ଭାରତର ସବୁଠୁ ବଡ 10 ଟି ରାଜକୀୟ ଖାନଦାନ, ଆଜି ବି ଏମାନେ ରାଜ ପରିବାର ଭଳି ଜୀବନ କାଟନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ନମସ୍କାର ବନ୍ଧୁଗଣ, ଆଗ କାଳରେ ରାଜମାନେ ଭାରତ ତଥା ନିଜ ରାଜ୍ୟର ଶାସନ କର୍ତ୍ତା ଥିଲେ । ରାଜକୀୟ ଢଙ୍ଗରେ ଦାସ ଦାସୀଙ୍କ ସେବାରେ ଜୀବନ ଅତିବାହିତ କରୁଥଲେ । କିନ୍ତୁ ଦେଶ ସ୍ଵାଧୀନ ପରେ ରାଜତନ୍ତ୍ର ଲୋକତନ୍ତ୍ରରେ ପରିଣତ ହେଲା । କିନ୍ତୁ ଏବେ ମଧ୍ୟ ରାଜକୀୟ ଖାନଦାନର ଲୋକ ପୂର୍ବ ଭଳି ଆଲିଶାନ ମହଲରେ ରହିଛନ୍ତି । ରାଜକୀୟ ଢଙ୍ଗରେ ଚଳୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଭାରତର ୧୦ଟି ରାଜକୀୟ ପରିବାର ସମ୍ପର୍କରେ ଯେଉଁମାନେ ଏବେ ମଧ୍ୟ ରାଜା ଭଳି ଜୀବନ ବିତାଉଛନ୍ତି ।

ନବାବ ପଟୋଡି: ଏହି ପଟୋଡି ଖାନଦାନର ଏକମାତ୍ର ବାରିଶ ହେଉଛନ୍ତି ବଲିଉଡର ନାମିଦାମି ଅଭିନେତା ଶେଫ ଅଲି ଖାନ । ଶେଫ ଅଲି ଖାନଙ୍କ ପୂର୍ବପୁରୁଷ ପଟୋଡି ଉପରେ ରାଜ କରୁଥିଲେ । ତେଣୁ ଶେଫ ଅଲି ଖାନଙ୍କ ଏବେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ଏବେ ମଧ୍ୟ ସେ ସିତା ଦିନର ମଜା ନେବା ପାଇଁ ପଟୋଡି ପ୍ୟାଲେସ ଯାଇଥାନ୍ତି ନିଜ ପରିବାର ଏବଂ ଛୁଆ ପିଲାଙ୍କ ସହ ।

ଜୟପୁର ରାଜକୀୟ ପରିବାର: ଏହି ପରିବାରର ମୁଖିଆ ଥିଲେ ଭବାନୀ ସିଂ । ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅର ପୁଅ ଏବେ ରାଜଗାଦିରେ । ସେବେଠାରୁ ସେ ଦୁନିଆ ପାଇଁ କିଙ୍ଗ କଙ୍ଗ ସେଲିବ୍ରେଟି ବନିଗଲେ । ସେ ସାହି ରାଜା ହେବା ପରେ ମଧ୍ୟ ତାଙ୍କ ତାଙ୍କର ଫ୍ୟାସନରେ ରୁଚି ରହିଥିଲା ଯେଉଁଥି ପାଇଁ ଦୁନିଆରେ ସେ ଏକେ ସ୍ଵତନ୍ତ୍ର ପରିଚୟ ପାଇଲେ ।

ମହାରାଷ୍ଟ୍ରର ଭୋନସେଲ ରାଜକୀୟ ପରିବାର: ଛତ୍ରପତି ଶିବାଜି ଏହି ପରିବାର ମହାରାଜା ଥିଲେ । କିନ୍ତୁ ତାଙ୍କ ବଂଶଜ ଏବେ ମଧ୍ୟ ରାଜକୀୟ ଠାଣିରେ ଜୀବନ ବିତାଉଛନ୍ତି । ବିକାନେର ରାଜକୀୟ ପରିବାର: ଲାଲ ଗଡ ପୋର୍ଟ ମହଲରେ ଏହି ପରିବାର ରାଜକୀୟ ଠାଣିରେ ରହୁଥିଲେ । ରାଜାଙ୍କ ଝିଅଙ୍କୁ ଅର୍ଜୁନ ଆୱାଡ ମଧ୍ୟ ମିଳିଛି । ମହଲରେ କିଛି ଅଂଶ ମିଉଜିଉମ ମଧ୍ୟ ହୋଇଛି ।

ଯୋଧପୁର ରାଜକୀୟ ପରିବାର: ଏହି ପରିବାର ଉମେଦ ଭବନରେ ବାସ କରୁଥିଲେ । ଏହି ମହଲରେ ପ୍ରିୟଙ୍କା ଚୋପ୍ରା ବିବାହ କରିଥିଲେ । ଭାରତର ସବୁଠାରୁ ବଡ ସାହି ପରିବାରର ଦର୍ଜା ଯୋଧପୁର ପରିବାରକୁ ଦିଆଯାଏ । ବରୋଡା ଗାଏକୁଆଡ ରାଜକୀୟ ପରିବାର: ପ୍ରଜା ଉପରେ ଶାସନ କରିପାରୁନଥିଲେ ମଧ୍ୟ ୨୦ ହଜାର କୋଟି ସମ୍ପତିର ମାଲିକ ଏମାନଙ୍କର ବଂଶଜ ଅଟନ୍ତି ।

ରାଜକୋଟ ରାଜକୀୟ ପରିବାର: ଅର୍ବ ଟଙ୍କାର ଜମିବାଡିର ମାଲିକ ଏହି ବଂଶଜ ଅଟନ୍ତି । ଏବେ ମଧ୍ୟ ନିଜ ରାଜକୀୟ ଠାଣିରେ ରହୁଛନ୍ତି । ଏହି ପରିବାର ମୁଖିଆ ୟୁବରାଜ ମନନ୍ଧାଜ ସିଂ ଜାଦେଯା ଅଟନ୍ତି । ନିଜ ବ୍ୟବସାୟ ସମ୍ଭଳିବା ସହ ନିଜ ରାଜ ପରିବାରର ପରମ୍ପରାର ମଧ୍ୟ ପାଳନ କରୁଛନ୍ତି ।

ଆଲସିସର ରାଜକୀୟ ପରିବାର: ଜୟପୁରର ବହୁତ ବଡ ହବେଲି ବା ମହଲା ଏମାନଙ୍କର ଅଟେ । ତେଣୁ ଏଥିରୁ ହିଁ  ଏମାନଙ୍କ ଠାଣି ଜଣାଯାଇଥାଏ । ଏହି ପରିବାରର ମୁଖିଆ ଅଭିମନ୍ୟୁ ସିଂ ଅଟନ୍ତି । ୱାଡିଆର ଡାଇନାଷ୍ଟି ରାଜକୀୟ ବଂଶ: ଏହି ବଂଶର ସାମଞ୍ଜସ୍ୟା ଶ୍ରୀକୃଷ୍ଣ ଭଗବାନଙ୍କ ଯଦୁବଂଶ ସହ ରହିଛି । ୧୦ ହଜାର କୋଟିର ସମ୍ପତ୍ତିର ମାଲିକ ଅଟନ୍ତି ଏହାର ବଂଶଜ ।

ମେୱାର ଡାଇନେଷ୍ଟି: ଏହାର ୧୭ ତମ ବଂଶଜ ଅରବିନ୍ଦ ସିଂ ମେୱାର ନିଜର ପୂର୍ବଜ ରାଜକୀୟ ଠାଣିକୁ ଏବେ ପର୍ଯ୍ୟନ୍ତ ବଜାୟ ରଖିଛନ୍ତି । ଉଦୟପୁରର ଆଲିଶାନ ମହଲରେ ଏହି ରାଜା ଏବେ ବାସ କରୁଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।