ଆଜି ଆମେ ଆପଣଙ୍କୁ ଭାରତର ସବୁଠୁ ଧନୀ ୧୦ ଜଣ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜଣାଇବୁ । ଯେଉଁମାନନକ ପାଖରେ ଅଜସ୍ର ଧନ ସମ୍ପତ୍ତି ରହିଛି । ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଳିକାରେ ନଂ.୧ ରେ ଅଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ସେ YSR କଂଗ୍ରେସ ପାର୍ଟିର ସଦସ୍ୟ ଅଟନ୍ତି । ତାଙ୍କ ମୋଟ ସମ୍ପତ୍ତି ହେଉଛି ୫୧୦ କୋଟି ଟଙ୍କା । ଏହାଛଡା ତାଙ୍କ ପାଖେ ୧୦କେଜି ସୁନା ଓ ୩.୫ କେଜି ସୁନା ଓ ହୀରା ଗହଣା ଅଛି ।

ନଂ.୨ ରେ ଅଛନ୍ତି ଏନ. ଚନ୍ଦ୍ରବାବୁ ନାଇଡୁ । ସେ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟିର ସଦସ୍ୟ ତଥା ଆନ୍ଧ୍ରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୭୭ କୋଟି ଟଙ୍କା । ନଂ.୩ରେ ଅଛନ୍ତି ଅରୁଣାଚଳ ପ୍ରଦେଶର ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧୬୩ କୋଟି ଟଙ୍କା । ପେମା ଖାଣ୍ଡୁଙ୍କ ବାପା ଦୋର୍ଜି ଖାଣ୍ଡୁ ମଧ୍ୟ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ ।
ନଂ.୪ ରେ ଅଛନ୍ତି ମହାରାଷ୍ଟ୍ର ଶିବସେନା ପାର୍ଟିର ନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୭୬.୫ କୋଟି ଟଙ୍କା । ଏହା ଛଡା ସ୍ତ୍ରୀଙ୍କ ନାମରେ ବି ୬୫.୯ କୋଟି ଟଙ୍କା ରହିଛି ।

ନଂ.୫ ରେ ଅଛନ୍ତି ବିଜୁ ଜନତା ଦଳର ମୁଖ୍ୟ ନେତା ତଥା ଆମ ଓଡିଶାର ମୁଖ୍ୟମନ୍ତ୍ରୀ ଶିରଯୁକ୍ତ ନବୀନ ପଟ୍ଟନାୟକ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୬୩.୮ କୋଟି ଟଙ୍କା । ଏହା ବ୍ଯତୀତ ହରିୟାନାର ଫରିଦାବାଦରେ ୨୨.୭ ଏକର ଜମି ଓ ଗୋଟିଏ ଘର ମଧ୍ୟ ଅଛି । ନଂ.୬ ରେ ଅଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଯାପଟେନ ଅମରିନ୍ଦର ସିଂ । ସେ ପଞ୍ଜାବ ଲୋକ କଂଗ୍ରେସର ବରିଷ୍ଠ ନେତା । ତାଙ୍କର ମୋଟ ସମ୍ପତ୍ତି ହେଉଛି ୪୮ କୋଟି ଟଙ୍କା ଓ ଦୁବାଇରେ ଗୋଟିଏ ଫ୍ଲାଟ ମଧ୍ୟ ଅଛି ।
ନଂ.୭ ରେ ଅଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତିର ବରିଷ୍ଠ ନେତା ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୨୩ କୋଟି ଟଙ୍କା । ତାଙ୍କ ନାମରେ ୫୪ ଏକର ଜମି ଅଛି ଓ ୮ କୋଟି ଟଙ୍କାର ଋଣ ଅଛି ।

ନଂ.୮ ରେ ଅଛନ୍ତି ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପାର୍ଟିର ନେତା ମୁକୁଲ ସାଙ୍ଗମା । ତାଙ୍କ ମୋଟ ସମ୍ପତ୍ତି ହେଉଛି ୧୪ କୋଟି ଟଙ୍କା । ନଂ.୯ ରେ ଅଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତା ଶିଦ୍ଦାରମିଆ । ତାଙ୍କ ମୋଟ ସମ୍ପତ୍ତି ହେଉଛି ୧୩ କୋଟି ଟଙ୍କା ।
ନଂ.୧୦ ରେ ଅଛନ୍ତି ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ ପାର୍ଟିର ନେତା ପବନ କୁମାର ଚାମ୍ଲିଙ୍ଗ। ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୦ କୋଟି ଟଙ୍କା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।