ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦୁନିଆର ବାକି ଦେଶଙ୍କୁ ମଧ୍ୟ ସାବଧାନ କରିଦେଇଛି । କିଛି ଦେଶ ଋଷକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଦେଶ ୟୁକ୍ରେନକୁ ସମର୍ଥନ କରୁଛନ୍ତି । ଏପରି ସ୍ଥିତିରେ ସବୁଦେଶ ନିଜର ସୈନ୍ୟବଳ କେତେ ତାହା ସମୀକ୍ଷା କରିବା ନିହାତି ଜରୁରୀ । ଭାରତ ଏହି ମାମଲାରେ କେତେ ସ୍ଥାନରେ ଅଛି ତାହା ଜାଣିବା ମଧ୍ୟ ଆବଶ୍ୟକ । ଏନେଇ ଗ୍ଲୋବାଲ ଫାୟାର ପାୱାର ଏକ ଲିଷ୍ଟ ଜାରି କରିଛି ଯେଉଁଥିରେ ଦୁନିଆର ୧୦ଟି ସବୁଠୁ ଶକ୍ତିଶାଳୀ ବିଷୟରେ କୁହାଯାଇଛି ।

ଗ୍ଲୋବାଲ ଫାୟାର ପାୱାର ଏକ ରାଙ୍କ ଯାହା ସବୁ ଦେଶର ସୈନ୍ୟବଳର ବିଭିନ୍ନ ପର୍ଯ୍ୟାୟକୁ ନଜରରେ ରଖି ଏକ ସୂଚୀ ପ୍ରସ୍ତୁତ କରିଥାଏ । ଏଥିରେ ରକ୍ଷା ବଜେଟ, ଆଧୁନିକ ହତିଆର ଓ ସୈନ୍ୟ ସଂଖ୍ୟା ସମେତ ଆହୁରି ଅନେକ ବିଷୟକୁ ନେଇ ଏକ ରାଙ୍କିଂ ଧାର୍ଯ୍ୟ କରାଯାଏ । ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ରହିଛି ଆମେରିକା ଯାହା ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଅଟେ । ଆମେରିକା ପାଖରେ ୧୪ ଲକ୍ଷରୁ ଅଧିକ ସକ୍ରିୟ ସୈନ୍ୟ ରହିଛି ।
ଏହାସହ ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆମେରିକା ଚଳିତ ବର୍ଷ ନିଜ ସୁରକ୍ଷା ବଜେଟରେ ୭୦୦ ବିଲିୟନ ଡଲାର ଖର୍ଚ୍ଚ କରିଛି । ଦ୍ଵିତୀୟ ନମ୍ବରରେ ରହିଛି ଋଷ । ଋଷର ରକ୍ଷା ବଜେଟ ୪୬ ଆରବ ଡଲାର ଅଟେ ଓ ତା’ ପାଖରେ ୮ ଲକ୍ଷ ୫୦ ହଜାର ସକ୍ରିୟ ସୈନ୍ୟ ଅଛନ୍ତି । ଏହା ବ୍ଯତୀତ ଋଷ ପାଖରେ ପ୍ରାୟ ୭୭୨ ଲଢୁଆ ବିମାନ ସହ ୪୧୦୦ରୁ ଅଧିକ ବିମାନ ଅଛି । ଏହାପରେ ଚୀନ ହେଉଛି ତୃତୀୟ ଶକ୍ତିଶାଳୀ ଦେଶ । ଚୀନର ରକ୍ଷା ବଜେଟ ପ୍ରାୟ ୨୦୯ ଆରବ ଡଲାର ଅଟେ ।

ଚୀନ ପାଖରେ ପ୍ରାୟ ୨୦ ଲକ୍ଷରୁ ଅଧିକ ସକ୍ରିୟ ସୈନ୍ୟ ଅଛନ୍ତି । ଚୀନ ଦୁନିଆର ଏକମାତ୍ର ଦେଶ ଯିଏ ସୈନ୍ୟମାନଙ୍କ ଦ୍ଵାରା ଅଧିକ କାର୍ଯ୍ୟ କରାଇଥାଏ । ଏହି ଲିଷ୍ଟରେ ଭାରତ ରହିକ୍ଘି ଚତୁର୍ଥ ସ୍ଥାନରେ । ଭାରତ ପାଖରେ ୧୪ ଲକ୍ଷରୁ ଅଧିକ ସକ୍ରିୟ ସୈନିକ ଅଛନ୍ତି । ଏଥିରେ ସେନାର ତିନୋଟି ଯାକ ଅଙ୍ଗର ସୈନ୍ୟଙ୍କ ସଂଖ୍ୟା ସାମିଲ ଅଛି । ଏହି ଲିଷ୍ଟରେ ଚୀନ ଭାରତଠୁ ଉପରେ ଥିଲେ ମଧ୍ୟ ଅନେକ ବିଭାଗ ଏମିତି ରହିଛି ଯେଉଁଠି ଭାରତ ଚୀନକୁ ପଛରେ ପକାଇ ଦେବ ।
ଆପଣ ଜାଣିଲେ ଗର୍ବିତ ହେବେ କି ଭାରତ ପାଖରେ ଦୁନିଆର ଦ୍ଵିତୀୟ ବୃହତ୍ତମ ପାରା ମିଲିଟାରୀ ଅଛି । ବର୍ତ୍ତମାନ ସମୟରେ ଭାରତର ରକ୍ଷା ବଜେଟ ପ୍ରାୟ ୫.୨୫ ଲକ୍ଷ କୋଟିର ଅଟେ । ଏହି ଲିଷ୍ଟରେ ଜାପାନ ପଞ୍ଚମ ସ୍ଥାନରେ ଥିବାବେଳେ ସାଉଥ କୋରିଆ ଓ ଫ୍ରାନ୍ସ ଷଷ୍ଠ ଏବଂ ସପ୍ତମ ସ୍ଥାନରେ ଅଛନ୍ତି । ଅଷ୍ଟମ ସ୍ଥାନରେ ରହିଛି ୟୁନାଇଟେଡ କିଙ୍ଗଡମ । ସେହିପରି ପାକିସ୍ତାନକୁ ନବମ ସ୍ଥାନ ମିଳିଥିବା ବେଳେ ଦଶମ ସ୍ଥାନରେ ରହିଛି ବ୍ରାଜିଲ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।