ୟ କୁମାର ଯାଦବ 28ଟି ବଲ ରୁ ମାତ୍ର 8 ରନ କରିଥିଲେ । ସେସ ୱିକେଟରେ କୁଳଦୀପ ଯାଦବ ଓ ମହମଦ ସିରାଜ ଭଲ ଖେଳିଥିଲେ । ଆଉ ଏଭଳି ଭାବେ ଭାରତ ହାରିଗଲା ଓ ଅଷ୍ଟ୍ରେଲିୟା ଜିତିଗଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।